-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||     

HOME   ରାଜ୍ୟ

ପ୍ରବଚନ ଜଗତର ସମ୍ରାଟ ଅଦ୍ୱିତୀୟ ଚାରଣ ରାମ ଦାସ

25-Jun-2022



ଜନ୍ମ ଜାତକ, ଭାଗ୍ୟ ଓ ଭାଗ୍ୟଫଳ ଏ ସମସ୍ତ ବିଷୟକୁ ମିଛ ପ୍ରମାଣିତ କରି ନିରସ୍ୱ  ପ୍ରଚେଷ୍ଟା, ପରିଶ୍ରମ, ପରମାର୍ôଥକ ଚିନ୍ତାଓ ଚେତନା ଦ୍ୱାରା ପ୍ରବଚନ ଜଗତରେ ହିଲ୍ଲୋଳ ସଅଷ୍ଟି କରି ପାରିଥିବା ଅଦି୍ୱତୀୟ  ଚାରଣ ରାମ ଦାସ ଇହଜଗତକୁ ପରିତ୍ୟାଗ କରିବାର ବର୍ଷଟିଏ  ଭିତରେ ଅତିକ୍ରାନ୍ତ , ତଥାପି ୟୁଟ୍ୟୁବ୍ ଚାନେଲରେ ଆଜି ବି ତାଙ୍କର ମଧୁର ସ୍ୱରର ଗୁଞ୍ଜରଣ । ମରିବି ଅମର ସେ । କରୋନା ଆସିଥିଲା ତାଙ୍କୁ ନେବା ପାଇଁ , ନେଇଗଲା ତାଙ୍କର ପାର୍ଥୀବ ଶରୀରକୁ କିନ୍ତୁ କୋଟି  କୋଟି ଓଡ଼ିଆଙ୍କ  ହୃଦୟରେ ଆଜିବି ସେ ଜୀବିତ । ତାଙ୍କର ସ୍ମୃତି ଓ ମାନସ ପଟଳରୋ ଓଡ଼ିଶାର କୋଣେକୋଣେ ସକାଳେ ବା ସଞ୍ଜରେ ଆଜିବି ତାଙ୍କର ମନ୍ଦ୍ର ମଧୁର ସ୍ୱର ଗୁଞ୍ଜରିତ । ବିଦଗ୍ଧ  ଶ୍ରୋତା ବନ୍ଧୁଙ୍କୁ ଏବେ ବି ସେ ମଧୁର ବିନମ୍ର ସ୍ୱରରେ  ସମ୍ବାର୍ଷିତ କରନ୍ତି । ନିଜ ସ୍ୱର ଓ ଓ ଶବ୍ଦକୁହୁକରେ ଆବାଳବୃଦ୍ଧ ବନିତାଙ୍କୁ ଅପଣାର କରିପାରିଥିବ । ଜଗନ୍ନାଥମୟ ଚାରଣ ରାମ ଦାସ ଏକାଧାରରେ ଥିଲେ ଓଡ଼ିଶାର ଗର୍ବ ଓ ଗୌରବ । ନିଜସ୍ୱ ଢ଼ଙ୍ଗରେ ଓଡ଼ିଶାର ରାଷ୍ଟ୍ର ଦେବତା ମହାପ୍ରଭୁ ଜଗନ୍ନାଥଙ୍କର କଥା ଓ ଗାଥାକୁ ଉପସ୍ଥାପନା କରିବା ଶୈଳୀ ତାଙ୍କର ଥିଲା ହୃଦୟସ୍ପର୍ଶୀ । ବାକ୍ ଚାତୁରୀର ନୈପୁଣ୍ୟତା, ତତ୍ୱପୂର୍ଣ୍ଣ ଠାଣୀ, ଭାବବିହ୍ୱଳିତ ଶବ୍ଦ ସମ୍ଭାର ତାଙ୍କ ପ୍ରବଚନକୁ ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ଦେଇଥିଲା । ସର୍ବୋପରୀସେ ଥିଲେ ଜଗନ୍ନାଥ ପ୍ରାଣ, ଜଗନ୍ନାଥଙ୍କର ଏକ ଅନନ୍ୟ ଭକ୍ତ ।
   ୧୯୫୯  ମସିହା ରାମନବମୀ ତିଥିରେ ପୁରୀର ଏକ ଅଖ୍ୟାତ ପଲ୍ଲୀ ଢ଼ୋଳ ବିରଂଚି ଦାଶ ପୁରରେ ତାଙ୍କର ଜନ୍ମ । ତୁଳସୀ ଦୁଇ ପତ୍ରରୁ ବାସିଲା ପରି ଛୋଟ ଦିନରୁ ତାଙ୍କର ଅସିମ ଧୀଶକ୍ତି ପରିଚୟ ମିଳିଥିଲା । ଥରେ ଶୁଣିଥିବା ଶବ୍ଦକୁ ସେ ଅକ୍ଳେଶରେ ମନେ ରଖି ତାର ପ୍ରତିଶବ୍ଦ କହିଦେଇ ପାରୁଥିଲେ । ପାଠ ପଢ଼ିବା ପ୍ରତି ଥିଲା ଅହେତୁକ ମମତା ଯାହା ସେ ଜୀବନର ଶେଷ ଦିନ ପର୍ଯ୍ୟନ୍ତ କରିଥିଲେ । ଗାଁ କୁ ସଂକୀର୍ତନ ଦଳ ଆସିଲେ ଖାଇବା ପିଇବା ଭୁଲି  ଦାସ କାଠିଆ ଧରି ପଛେ ପଛେ ବୁଲୁଥିଲେ ।  ଖୁବ୍ କମ୍ ସମୟରେ ମନେ ରଖି ପାରୁଥିଲେ ଗୀତ । ରାମାୟଣ ଓ ମହାଭାରତରେ କଠିଣ ଶ୍ଲୋକ  ଗୁଡ଼ିକ । ମନେ ରଖିଥିବା ଶ୍ଳୋକ ଗୁଡ଼ିକ

ପ୍ରତିଦିନ ଗାଁ ମହାଦେବଙ୍କ ପାଖରେ ଆବୁତି କରୁଥିଲୋ । ସ୍କୁଲ ଶିକ୍ଷା ଶେଷ କରି ସାମନ୍ତ ଚନ୍ଦ୍ ମହାବିଦ୍ୟାଳୟରେ ବାଣିଜ୍ୟ ବିଭାଗରେ ନାମ ଲେଖାଇଥିଷଲ । ପୁରୀ ରହଣି କାଳରେ ମାଁ ମାଳତୀ ଦେବୀଙ୍କ ଦ୍ୱାରା ଅନୁପ୍ରେରିତ ହୋଇ ପରମ କାରୁଣିକ ଜଗନ୍ନାଥ ମହପ୍ରଭୁଙ୍କ ଦର୍ଶନ ନିମନ୍ତେ ଯେଉଁ ଦିନ ଯାଇଥିଲେ, ବାଇଶି ପାହାଚ ଅତିକ୍ରମ କଲାବେଳେ ଓଡ଼ିଶାର ମୁର୍ଦ୍ଦନ୍ୟ ପ୍ରତିଭା ପଦ୍ମଶ୍ରୀ ସଦାଶିମ ରାଧାଶର୍ମାଙ୍କ  ସହ ତାଙ୍କର ଭେଟ ହୋଇଥିଲା । ସ୍ୱଳ୍ପ ସମୟର ସାକ୍ଷାତ୍ ତାଙ୍କ ଯୁବକ ପ୍ରାଣକୁ ଆନ୍ଦୋଳିତ କରିଥିଲା । ପଣ୍ଡିତ ସଦାଶିବ ରଥଶର୍ମା ତାଙ୍କୁ ସତ୍‌ସଙ୍ଗ କୁ ଆସିବାକୁ କହିଥିଲେ । ଧୀରେ ଧୀରେ ସତ୍‌ସଙ୍ଗ  ରେ ଜଗନ୍ନାଥ ଅଷ୍ଟକଠ ଗୀତ, ବିଷ୍ଣୁ ସହସ୍ର ନା, ହନୁମାନ ଚାଳିଶା ପାଠ କରୁଥିଲେ।। ନିବିଡ଼ତା ବଢ଼ିବା ପରେ ସେ ପଣ୍ଡିତ ସଦାଶିବ ରଧଶର୍ମାଙ୍କ  ଶିଷ୍ୱତ୍ୱ  ଗ୍ରହଣ କରିଥିଲେ ।  ଜଗନ୍ନାଥ ତତ୍ୱ ପ୍ରଚାର ଓ ପ୍ରସାର ଦିଗରେ ସେ ପୂର୍ଣ୍ଣ ପ୍ରାଣରେ ଗୁରୁଦେଙ୍କୁ ସାହାଯ୍ୟ କରୁଥିଲେ । ଓଡ଼ିଶା ତଥା ବାହାରେ  ବିଭିନ୍ନ ସ୍ଥାନକୁ ସେ ଗୁରୁଦେବଙ୍କ ସହିତ ପ୍ରଚାର କାର୍ଯ୍ୟରେ ଯାଉଥିଲେ । ଆଦର୍ଶ ଗୁରୁର ସେ ଥିଲେ ଉପଯୁକ୍ତ ଦାୟାଦ ।
    ପ୍ରତିଦିନ ପ୍ରତ୍ୟୁଷରୁ ଶ୍ରୀ ମନ୍ଦିରକୁ ଯାଇ ମହାପ୍ରଭୁଙ୍କର ମଠ ଗଳ ଆଳୀ ଦର୍ଶନ କରିବା ଓ ରାତ୍ର ସମୟରେ ପହୁତ ଦେଖିବା ତାଙ୍କର ନିତ୍ୟ ନୈମିତିକ କାର୍ଯ୍ୟ ଥିଲା । ଗୁରୁଦେଢବଙ୍କ ସତସଙ୍ଗ ରେ ଗୀତା, ବିଷ୍ଣୁ ସହସ୍ରନାମ ଆବୃତି ସହିତ ଶ୍ରୀ ମନ୍ଦିର ସଂପର୍କୀତ ସମସ୍ତ ତଥ୍ୟ ସେ ସଂଗ୍ରହ କରୁଥିଲେ । ମନ୍ଦିରର ସ୍ଥାପତ୍ୟକଳା ନିର୍ମାଣ ଶୈଳୀ, ବିଭିନ୍ନ ପୁରାଣରରେ  ଶ୍ରୀ ଜଗନ୍ନାଥ ମହାତ୍ମ୍ୟ, ଗୀତା,  ଭାଗବତ, ରାମାୟଣ,, ଶ୍ରୀ ବନ୍ଦିରର ପ୍ରତ୍ୟେକ ବିଧି, ବିଧାନ, ରୀତି, ନୀତି ,ପୂଜା ପାର୍ବଣକୁ କଠିଣ ଅଧ୍ୟବସାୟ ବଳରେ  ୧୨ ବର୍ଷ କାଳ ନିରବିଛିନ୍ନ ସାଧନା କରି ଆୟତ କରି ପାରିଥିଲେ ।ସେବା, ପୂଜା, ସେବକ, ଛତିଶାନ୍ନ ଯୋଗ ମାଦଳାପାଞ୍ଜି, ଜଗନ୍ନାଥ ମନ୍ଦିରର ଇତିହାସ ସମସ୍ତ  ବିଷୟକୁ ତର୍ବଣ ତର୍ବଣ କରି ସେ ପ୍ରବଚନ ଜଗତରେ ପାଦ  ଆଣିଥିଲୋ  କୌଣସି ଜିନିଷର ମୋହ ତାଙ୍କୁ ଆକର୍ଷିତ କରି ପାରି ନ ଥିଲା । ରଥଯାତ୍ରା ସମୟରେ ରଥର ନିର୍ମାଣ ଶୈଳୀଠୁ ଆରମ୍ଭ ରି ନବଦିନ ବ୍ୟାପି ଯାତ୍ରାକୁ ପ୍ରଭୁ ସଂଲଗ୍ନ ହୋଇ ଅତ୍ୟନ୍ତ ନିଷ୍ଠାର ସହିତ ପାଳନ କରୁଥିଲେ ।  ଚାପ ସମୟରେ ପ୍ରଭୁଙ୍କ ମଣିବିମାନ ସମ୍ମୁଖରେ ସଂକୀର୍ତନ କରି ନରେନ୍ଦ୍ର ପୁଷ୍ପରଣୀକୁ ଯିବା  ତାଙ୍କ କାର୍ଯ୍ୟକ୍ରମର ଏକ ଅଂଶ ବିଶେଷ ଥିଲା ।  
 

 ଓଡ଼ିଶାର ବିଭିନ୍ନ ପ୍ରାନ୍ତରକୁ ଯାଇ ଜଗନ୍ନାଥଙ୍କ କଥା ଓ ଗାଥାକୁ ଲୋକଭିମୁଖୀ କରିବା ତାଙ୍କର ଅପ୍ରାଣ ଉଦ୍ୟମ  ପ୍ରଶଂସନୀୟ । କେବଳ ଓଡ଼ିଶାର ନୁହେଁ ବିଶ୍ୱର କୋଣ ଅନୁକୋଣରେ ଜଗନ୍ନାଥ ସଂସ୍କୃତି ପ୍ରତିଷ୍ଠା କରିବାରେ ତାଙ୍କର ଭୂମିକା ଥିଲା ଅଗ୍ରଗଣ୍ୟ । ଭକ୍ତି କଥାକାରରେ ଓଡ଼ିଶାର ପୁରପଳ୍ଲୀରେ ଚାରଣ ରାମଦାସ ଗୁଞ୍ଜରିତଏକ ପରିଚିତ ନାମ । ତାଙ୍କର ଗଭୀର ନିଷ୍ଠା, ସରଳତା, କର୍ମକୁଶଳତା ତଥା ପ୍ରଭୁଙ୍କ କଥା କହିବାରେ ଅସୁମାରୀ ଉତ୍ସାହ ଓ ଆନ୍ତରିକତା  ତାଙ୍କୁ ଅନେକ ସଫଳତା  ଆଣି ଦେଇ ଥିଲା । ଶ୍ରୀ ଜଗନ୍ନାଥ  ସଂସ୍କୃତିର ଅମ୍ଳାନ ଏୈତିହ  ଓ ପରମ୍ପରାକୁ ବିଶ୍ୱ ମାନସରେ ଉଜ୍ଜିବୀତ କରିବାର ଅବିରତ ସାଧନା ପାଇଁ ବିଭିନ୍ନ ଅନୁଷ୍ଠାନ ତରଫରୁ ତାଙ୍କୁ ଉତ୍କଳ ଜ୍ୟୋତି, ଶ୍ରୀକ୍ଷେତ୍ରଶ୍ରୀ, ବ୍ରହ୍ମ ବିନୋଦ, ବାଣୀ ଭାସ୍କରବିଦ୍ୟା ବାଚସ୍ପତି ,ପଣ୍ଡିତ ଶ୍ରୀ ଜାଗୃତ ସମ୍ମାନ, ପ୍ରର୍ଥନା, ସମ୍ମାନ ଇତ୍ୟାଦି ଉପାଧିରେ  ବିଭୁଷିତ କରିଥିଲେ । ୧୯୯୭ ମସିହାରେ ମାନବ ସମ୍ବଳ ବିଭାଗ ତାଙ୍କୁ IAFH,  ଲଣ୍ଡନର ନିମନ୍ତ୍ରଣ କ୍ରମେ ଜଗନ୍ନାଥ ଚିନ୍ତା ଓ ଚେତନା ଉପସ୍ଥାପନ କରିବା ପାଇଁ  ସୂଦୁର ଲଣ୍ଡନକୁ ପ୍ରେରଣ କରିଥିଲେ ଓ ଭାରତ ତରଫରୁ ସେ ପ୍ରତିନିଧିତ୍ୱ କରି ଯେଉଁ ସନ୍ଦର୍ଭଟି ଉପସ୍ଥାପନ କରିଥିଲେ ତାହା ବହୁ ଜନାଦୃତ ଲାଭ କରିଥିଲା ।
    କୌଣସି ପଦପଦବୀ ବା ସମ୍ମାନ ପାଇଁ ସେ ଲାଳାୟିତ ନ ଥିଲେ ।  ପ୍ରଭୁ ଗଜନ୍ନାଥ ହିଁ ତାଙ୍କ ପାଇଁ ମୁଖ୍ୟ କର୍ମ ଥିଲୋ  କହୁଥିଲେ ମୁଁ ଆଜି ଯାହା  କିଛି ହୋଇଛି ସବୁ ଜଗନ୍ନାଥଙ୍କ କୃପା । ମୋତେ ଜିରୋ ରୁ ହିରୋ କରିବାରେ କାଚ ପଥରକୁ ହୀରା କରିବାର ସମସ୍ତ ଶ୍ରେୟ ଜଗନ୍ନାଥଙ୍କର । ପ୍ରଭୁଙ୍କ ପ୍ରତି  ଏ ସମର୍ପଣ ଭାବ ତାଙ୍କ ନିଷ୍ଠାରେ ପ୍ରତିଷ୍ଠା ଆଣି  ଦେଇଥିଲା । ଜୀବନ ରେ କେବେ ହାରିବା ଶିଖି ନ ଥିଲେ । ନିଜର ଅଧ୍ୟାବସାୟ , ନିରବିଚ୍ଛିନ୍ନ ସାଧନା ତାଙ୍କୁ ବିଜୟୀ ର ମାନ୍ୟତା ଦେଇଥିଲା । ମୃତ୍ୟୁର କିଛି ଦିନ ପୂର୍ବରୁ ତାଙ୍କ ପ୍ରତି ଆସିଥିବା  ଅଭିଯୋଗକୁ ଶୁଣି ସେ ପ୍ରଭୁଙ୍କୁ ହାତ ଟେକି ଦେଇଥିଲେ “ରଖିଲେ ରଖ ଜଗନ୍ନାଥ ଆଉ ନାହିଁ ରଖନ୍ତା ।  ଭକ୍ତର ଏ ଆକୁଳ ପ୍ରର୍ଥନାକୁ ପ୍ରଭୁ ଶୁଣି ଥିଲେ ଓ ଭକ୍ତର ମାନ ରକ୍ଷା କରିଥିଲେ । ଶେଷରେ ଏତିକି କୁହାଯାଇ ପାରେ ପଣ୍ଡିତ ଚାରଣ ରାମଦାସ ଜଗନ୍ନାଥ ସଂସ୍କୃତିର ଅନନ୍ୟ ପ୍ରଚାରକ, ଉଦ୍‌ଘୋଷକ, ସୁଲେଖନ କଥାକାର ଜଗନ୍ନାଥ ସର୍ବସ୍ୱ । ଜଗନ୍ନାଥଙ୍କ ପାଇଁ ହିଁ ତାଙ୍କର ଜନ୍ମ ଓ ତାଙ୍କର ନିର୍ଦ୍ଦେଶରେ ହିଁ ସେ ଇହଧାମ ପରିତ୍ୟାଗ କରିଥିଲେ । ଏକ ସଚ୍ଚୋଟ ଚାରଣ ଭାବରେ ତ୍ରୟୋଦଶୀ ତିଥି ରେ ହିଁ  ତାଙ୍କର ପ୍ରାଣ ବାୟୂ ପ୍ରଭୁଙ୍କ ସହିିତ ବିଲୀନ ହୋଇଯାଇଥିଲା । ସେହି ଆତ୍ମାକୁ ତାଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଆମେ  ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରୁଛୁ ।  

(ଲେଖିକା/ସୁଜାତା କୈଳାଶ) 


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026

You Might Also Like