-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
21-Apr-2026
(ଚିନ୍ତାମଣି ନାଏକ)
ନର୍ଲା ଥାନା ଅନ୍ତର୍ଗତ ଦେହେଳି ଗ୍ରାମର ମୋହିନୀ ଦୀପ ୩୭ ବର୍ଷୀୟା ଭିନ୍ନକ୍ଷମ ମହିଳା ଙ୍କୁ ତାଙ୍କ ପ୍ରେମିକ ଅର୍ଥାତ ସ୍ଵାମୀ ଭଗଵାନ ଗଉଡ ନାମ ଦୁର୍ବୃତ୍ତ ନିର୍ମମ ଭାବେ ହତ୍ୟା କରି ଫିଙ୍ଗି ଦେଇଥିବା ଘଟଣା ଲୋକଲୋଚନକୁ ଆସିଥିଲା।
ସୂଚନା ଅନୁଯାୟୀ ଗତ ୧୪ ତାରିଖ ପଣା ସଂକ୍ରାନ୍ତି ଦିନ ଦେହେଲୀ ଗ୍ରାମର ରମା ଦୀପ ନାମକ ବୃଦ୍ଧା ନିଜ ଝିଅ ଭିନ୍ନକ୍ଷମ ମୋହିନୀ ଦୀପ ଙ୍କୁ ନେଇ ବୁଡ଼ି ପଦର ଗ୍ରାମକୁ ନେଇ ଛାଡ଼ିଦେଇ ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଗତ ଗୁରୁବାର ଦିନ ଭଗଵାନ ଗଉଡ ନାମକ ଦୁର୍ବୃତ୍ତ ନିଜ ସ୍ତ୍ରୀ ଓ ମୋହିନୀ ଦୀପ ଓ ଦୁଇ ପୁଅ ଙ୍କୁ ନେଇ ବୁଢ଼ୀ ପଦର ଗ୍ରାମକୁ ଯିବା ସମୟରେ ନିକଟସ୍ଥ ନିଛାଟିଆ ବରଗଛ ପାଖକୁ ନେଇଥିଲା ଏବଂ ମୋହିନୀ ଦୀପ କୁ ଭଗବାନ ହାତରେ ଆଣିଥିବା ହତୁଡ଼ି ଦ୍ଵାରା ମୁଣ୍ଡ କୁ ଲକ୍ଷ୍ୟ କାରୀ ନିର୍ମମ ଭାବେ ହତ୍ୟା କରି ମାରି ଫିଙ୍ଗି ଦେଇଥିଲା । ସାଙ୍ଗରେ ନେଇଥିବା ଦୁଇ ନିଜ ପୁଅ ନା ବାଳକ ଙ୍କୁ ଧମକ ଦେଇଥିଲା। ଗତ ଶନିବାର ଦିନ ମୃତ ମହିଳା ଙ୍କ ଶବ ପଡ଼ିଥିବା ସୂଚନା ପାଇଁ ନର୍ଲା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚିଥିଲା ଏକ ମାମଲା ରୁଜୁ କରିଥିଲା ଓ ଶବ କୁ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଥିଲା ପୋଲିସ ତଦନ୍ତ ରୁ ଜାଣିପାରିଲା ଭଗବାନ ଗଉଡ଼ ହିଁ ନିଜ ସ୍ତ୍ରୀ କୁ ହତ୍ୟା କରିଥିବା ସନ୍ଧେହ କରିଥିଲା ଓ ହତ୍ୟାକାରୀ ମଦ୍ୟପ ଭଗବାନ୍ ଗଉଡ଼ ଦୁର୍ବୃତ୍ତ କୁ ଗିରଫ କରି ଥାନାରେ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଥିଲା । ଘଟଣା କୁ ନେଇ ମୃତ ଭିନ୍ନକ୍ଷମ ମହିଳା ଙ୍କ ମାଆ ଉମା ଗଉଡ଼ ସୋମବାର ଦିନ ନର୍ଲା ଥାନା କୁ ଆସି ଲିଖିତ ଅଭିଯୋଗ କରିଥିଲେ । ଶବ ବ୍ୟବଚ୍ଛେଦ ପରେ ଶବ ଟିକୁ ପରିବାର କୁ ହସ୍ତାନ୍ତର କରାଯାଇଛି ଘଟଣା କୁ ନେଇ ଆଜି ମଙ୍ଗଳବାର ଦିନ ସକାଳ ଦଶ ଘଣ୍ଟା ସମୟରେ ନର୍ଲ। ପୋଲିସ ନିଜ ସ୍ତ୍ରୀ କୁ ହତ୍ୟା କରିଥିବା ଅଭିଯୋଗ ରେ କୋର୍ଟ ଚାଲାଣ କରିଥିବା ନର୍ଲା ଥାନା ଅଧିକାରୀ ବିଜୟ ରାଜ ମାଝୀ ସୂଚନା ଦେଇଛନ୍ତି।