-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
25-Jun-2022
ପୁରୀ (ସମୀର ରଞ୍ଜନ ନାୟକ )ଆଜି ପୂର୍ବାହ୍ନରେ ସଦଭାବନା ସଭାଗୃହ ଠାରେ ଆଗାମୀ ରଥଯାତ୍ରା କୁ ଶାନ୍ତି ଶୃଙ୍ଖଳା ର ସହ ସମ୍ପନ୍ନ କରିବାକୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଚଳିତ ରଥଯାତ୍ରା ରେ ପୂର୍ବାପେକ୍ଷା ଅଧିକ ଶ୍ରଦ୍ଧାଳୁଙ୍କ ଆକଳନ କରାଯାଉଥିବାରୁ ଏହାକୁ ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ପରିଚାଳନା କରିବା ଉଭୟ ପୋଲିସ ଓ ପ୍ରଶାସନ ପାଇଁ ଗୁରୁ ଦାୟିତ୍ୱ ବୋଲି କହିଥିଲେ। ଏହାକୁ ପରସ୍ପର ମଧ୍ୟରେ ସୁସମନ୍ୱୟ ରଖି କାର୍ଯ୍ୟ କରିବା ସହ ଲୋକ ମାନଙ୍କୁ ସୁବିଧା ଓ ଭଲ ବ୍ୟବହାର ପ୍ରଦର୍ଶନ ପାଇଁ ପରାମର୍ଶ ଦେଇଥିଲେ। ଏସ ପି ଡଃ କନୱର ବିଶାଲ ସିଂ ଦାୟିତ୍ବରେ ଥିବା ଅଧିକାରୀ ଓ କର୍ମଚାରୀ ମାନେ ନିଷ୍ଠାର ସହ ନିର୍ଦ୍ଧାରିତ ସ୍ଥାନ ମାନଙ୍କ ରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଅତିଥି ମାନଙ୍କ ସୁରକ୍ଷା ଓ ଯାତ୍ରୀ ମାନଙ୍କ ସୁରକ୍ଷା ସହ ଶୃଙ୍ଖଳିତ ଯାତ୍ରୀ ମାନଙ୍କ ଦର୍ଶନ ଓ ଯାତାୟାତ ପାଇଁ ରଥଯାତ୍ରା ଦିନ ପ୍ରତ୍ୟୁଷରୁ ବଡଦାଣ୍ଡରେ କୌଣସି ଗାଡି ନ ରଖାଇଦେବା, ସେବାରେ ନିୟୋଜିତ ଅନୁଷ୍ଠାନ ବା ବ୍ୟକ୍ତି ବିଶେଷଙ୍କୁ ନିର୍ଦ୍ଧାରିତ ସ୍ଥାନରେ ସେବା ଯୋଗାଇବାରେ ସହଯୋଗ କରିବା, ଅଯଥା ଗହଳି କରାଇ ନ ଦେବା, ଟ୍ରାଫିକ ନିୟନ୍ତ୍ରଣ,ପରିମଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା, ଆଶୁ ଚିକିତ୍ସା ବ୍ୟବସ୍ଥା ,ଆମ୍ବୁଲାନ୍ସ ବ୍ୟବସ୍ଥା ଇତ୍ୟାଦିର ସୁପରିଚାଳନା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ପ୍ରାଥମ୍ଭରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁ ସମସ୍ତଙ୍କୁ ସ୍ୱାଗତ କରିବା ସହ ରଥଯାତ୍ରାର ସୁପରିଚାଳନା ପାଇଁ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶ୍ରୀ ଦୀଲିପ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଏସପି ଶ୍ରୀ ମିହିର ପ୍ରସାଦ ପଣ୍ଡା, କମାଣ୍ଡାଣ୍ଟ ଲିଗଂରାଜ ମିଶ୍ର, ପ୍ରକଳ୍ପ ନିର୍ଦେଶକ ଜ୍ୟୋତି ଶଙ୍କର ମହାପାତ୍ର, ଉପଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ଅତିରିକ୍ତ ଏସପି ଗୁଇନ୍ଦା ଶ୍ରୀ ଜ୍ଞାନ ମହାପାତ୍ର,ଆସିଷ୍ଟାଣ୍ଟ କମାଣ୍ଡର ଶ୍ରୀ ଜିତେନ୍ଦ୍ର କୁମାର ଦେହୁରୀ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏଥିରେ ଜିଲ୍ଲାର ସମସ୍ତ ମାଜିଷ୍ଟ୍ରେଟ ଓ ପୋଲିସ ଅଧିକାରୀ ମାନେ ଯୋଗ ଦେଇଥିଲେ। ଡେପୁଟି କଲେକ୍ଟର ଶ୍ରୀ ପ୍ରଶାନ୍ତ କୁମାର ଜେନା, ଶ୍ରୀ ରଞ୍ଜନ କୁମାର ଵେହେରା,ସହକାରୀ ଜିଲ୍ଲାପାଳ ଶ୍ରୀ ପର୍ଶୁରାମ ମଲ୍ଲିକ ବୈଠକ ପରିଚାଳନା ରେ ସହଯୋଗ କରିଥିଲେ।