-+91-9937148622 |
prerana_bgr@rediffmail.com |
Friday 17th April 2026 |
R.N.I. Regd No. ODIODI/2010/46693
Breaking News
15-Apr-2026
ବଲାଙ୍ଗିର(ପ୍ରେରଣା ଖବର): ଓଡିଆ ପକ୍ଷ ପାଳନ ଅବସରରେ ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଠାରେ ବନ୍ଦନୀୟ ବରପୁତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରତାପ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ସଭାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗାଳ୍ପିକା ଶ୍ରୀମତୀ ଗାୟତ୍ରୀ ସରାଫ, ବ୍ୟଙ୍ଗକବି ରସରାଜ ଅଚ୍ୟୁତ ପୁରୋହିତ, ବିଶିଷ୍ଟ ସାହିତ୍ୟିକ ତୁଳସୀ ଜୈନ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ଶ୍ୟାମ ଭୋଇ ଏବଂ ଏହି ସଭାର ସଂଯୋଜକ ତଥା ଓଡିଆ ଭାଷା ସାହିତ୍ୟ ବିଭାଗ ମୁଖ୍ୟ ଡ.ସୁଶାନ୍ତ କୁମାର ପଣ୍ଡା ଯୋଗ ଦେଇଥିଲେ। ଅତିଥି ମାନେ ଓଡିଆ ଭାଷାର ପ୍ରାଚୀନତା ଠାରୁ ଆରମ୍ଭ କରି ବରପୁତ୍ର ମାନଙ୍କ ଅମର ଗାଥା ସମ୍ପର୍କରେ ବର୍ଣ୍ଣନା କରିବା ସହ ଓଡିଶାର ସେହି ବରପୁତ୍ରମାନଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ।ସଭା ଶେଷରେ ଗବେଷକ ଛାତ୍ର ସୋମ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।ଏହି ସଭାରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା, ପ୍ରାଧ୍ୟାପକ, ପ୍ରାଧ୍ୟାପିକା ଯୋଗଦାନ କରି ସଭାକୁ ସାଫଲ୍ୟମଣ୍ଡିତ କରିଥିଲେ।