-+91-9937148622 |
prerana_bgr@rediffmail.com |
Friday 17th April 2026 |
R.N.I. Regd No. ODIODI/2010/46693
Breaking News
14-Apr-2026
ବଲାଙ୍ଗୀର(ପ୍ରେରଣା ଖବର): କିଛିଦିନ ତଳେ ପୁଇଁନ୍ତଳା ବ୍ଲକର ଏକ ସ୍କୁଲ୍ ର ଜଣେ ସହକାରୀ ଶିକ୍ଷକଙ୍କ ବିରୁଦ୍ଧରେ ଉକ୍ତ ସ୍କୁଲର ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗର ଚର୍ଚ୍ଚା ହୋଇଥିଲା । ସେହି ବ୍ଲକ୍ ର ଉକ୍ତ ବିବାହିତ ସନ୍ତାନର ପିତା ବାପ ବୟସର ଶିକ୍ଷକ ଜଣକ ସ୍କୁଲର ଛାତ୍ରୀମାନଙ୍କୁ ଏକ ନାଚଗୀତ ଦଳ ଗଠନ କରି କଂସ ଧନୁଯାତ୍ରା, କାହାର ବାର୍ଥ ଡେ' ପାର୍ଟି ଓ ଅନ୍ଯାନ୍ଯ ବାହାରସ୍ଥାନକୁ ନେଉଥିଲେ । ଏପରିକି ଉକ୍ତ ମଧ୍ଯବୟସ୍କ ଶିକ୍ଷକଙ୍କ ଦ୍ବାରା ଗର୍ଭବତୀ ହୋଇପଡିଥିବା ଗ୍ରାମର ୭ମ ଶ୍ରେଣୀର ପୀଡିତା ନାବାଳିକା ଛାତ୍ରୀଙ୍କ ଗରିବ ବାପମାଆଙ୍କୁ ଅର୍ଥବଳରେ ଏବଂ ତାଙ୍କଘରେ ନଳକୂପ ଖୋଳାଇଦେବା ଇତ୍ୟାଦି ଦ୍ବାରା ମୁହଁ ଚୁପ୍ କରାଇ ନାବାଳିକାଟିର ଗର୍ଭପାତ କରିଦିଆଯାଇ ପାଖ ଗ୍ରାମର ସ୍କୁଲରେ ଆଡମିସନ କରିଦିଆଯାଇଥିବା କୁହାଯାଇଥିଲା । ଲୋକଲଜ୍ଜ୍ୟା ଭୟରେ ଗ୍ରାମବାସୀଙ୍କ ଦ୍ବାରା ପ୍ରକୃତ ଘଟଣାକୁ ଲୁଚାଇ ଉକ୍ତ ଶିକ୍ଷକ ଜଣକ ପୂର୍ବରୁ ତାଙ୍କ ପତ୍ନୀ ବ୍ଲକର ଉପାଧ୍ୟକ୍ଷା ରହିଥିବାରୁ ରାଜନୈତିକ ହସ୍ତକ୍ଷେପରେ ଠିକାକାମ କରୁଥିବା ଓ ଶିକ୍ଷାଦାନରେ ଅବହେଳା ପ୍ରଦର୍ଶନ କରୁଥିବା ଇତ୍ୟାଦି ଅଭିଯୋଗ ଦର୍ଶାଇ ବିଇଓ ଓ ଡିଇଓଙ୍କ ନିକଟରେ ଯାଇ ଶିକ୍ଷକଙ୍କୁ ତୁରନ୍ତ ଗ୍ରାମର ସ୍କୁଲରୁ ବଦଳି କରାଯିବାକୁ ଅଭିଯୋଗ କରାଯାଇଥିଲା । ବିଇଓ ଏକ ତଦନ୍ତକାରୀ ଟିମ୍ ଗଠନ କରି ସ୍କୁଲକୁ ପଠାଇଥିଲେ । ତେବେ ଗ୍ରାମର କେତେକ
ଏସ ଏଚ ଜି ମହିଳାଙ୍କୁ ପ୍ରଭାବିତ କରି ତଦନ୍ତ ବେଳେ ଚାପ ପକାଯାଇ ଏଭଳି ଗୁରୁତର ମାମଲାଟିକୁ ଚପାଇ ଦିଆଯାଇ ଥିଲା । ଏକଥା କେତେକ ଗଣମାଧ୍ୟମରେ ପ୍ରଥମେ ଇଙ୍ଗିତଧର୍ମୀ ଓ ପରେ ସବିଶେଷ ରିପୋର୍ଟ ପ୍ରକାଶ ପାଇଥିଲା। ଏ ସମ୍ପର୍କରେ ହେଉଥିବା ଉକ୍ତ ଚର୍ଚ୍ଚାରୁ ବିଇଓ, ଡିଇଓ ପ୍ରମୁଖ ଶିକ୍ଷା ବିଭାଗର ଅଧିକାରୀମାନେ ଭଲଭାବେ ଜାଣିଥିଲେ।
ତେବେ ଶେଷରେ ଏଭଳି ଗୁରୁତର ଅଭିଯୋଗର ଉଚିତ ତଦନ୍ତ କରାଯିବା ସହ ତାଙ୍କ ବିରୁଦ୍ଧରେ ଥାନାରେ ମାମଲା ଋଜୁ କରାଯିବା ବଦଳରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯାଇ ତାଙ୍କୁ ଏକ ପାଖସ୍କୁଲକୁ ବଦଳି କରାଯାଇଥିବା ପ୍ରକାଶ। ଏହାପଛରେ ପ୍ରଚୁର ଲାଞ୍ଚ କାରବାର ହୋଇଥିବା ଚର୍ଚ୍ଚା ହେଉଛି। ଏଣୁ ଏହାର ଏକ ଉଚ୍ଚସ୍ତରୀୟ ଉଚିତ ତଦନ୍ତ ଲୋକେ ଦାବି କରନ୍ତି ।