-+91-9937148622 |
prerana_bgr@rediffmail.com |
Monday 20th April 2026 |
R.N.I. Regd No. ODIODI/2010/46693
Breaking News
20-Apr-2026
ଟିଟିଲାଗଡ଼(ପବିତ୍ର ମୋହନ ସାହୁ): ଟିଟିଲାଗଡ଼ ଅଞ୍ଚଳରେ ଜଣେ ସାମ୍ବାଦିକଙ୍କୁ ସାଧାରଣ ଲୋକଙ୍କ ସମ୍ମୁଖରେ ଧମକ ଦିଆଯାଇଥିବା ଘଟଣା ସମ୍ପର୍କରେ ପୁଲିସ ନିକଟରେ ଅଭିଯୋଗ ହୋଇଛି।
ଇ.ପି.ଏ ନ୍ୟୁଜର ସହ ସମ୍ପାଦକ ସନ୍ତୋଷ କୁମାର କେଜ୍ରିୱାଲ ଟିଟିଲାଗଡ଼ ଥାନାରେ ଦେଇଥିବା ଅଭିଯୋଗରେ କହିଛନ୍ତି ଯେ, ଗତ ୩୦ ଏପ୍ରିଲ ଦିନ ସକାଳ ୧୧.୪୫ ସମୟରେ ଆକ୍ସିସ ବ୍ୟାଙ୍କ ଚକ ନିକଟରେ ସେ ଯାଉଥିବାବେଳେ ଗଣେଶ ବିଗ୍ରହ ବିସର୍ଜନ ପାଇଁ ଭିଡ଼ ହୋଇଥିଲା।
ସେଠାରେ ରାଣା ପ୍ରୁଷ୍ଟି ନାମକ ବ୍ୟକ୍ତି ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଦେଇଥିବା ସହିତ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି। ଏହା ସହିତ ଧର୍ମ ଓ ଜାତି ନେଇ ଅସନ୍ତୋଷ ସୃଷ୍ଟି କରିବା ପ୍ରୟାସ ମଧ୍ୟ କରାଯାଇଥିବା କୁହାଯାଇଛି।
ଅଭିଯୋଗକାରୀ କହିଛନ୍ତି ଯେ, ଏହି ଘଟଣା ପରେ ତାଙ୍କ ଜୀବନ ଜୋଖିମରେ ରହିଛି ଓ ପୁଲିସ ତୁରନ୍ତ କାର୍ଯ୍ୟନୁଷ୍ଠାନ ନେବାକୁ ଅନୁରୋଧ କରିଛନ୍ତି।
ଏହି ଘଟଣାକୁ ଗୁରୁତ୍ୱ ଦେଇ ଟିଟିଲାଗଡ଼ ପୁଲିସ ତଦନ୍ତ ଆରମ୍ଭ ସହ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହୋଇଛି.