-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
21-Apr-2026
କଣ୍ଟାମାଳ(ଜୟ କୁମାର ମହାରଣା): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଗୁଡଭେଲି ପଦର ସ୍ଥିତ ରାଧାମୋହନ ମେହେର ଉଚ୍ଚ ବିଦ୍ୟାଳୟର ନୂତନ ଗୃହ ସୋମବାର ଉଦଘାଟନ ହୋଇ ଯାଇଛି | ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ସଭାପତି ସୁଶୀଲ ମିଶ୍ରଙ୍କ ନେତୃତ୍ୱରେ ଏକ ବିରାଟ ତ୍ରିରଙ୍ଗା ଓ ମଶାଲ ଶୋଭାଯାତ୍ରା ନଗର ପରିକ୍ରମା କରିଥିଲା | କଣ୍ଟାମାଳ ଗୋଷ୍ଠୀ
ଶିକ୍ଷା ଅଧିକାରୀ ଅଶୋଭ ରଞ୍ଜନ ମାଳି ଶୋଭାଯାତ୍ରା ରେ ସାମିଲ ଥିଲେ | ପରେ ନୂତନ ବିଦ୍ୟାଳୟ ପରିସରରେ ଏକ ଯୋଗ ଶିକ୍ଷା ଶିବିର,ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଓ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା | ଉକ୍ତ ରକ୍ତଦାନ ଶିବିରରେ ମୋଟ ୨୪ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା | ଛାତ୍ରଛାତ୍ରୀଙ୍କୁ ନେଇ ଏକ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ଓ ମ୍ୟାଜିକ ଶୋ ଅନୁଷ୍ଠିତ ହୋଇଥିଲା | ସଂନ୍ଧ୍ୟା ରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟ ଅତିଥି ଭାବରେ କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ କହ୍ନେଇ ଚରଣ ଡାଙ୍ଗ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାଏକ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ, ଅବସରପ୍ରାପ୍ତ ମୁଖ୍ୟ ପରିଚାଳକ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ବରିଷ୍ଠ ପରାମର୍ଶଦାତା ବ୍ୟାଙ୍କ ସଙ୍ଘ ନୂଆଦିଲ୍ଲୀର ବିକାଶ ନାରାୟଣ ମିଶ୍ର, ଗୁଡଭେଲି ପଦର ସରପଞ୍ଚ ଗହଳ ମିଶ୍ର, ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋଭା ରଞ୍ଜନ ମାଳି, ପରିଚାଳନା କମିଟି ସଭାପତି ବୃନ୍ଦାବନ ଭୋଇ, ପୁରାତନ ଛାତ୍ର ସଂସଦ ସଭାପତି ସୁଶୀଲ ମିଶ୍ର, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅକ୍ଷୟ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ |
ପ୍ରଧାନଶିକ୍ଷକ ସମ୍ପାଦକୀୟ ବିବରଣୀ ପଠନ କରିଥିଲେ | ସଭା ପରେ ବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟଙ୍କୁ ମାନପତ୍ର ଓ ଔପଢୌକାନ ଓ କୃତୀ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା | ଏହି ଅବସରରେ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଅଭିନୀତ ଏକ ସାମାଜିକ ନାଟକ " ଛାତିର କୋହକୁ ଦେଖିଚି କିଏ " କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକମାନେ ଉପଭୋଗ କରିଥିଲେ |