-+91-9937148622 |

prerana_bgr@rediffmail.com |

  Friday 17th April 2026 |

| | | |

R.N.I. Regd No. ODIODI/2010/46693

Breaking News

ନିଜସ୍ୱ ଗୃହ ପାଲଟିଛି ଭୂତକୋଠି, ଭଡ଼ାରେ ଚାଲିଛି ବରୀ ପ୍ରାଣୀ ଚିକିତ୍ସାଳୟ   (17-Apr-2026)       ||      ଡାବୁଗାଁ ରେ ବିଜୁ ବାବୁଙ୍କ ୨୯ ତମ ଶ୍ରାଦ୍ଧ ଦିବସ ପାଳିତ*   (17-Apr-2026)       ||      ଯୁବୋଦୟ ସ୍କୁଲ: ବଲାଙ୍ଗିର ଶିକ୍ଷା ଆକାଶରେ ସୂର୍ଯ୍ୟୋଦୟ   (17-Apr-2026)       ||      ସେବା ଫର ଡିଜାବ୍ଲିଟି" ସଂଘ ତରଫରୁ ଅସହାୟ ମାନଙ୍କୁ ଶୁଖିଲା ଖାଦ୍ୟ ଓ ଚପଳ ବଣ୍ଟନ   (16-Apr-2026)       ||      *ପଲିଟେକ୍‌ନିକ କଲେଜରେ ଉତ୍ତେଜନା* *ଅଧ୍ଯକ୍ଷଙ୍କ ବଦଳି ଦାବୀ କଲେ ଅଭିଭାବକ*   (16-Apr-2026)       ||      ସୁବର୍ଣ୍ଣପୁରରେ ଦ୍ୱିତୀୟ ତାଇକୋଣ୍ଡୋ କଲର୍ ବେଲ୍ଟ ପରୀକ୍ଷା ଅନୁଷ୍ଠିତ   (16-Apr-2026)       ||      ବୈଶାଖ ମେଳା ଅବସରରେ ୧୫ଟି ସ୍ୱତନ୍ତ୍ର ବସ ଚଳାଇବାକୁ ଜିଲ୍ଲାପାଳ ଙ୍କ ନିକଟରେ ଦାବି    (16-Apr-2026)       ||      ବଲାଙ୍ଗୀର “ନାରୀ ଶକ୍ତି ବନ୍ଦନ ଅଧିନିୟମ” ସଚେତନତା ପଦଯାତ୍ରା    (16-Apr-2026)       ||      *ସୁବର୍ଣ୍ଣପୁର ଟାଉନ ହଲରେ ଧୁମଧାମରେ ପାଳିତ ହେଲା ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତି ଉତ୍ସଵ*-   (16-Apr-2026)       ||      *ଜିଲ୍ଲାପାଳ ଙ୍କ ବିଭିନ୍ନ ସ୍କୁଲ୍ ଓ ଅଙ୍ଗନୱାଡି କୁ ଅଚାନକ ପରିଦର୍ଶନ*- *ଶିକ୍ଷକ ଓ କର୍ମଚାରୀ ଛାନିଆଁ*-   (16-Apr-2026)       ||      ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନୂତନ ରଙ୍ଗ, ନୂତନ ଢଙ୍ଗରେ କଳାକୃତିରେ ସୁସଜ୍ଜିତ, ଏହି କାର୍ଯ୍ୟାଳୟ ଲୋକଙ୍କ ପାଇଁ, ଓଡ଼ିଶା ମଧ୍ୟ କଳାକୃତି ରାଜ୍ୟ ବୋଲି ଜିଲ୍ଲାପାଳ ପ୍ରକାଶ   (16-Apr-2026)       ||      ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନୂତନ ରଙ୍ଗ, ନୂତନ ଢଙ୍ଗରେ କଳାକୃତିରେ ସୁସଜ୍ଜିତ, ଏହି କାର୍ଯ୍ୟାଳୟ ଲୋକଙ୍କ ପାଇଁ, ଓଡ଼ିଶା ମଧ୍ୟ କଳାକୃତି ରାଜ୍ୟ ବୋଲି ଜିଲ୍ଲାପାଳ ପ୍ରକାଶ   (16-Apr-2026)       ||      ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ    (16-Apr-2026)       ||      ତୁରେକେଲା ବ୍ଳକସ୍ତରୀୟ ଶିକ୍ଷଣ ଉପକରଣ ମେଳା ଅନୁଷ୍ଠିତ   (16-Apr-2026)       ||      ସାମ୍ବାଦିକ ଭବନ ନିକଟରୁ ବାଇକ ଚୋରି    (16-Apr-2026)       ||      ବୁଢୀପଦାର ପଂଚାୟତ ପରିସରରେ ବାବାସାହେବ ଡ଼. ଭୀମରାଓ ଆମ୍ବେଦକର ଙ୍କ ୧୩୫ ତମ ଜନ୍ମ ଦିବସ ପାଳନ   (16-Apr-2026)       ||      ହାତୀ ବଞ୍ଚାଅ ଦିବସ ପାଳନ   (16-Apr-2026)       ||      କକଡାଗୁଡା ରେ ଗଣ୍ଡଗୋଳ ... ଟାଙ୍ଗିଆ ଚୋଟରେ ଜଣେ ଗୁରୁତ୍ୱର, "ସସିଆଲ ମିଡିଆରେ ଭିଡିଓ ଭାଇରାଲ"   (16-Apr-2026)       ||      ଛେଳି ଚୋରି ଘଟଣାରେ ୩ ଅଭିଯୁକ୍ତ ଗିରଫ ସହ କୋର୍ଟ ଚାଲାଣ, ଗୋଟିଏ ପିସ୍ତଲ ସହ ଗୁଳି ଜବତ   (16-Apr-2026)       ||      ସାମ୍ବାଦିକଙ୍କୁ ସୁରକ୍ଷା ଦାବିରେ ଅପ୍ରିଲ୍‌ ୨୯ରେ ରାଜ୍ୟବ୍ୟାପୀ ବିକ୍ଷୋଭ   (16-Apr-2026)       ||     

HOME   ରାଜ୍ୟ

ପଶ୍ଚିମ ଓଡ଼ିଶାରେ ବେଲଗାମ୍ ଆନ୍ତଃଜିଲ୍ଲା ଜିଏସଟି ଠକେଇ♦️ ସଇଁତଳାରେ ରାସ୍ତା ଉପରେ ଗାଡି ଚପାଇ ହତ୍ୟାଉଦ୍ୟମ ପୁଲିସର ଅଧାପନ୍ତରିଆ ବିଳମ୍ବିତ ତଦନ୍ତ ?

16-Apr-2026



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ): ପଶ୍ଚିମଓଡିଶାର ବଲାଙ୍ଗୀର, କଳାହାଣ୍ଡି ଓ ବରଗଡ ଆଦି ଜିଲ୍ଲାରେ ସକ୍ରିୟ ଥିବା ଏକ ଜାଲ୍ ଜିଏସଟି ବିଲ୍ ରାକେଟ୍ ବଲାଙ୍ଗୀର ଜିଲ୍ଲାର ସଇଁତଳାରୁ ବ୍ଯାପିଥିବା ଅଭିଯୋଗ ହେଉଛି। ଏଠାକାର ନବୀନଛକରେ ଏକ ହୋଣ୍ଡା ସୋ' ରୁମ୍ ଦେଇଥିବା ଜଣେ ସ୍ଥାନୀୟ ବ୍ୟବସାୟୀ ସୁନୀଲ ଅଗ୍ରୱାଲଙ୍କ ସାନପୁଅ ତିନିଶ ଅଗ୍ରୱାଲଙ୍କୁ ସେ ତାଙ୍କ ସୋ'ରୁମ୍ ସାମ୍ନାରେ ଠିଆ ହୋଇ ଥିବା ବେଳେ ଗତ ୧୦ ତାରିଖରେ ଏକ ଧଳାରଙ୍ଗର କାର୍ ଦ୍ରୁତଗତିରେ ବଲାଙ୍ଗୀର ପଟୁ ଆସି ସିଧା ଧକ୍କା ଦେଇଥିଲା। ପରେ ଏହି କାର୍ ଟି ବରଗଡ ଜିଲ୍ଲାର ପାଇକମାଳର ଜଣେ

ବ୍ୟବସାୟୀ ନରେଶ କୁମାର ଅଗ୍ରୱାଲଙ୍କର ଓ ତାହାକୁ ଠିକାଦାର ଥିବା ତାଙ୍କ ପୁଅ ରୋହିତ ଅଗ୍ରୱାଲ ଚଳାଇ ଏହି ଦୁର୍ଘଟଣା ଘଟାଇଥିବା ଓ ଏହା ଏକ ଯୋଜନାବଦ୍ଧ ହତ୍ୟା ଉଦ୍ୟମ ବୋଲି ଅଭିଯୋଗରୁ ପ୍ରକାଶ। ଏଥିରେ ତନିଶଙ୍କର ଗୋଟିଏ ଗୋଡ ଭାଙ୍ଗିଥିବା ସହିତ ସେ ଗୁରୁତର ଆହତ ହୋଇଛନ୍ତି। ଏ ସମ୍ପର୍କରେ ସଇଁତଳା ଥାନାରେ ଏକ ଏତଲା ଭିତ୍ତିରେ  ମାମଲା ଋଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି। ଇତିମଧ୍ୟରେ 'କିଲର୍ କାର୍' କୁହାଯାଉଥିବା ଉକ୍ତ ଗାଡିଟିକୁ ପାଟଣାଗଡ ସିଲେଟପଡା ଜଙ୍ଗଲ ନିକଟସ୍ଥ ଏକ ବନ୍ଦ କ୍ରସର୍ ଓ ପିଚୁ କାରଖାନା ପାଖରେ  ଅଭିଯୁକ୍ତ ଛାଡି ପଳାଇଥିବା ଓ ପୁଲିସ ଜବତ କରିଥିବା ଜଣାଯାଇଛି। ତେବେ ଏହି ଗାଡି ଚପାଇ ହତ୍ୟାଉଦ୍ୟମର କାରଣ ସ୍ପଷ୍ଟ  ହୋଇନାହିଁ। ଅଭିଯୁକ୍ତ ଫେରାର୍ ରହିଥିବାରୁ ଓ ଅଭିଯୋଗକାରୀଙ୍କ ପକ୍ଷରୁ ମଧ୍ଯ ପ୍ରକୃତ କାରଣକୁ ଜାଣିଶୁଣି ଗୋପନ ରଖାଯାଉଥିବା ବେଳେ କେତେକ ଗଣମାଧ୍ୟମ ସୂତ୍ରରୁ ଏହାପଛରେ କୋଟି କୋଟି ଟଙ୍କାର ଏକ ବଡଧରଣର ଜାଲ୍ ଜିଏସଟି ଠକେଇ କାରବାର ରହିଥିବା ପ୍ରକାଶ। ହତ୍ୟା ଉଦ୍ୟମର ଶୀକାର ହୋଇଥିବା ତନିଶ୍ ଓ ତାଙ୍କ ଭାଇ  ତାଙ୍କର କୌଣସି ଲୁହାଛଡ ଓ ସିମେଣ୍ଟର ଦୋକାନ ନ ଥିଲେ ହେଁ, ଠିକାଦାରମାନଙ୍କୁ ଜାଲ୍ ଜିଏସଟି ବିଲ୍ ଦେଇ ଓ ଅନ୍ଯାନ୍ଯ ଠକେଇରେ କୋଟି କୋଟି ଟଙ୍କାର ଠକେଇ କରିଥିବା ଅଭିଯୋଗ ହେଉଛି । ଏପରିକି ଜଣେ ସ୍ଥାନୀୟ ଠିକାଦାରଙ୍କର ୩୦ ଲକ୍ଷର ଠକେଇ ସହ ଏହିପରି ବହୁଲୋକଙ୍କୁ କୋଟି କୋଟି ଟଙ୍କାର ଠକେଇ କରିଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ମୁଖ୍ଯତଃ ପଡୋଶୀ କଳାହାଣ୍ଡି ଜିଲ୍ଲାର କସୃପଡାର ଜିତୁ ଓରଫ ଭଗବତ ପ୍ରସାଦ ମିଶ୍ର ମିଡିଆରେ ତନିଶ ଅଗ୍ରବାଲ ଓ ତାଙ୍କ ଭାଇ ଏକ ଜାଲ୍ ପ୍ରତିଷ୍ଠାନ ନାଁ'ରେ ୨୦ରୁ ୩୦ କୋଟିର ଠକେଇ କରିଥିବା ପ୍ରକାଶ କରିଛନ୍ତି । କେତେକ ସ୍ଥାନୀୟ ବ୍ୟବସାୟୀ, ଏହି ପୀଡିତ ବ୍ୟବସାୟୀ ଯୁବକଙ୍କୁ ' ଇଏ ଖାଲି ଚା ର୍ ଶ ବିଶ୍ ନୁହେଁ , ଆଠଶ' ଚାଳିଶ୍ ' ବୋଲି ମତବ୍ୟକ୍ତ କରିଛନ୍ତି । ଆଶ୍ଚର୍ଯ୍ୟର ବିଷୟ ଯେ , କାହିଁକି ତାଙ୍କ ଉପରେ ଏଭଳି ମରଣାନ୍ତକ ଆକ୍ରମଣ ହେଲା , ଏହାର କାରଣ ଜାଣି ନ ଥିବା ତାଙ୍କର ସଫେଇ ପଛର କାରଣ କ'ଣ ?

କିନ୍ତୁ  ଏତେଦୂରର ବା ଅନ୍ୟଜିଲ୍ଲା ବରଗଡର ପାଇକମାଳର ଆକ୍ରମଣକାରୀ ରୋହିତ ଅଗ୍ରବାଲ ସହ ତୁମର କି ସମ୍ପର୍କ ଓ ଏହି ହତ୍ୟାଉଦ୍ୟମର କାରଣ ସମ୍ପର୍କରେ ପଚାରିବାରୁ  ପୀଡିତ ଯୁବକଙ୍କ ପିତା ସୁନୀଲ ଅଗ୍ରବାଲ ' କୌଣସିପ୍ରକାର ଜିଏସଟି ଫିଏସଟି ନୁହେଁ , ସେ ଆମର ଭଉଣୀର ଭଣଜା ଓ ଆମେ ତାଙ୍କଠାରୁ ୫ ଲକ୍ଷ ଟଙ୍କା ସୁଧରେ ବ୍ୟବସାୟ ନିମନ୍ତେ ଉଧାର ଆଣିଥିଲୁ , ସୁଝିବାରେ ଅସମର୍ଥ ହେବାରୁ ଏପରି କରିଥାଇ ପାରେ ' ବୋଲି ଏକ ସଫେଇ ଦେଇଥିଲେ । ଅନ୍ୟପକ୍ଷରେ ସୋ' ରୁମ୍ କରିବାକୁ ସେମାନେ ତାଙ୍କଠାରୁ ୪୩ ଲକ୍ଷ ଟଙ୍କା ଉଧାର ଆଣି ନ ଫେରେଇବାରୁ ଓ ଘଟଣାଦିନ ତନିଶ ଟଙ୍କା ଫେରସ୍ତ ଦେବାକୁ ଫୋନ୍ ରେ ହେଙ୍କେଡାମି ଦେଖାଇ  ଶେଷମୁହୂର୍ତ୍ତ ପର୍ଯ୍ୟନ୍ତ ମନା କରିଦେବାରୁ ଟଙ୍କାମାଗିବାକୁ ଆସିଥିବା ରୋହିତ ହତ୍ୟାଉଦ୍ୟମ ନୁହେଁ , ଡରାଇବାକୁ ଧକ୍କା ଦେଇଥିବା ବିଶ୍ବସ୍ତ ସୂତ୍ରରୁ ପ୍ରକାଶ। ତେବେ ପୁଲିସ ପକ୍ଷରୁ ଅଦ୍ୟାବଧି ଏ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ । 

ଅଧିକନ୍ତୁ ଏହାପୂର୍ବରୁ ତନିଶ ବିରୋଧରେ ଏକାଧିକ  ଚେକ୍ ବାଉନ୍ସ ଓ  ଠକେଇମାମଲା ରହିଥିବା ଶୁଣାଯାଇଛି ।  ପୁଲିସ ବା ଆୟକର ବିଭାଗ ପକ୍ଷରୁ ଏହାର ବିଭିନ୍ନ ଦିଗର ତଦନ୍ତ ଜରୁରୀ ବୋଲି ଜନମତ ପ୍ରକାଶ ପାଉଛି ।

ତେବେ ପଶ୍ଚିମଓଡିଶାର ବଲାଙ୍ଗୀର, କଳାହାଣ୍ଡି , ବରଗଡ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳର ପୂର୍ତ୍ତବିଭାଗ, ଜଳସେଚନ ବିଭାଗ,  ଗ୍ରାମ୍ୟ ଉନ୍ନୟନ ବିଭାଗ,  ପୁଲିସ ହାଉସିଂ ବୋର୍ଡ ଓ ଅନ୍ଯାନ୍ଯ ବିଭାଗରେ ମାଳ ମାଳ ଜାଲ୍ ବିଲ୍ , ନକଲି ୱେ ବିଲ୍ ଇତ୍ୟାଦି ଯାଞ୍ଚ କରାଯିବାକୁ ଠିକାଦାରମାନେ ସରକାରଙ୍କ ଦୃଷ୍ଟିଆକର୍ଷଣ କରିଛନ୍ତି । ସଇଁତଳା ଲିଙ୍କ୍ ରେ  ରାଜ୍ୟର ବିଭିନ୍ନ ସ୍ଥାନକୁ ପ୍ରାୟ ଶହେକୋଟିର ଜାଲ୍ ଜିଏସଟି ବିଲ୍ ପଠାଯାଇ ଥିବା ଓ କେତେକ ଠିକାଦାରଙ୍କୁ ଏଥିପାଇଁ ଜୋରିମାନା ଆଦାୟ ନିମନ୍ତେ ନୋଟିସ ଦିଆଯାଇଥିବା ଗଣମାଧ୍ୟମ ସୂତ୍ରରୁ ପ୍ରକାଶ  ।  କେହି ସିଧାସଳଖ ଆକାଉଣ୍ଟରେ ଦେଣନେଣ କରି ନ ଥିଲେ ହେଁ , ଏହି ହତ୍ୟାଉଦ୍ୟମ ଘଟଣାରୁ ଏ ସମ୍ପର୍କିତ ପ୍ରମାଣ ମିଳିସାରିଥିବା ଏଥିରୁ ପ୍ରମାଣିତ । ଏଣୁ ସରକାର ଏ ମାମଲାଟିକୁ ସ୍ଥାନୀୟ ପୁଲିସ ଉପରେ ଛାଡି ନ ଦେଇ ଉପରସ୍ତରରେ ତଦନ୍ତ ନିର୍ଦ୍ଦେଶ ଦେବାକୁ ଜନସାଧାରଣ ଙ୍କ ପକ୍ଷରୁ ଦାବି ହେଉଛି । ଉଲ୍ଲେଖଯୋଗ୍ଯ ଯେ, କିଛିଦିନ ପୂର୍ବରୁ ଟିଟିଲାଗଡରେ ଏହି ବ୍ୟବସାୟୀ ସଂପ୍ରଦାୟର ଜଣେ ଯୁବକ ଅନ୍ୟଜଣେ ସେହି ସଂପ୍ରଦାୟର ଯୁବକଙ୍କୁ ସୁପାରୀ ଦେଇ ଗାଡି ଚପାଇ ହତ୍ୟାଉଦ୍ୟମ ମାମଲାରେ ଗିରଫ ହୋଇ ଇତିମଧ୍ୟରେ ଜାମିନରେ ବାହାରି ଥିଲେ ହେଁ , ଏହାର ପ୍ରକୃତ ସବିଶେଷ କାରଣକୁ ପୁଲିସ ରାଜନୈତିକ ଚାପରେ ଭିନ୍ନମୋଡ ଦେଇଥିବା ଲୋକଙ୍କର ସନ୍ଦେହ ରହିଛି । ସେହିପରି ଜିଲ୍ଲାର ବିଭିନ୍ନ କେତେକ ଅପରାଧ ଘଟଣାର ତଦନ୍ତ ଅଧାପନ୍ତରିଆ ରହିଥିବା ଚର୍ଚ୍ଚାରୁ ପ୍ରକାଶ  ।  ଏହି ବହୁଚର୍ଚ୍ଚିତ ଚାଞ୍ଚଲ୍ୟକର ହତ୍ୟାଉଦ୍ୟମ ମାମଲାର  ତଦନ୍ତରେ ଅହେତୁକ ବିଳମ୍ବ ଓ ଅଭିଯୁକ୍ତ କୁ ଗିରଫ ଓ କାଳକ୍ଷେପଣରେ ଅସନ୍ତୋଷ ପ୍ରକାଶ ପାଇଛି ।  ଏହାପୂର୍ବରୁ କଣ୍ଟାବାଞ୍ଜିରେ ବିବଦମାନ ହୋଇ ଏଠାକୁ ବଦଳି ହୋଇ ଆସିଥିବା ସଇଁତଳା ଥାନାଧିକାରିଣୀ ଏବଂ  ପୂର୍ବର ଗାଡିଚପାଇ ହତ୍ୟାଉଦ୍ୟମ ମାମଲା ବେଳେ ରହିଆସିଥିବା ଟିଟିଲାଗଡ ଏସଡିପିଓଙ୍କ ଉପରେ ଲୋକଙ୍କର ଆସ୍ଥା ନଥିବା ଜନସାଧାରଣଙ୍କ ଆଲୋଚନାରୁ ପ୍ରକାଶ । ସର୍ବୋପରି  ଏହି  ଜାଲ୍ ଜିଏସଟି ବିଲ୍ ଯାଞ୍ଚ କଡାକଡି କରାଯିବାକୁ ଦାବି ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନିଜସ୍ୱ ଗୃହ ପାଲଟିଛି ଭୂତକୋଠି, ଭଡ଼ାରେ ଚାଲିଛି ବରୀ ପ୍ରାଣୀ ଚିକିତ୍ସାଳୟ   17-Apr-2026
  ଜିଲ୍ଲା  
ଡାବୁଗାଁ ରେ ବିଜୁ ବାବୁଙ୍କ ୨୯ ତମ ଶ୍ରାଦ୍ଧ ଦିବସ ପାଳିତ*   17-Apr-2026
  ଜିଲ୍ଲା  
ଯୁବୋଦୟ ସ୍କୁଲ: ବଲାଙ୍ଗିର ଶିକ୍ଷା ଆକାଶରେ ସୂର୍ଯ୍ୟୋଦୟ   17-Apr-2026
  ଜିଲ୍ଲା  
ସେବା ଫର ଡିଜାବ୍ଲିଟି" ସଂଘ ତରଫରୁ ଅସହାୟ ମାନଙ୍କୁ ଶୁଖିଲା ଖାଦ୍ୟ ଓ ଚପଳ ବଣ୍ଟନ   16-Apr-2026
  ଜିଲ୍ଲା  
*ପଲିଟେକ୍‌ନିକ କଲେଜରେ ଉତ୍ତେଜନା* *ଅଧ୍ଯକ୍ଷଙ୍କ ବଦଳି ଦାବୀ କଲେ ଅଭିଭାବକ*   16-Apr-2026
  ଜିଲ୍ଲା  
ସୁବର୍ଣ୍ଣପୁରରେ ଦ୍ୱିତୀୟ ତାଇକୋଣ୍ଡୋ କଲର୍ ବେଲ୍ଟ ପରୀକ୍ଷା ଅନୁଷ୍ଠିତ   16-Apr-2026
  ଜିଲ୍ଲା  
ବୈଶାଖ ମେଳା ଅବସରରେ ୧୫ଟି ସ୍ୱତନ୍ତ୍ର ବସ ଚଳାଇବାକୁ ଜିଲ୍ଲାପାଳ ଙ୍କ ନିକଟରେ ଦାବି   16-Apr-2026
  ଜିଲ୍ଲା  
ବଲାଙ୍ଗୀର “ନାରୀ ଶକ୍ତି ବନ୍ଦନ ଅଧିନିୟମ” ସଚେତନତା ପଦଯାତ୍ରା   16-Apr-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଟାଉନ ହଲରେ ଧୁମଧାମରେ ପାଳିତ ହେଲା ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତି ଉତ୍ସଵ*-   16-Apr-2026
  ଜିଲ୍ଲା  
*ଜିଲ୍ଲାପାଳ ଙ୍କ ବିଭିନ୍ନ ସ୍କୁଲ୍ ଓ ଅଙ୍ଗନୱାଡି କୁ ଅଚାନକ ପରିଦର୍ଶନ*- *ଶିକ୍ଷକ ଓ କର୍ମଚାରୀ ଛାନିଆଁ*-   16-Apr-2026
  ଜିଲ୍ଲା  
ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନୂତନ ରଙ୍ଗ, ନୂତନ ଢଙ୍ଗରେ କଳାକୃତିରେ ସୁସଜ୍ଜିତ, ଏହି କାର୍ଯ୍ୟାଳୟ ଲୋକଙ୍କ ପାଇଁ, ଓଡ଼ିଶା ମଧ୍ୟ କଳାକୃତି ରାଜ୍ୟ ବୋଲି ଜିଲ୍ଲାପାଳ ପ୍ରକାଶ   16-Apr-2026
  ଜିଲ୍ଲା  
ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନୂତନ ରଙ୍ଗ, ନୂତନ ଢଙ୍ଗରେ କଳାକୃତିରେ ସୁସଜ୍ଜିତ, ଏହି କାର୍ଯ୍ୟାଳୟ ଲୋକଙ୍କ ପାଇଁ, ଓଡ଼ିଶା ମଧ୍ୟ କଳାକୃତି ରାଜ୍ୟ ବୋଲି ଜିଲ୍ଲାପାଳ ପ୍ରକାଶ   16-Apr-2026

You Might Also Like