-+91-9937148622 |
prerana_bgr@rediffmail.com |
Monday 20th April 2026 |
R.N.I. Regd No. ODIODI/2010/46693
Breaking News
20-Apr-2026
ବିନିକା(ହିମାଂଶୁ ଶେଖର ପୁଟେଲ)ଇତି ମଧ୍ୟରେ ଦଶମ ସିବିଏସଇ ବୋର୍ଡ ପରୀକ୍ଷାର ଫଳାଫଳ ପ୍ରକାଶ ପାଇସାରିଛି।ବିନିକା ଆଦର୍ଶ ବିଦ୍ୟାଳୟର ୭ଜଣ ଛାତ୍ରଛାତ୍ରୀ ଏବଂ ଭିବିଷ୍ୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ୩ଜଣ ଛାତ୍ର ଶତକଡା ୯୫ପ୍ରତିଶତରୁ ଅଧିକ ନମ୍ବର ରଖି ବାଜିମାତ୍ କରିଛନ୍ତି ।ପ୍ରକାଶିତ ଫଳାଫଳ ଅନୁଯାୟୀ ବିନିକା ଆଦର୍ଶ ବିଦ୍ୟାଳୟର କ୍ରିତି ରଞ୍ଜନ ନାୟକ ୯୭ପ୍ରତିଶତ,ସାଇଶ୍ରିତା ନାୟକ ୯୬ପ୍ରତିଶତ,ପ୍ରତ୍ୟୁଷା ନନ୍ଦ ୯୫.୪ ପ୍ରତିଶତ,ଶୁଭମ ଶୁବାଶିଷ ମେହେର ୯୫.୪ପ୍ରତିଶତ,ପ୍ରତ୍ୟୁଷ କୁମାର ସାହୁ ୯୫ ପ୍ରତିଶତ,ଶିବାଶିଷ ବାରିକ ୯୫ ପ୍ରତିଶତ,ଅମିତାଂସୁ ପୂଜାରୀ ୯୫ ପ୍ରତିଶତ ମାର୍କ ରଖିଛନ୍ତି ।ସେହିପରି ୧୬ଛାତ୍ରଛାତ୍ରୀ ୯୦ପ୍ରତିଶତରୁ ଅଧିକ ଏବଂ ୩୨ଛାତ୍ରଛାତ୍ରୀ ୮୦ପ୍ରତିଶତରୁ ଅଧିକ ନମ୍ବର ରଖି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି।ଅନ୍ୟ ପକ୍ଷରେ ବିନିକା ଫୁଲମୁଠୀ ସ୍ଥିତ ଭବିଷ୍ୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ରୋହନ ମିଶ୍ର ୯୭ପ୍ରତିଶତ,ସୌଭାଗ୍ୟ ବର୍ଦ୍ଧନ ନାୟକ ୯୬ପ୍ରତିଶତ,ଆରବ ମେହେର ୯୬ପ୍ରତିଶତ ମାର୍କ ରଖିଛନ୍ତି। ସ୍କୁଲର ୧୨ ଜଣ ଛାତ୍ରଛାତ୍ରୀ ଏଥର ଦଶମ ସିବିଏସଇ ପରୀକ୍ଷା ଦେଇଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବା ବେଳେ ୬ଜଣ ୯୦ପ୍ରତିଶତ ନମ୍ବରରୁ ଅଧିକ ଆଣି ସ୍କୁଲ ଓ ବିନିକା ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ସୃଷ୍ଟି କରିଛନ୍ତି ।