-+91-9937148622 |
prerana_bgr@rediffmail.com |
Monday 20th April 2026 |
R.N.I. Regd No. ODIODI/2010/46693
Breaking News
20-Apr-2026
ବଲାଙ୍ଗିର (ପ୍ରେରଣା ଖବର): ଜିଲ୍ଲାସ୍ତରୀୟ କବି ଶ୍ରୀଜୟଦେବ ଜୟନ୍ତୀ ଉତ୍ସବ ଆଜି ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଉତ୍ସାହମୟ ପରିବେଶରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଡାଃ ବିଜୟାନନ୍ଦ ସେଠି ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ସମ୍ମାନୀୟ ଅତିଥିମାନଙ୍କ ମଧ୍ୟରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଅବସରପ୍ରାପ୍ତ ଅଧ୍ୟାପକ ଓ କବି ଡାଃ ପ୍ରେମଚାନ୍ଦ ପଟ୍ଟନାୟକ, ବିଶିଷ୍ଟ ଶିକ୍ଷାବିତ ସନାତନ ଠାକୁର, ଅଧ୍ୟାପକ ଓ କବି ସନ୍ଦୀପ କୁମାର କୁଅଁର, ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀ ରଞ୍ଜନ ମିଶ୍ର, ଜିଲ୍ଲା କ୍ରୀଡ଼ା ଅଧିକାରୀ ପରାଶର ବାଗ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝି ପ୍ରମୁଖ ଉପସ୍ଥିତ ଥିଲେ। ଅତିଥିମାନେ କବି ଶ୍ରୀଜୟଦେବଙ୍କ ଫୋଟୋଚିତ୍ରରେ ଭକ୍ତିପୂର୍ଣ୍ଣ ମାଲ୍ୟାର୍ପଣ କରି ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ପରେ ସେମାନେ ଶ୍ରୀଜୟଦେବଙ୍କ ଜୀବନୀ, ତାଙ୍କର ଭକ୍ତିମୟ ସାହିତ୍ୟ ଓ ଓଡ଼ିଆ ସଂସ୍କୃତିରେ ତାଙ୍କର ଅବଦାନ ସମ୍ପର୍କରେ
ଆଲୋଚନା କରିଥିଲେ । ସାହିତ୍ୟ, ସଙ୍ଗୀତ ଓ ସଂସ୍କୃତିର ସମନ୍ୱୟରେ ଆୟୋଜିତ ଏହି ଉତ୍ସବରେ ସ୍ଥାନୀୟ କବି, ଶିକ୍ଷାବିତ, ସାହିତ୍ୟପ୍ରେମୀ ଓ ଛାତ୍ରଛାତ୍ରୀମାନେ ବିଶେଷ ଉତ୍ସାହ ସହିତ ଯୋଗଦେଇଥିଲେ । ଏହି ଅବସରରେ ବଲାଙ୍ଗିର ଶ୍ରୀ ଜୟଦେବ କଳା ସଂସଦ ଦ୍ଵାରା ଭକ୍ତିମୟ ସଂଗୀତ କାର୍ଯ୍ୟକ୍ରମ ଓ ଓଡିଶୀ ନୃତ୍ୟ ପରିବେଷଣ ହୋଇଥିଲା ।