-+91-9937148622 |
prerana_bgr@rediffmail.com |
Monday 20th April 2026 |
R.N.I. Regd No. ODIODI/2010/46693
Breaking News
20-Apr-2026
ବରପାଲି (ସୁଦାମ ଦୀପ) ପବିତ୍ର ଅକ୍ଷୟ ତୃତୀୟା ଶୁଭ ଅବସରରେ ୧୪୯ ତମ ବରପାଲି ଶୀତଳ ଷଷ୍ଠୀ ପର୍ବ ପାଇଁ ଥାଳ ଉଠା ରୀତିକାନ୍ତି ଏବଂ ବାବା କପିଲେଶ୍ୱର ଓ ଜଗତ ଜନନୀ ମାତା ପାର୍ବତୀଙ୍କ ଦର୍ଶନ କରିଛନ୍ତି ଶୃଦ୍ଧାଳୁ । ସକାଳେ ରୁଦ୍ରାଭିଷେକ ପରେ ସନ୍ଧ୍ୟା ୫ଟା ୪୦ ମିନିଟ୍ ରେ ଯାତ୍ରାର ପ୍ରଥମ ପର୍ବ ଥାଳଉଠା କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଘଣ୍ଟ ବାଦ୍ୟ ହୁଲହୁଲିରେ ମହା ଆରତୀ ଦେଖିବାକୁ ମିଳିଥିଲା । ଶିତଳ ଷଷ୍ଠୀର ସୁଭାରମ୍ଭ ପରେ ଯାତ୍ରା କମିଟିର ଭଣ୍ଡାର ଗୃହ ନୃପଲାଲ୍ କ୍ଲବ ଠାରେ ବରପାଲି ପଣ୍ଡତ ମାନଙ୍କ ଦ୍ୱାରା ଧୟା ଆରୋହଣ ହେବ ଏବଂ ବ୍ରତ ଧାରଣ କରାଯାଏ । ଆସନ୍ତା ଜୁନ୍ ୧୫ ରୁ ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ବରପାଲି ବାସୀ ବହୁତ ଉତ୍ସାହିତ ସହିତ ୧୪୯ ତମ ଶୀତଳ ଷଷ୍ଠୀ ପର୍ବର ଆଗମନ ହୋଇଥାଏ ।
ଜୁନ୍ ୧୫ ତାରିଖ ପ୍ରତିପଦା ସୋମବାର ସକାଳ ୮ ଟା ୪୬ ମିନିଟ୍ ପରେ ଭଣ୍ଡାର ଗୃହରେ ଶ୍ରୀନଟରାଜ ମୂର୍ତ୍ତି ସ୍ଥାପନ, ଅପରାହ୍ନ ୬ ଟା ୩୫ ମିନିଟ୍ ରେ କପିଲେଶ୍ୱର ବାବଙ୍କୁ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରାରେ ଭଣ୍ଡାର ଗୃହକୁ ଆଗମନ । ୧୬ ତାରିଖ ସକାଳ ୯ଟା ୪୫ ମିନିଟ୍ ଗତେ ସମଲେଶ୍ୱରୀ ମନ୍ଦିର ସମ୍ମୁଖରେ ରୁଦ୍ରକ୍ଷଜ୍ଞ ଶୁଭାରମ୍ଭ, ରାତ୍ର ୧୦ଟା ମଧ୍ୟେ ପାତ୍ରୀ ମନୋନୟନ କାର୍ଯ୍ୟକ୍ରମ ବୈଦିକ ନୀତିକାନ୍ତିରେ ଅନୁଷ୍ଠିତ ହେବ । ୧୭ ତାରିଖ ରାତ୍ର ୮ ଟା ସମୟରେ ଭୈରବ ବାବଙ୍କ ଦେବ ନିମନ୍ତ୍ରଣ ଶୋଭାଯାତ୍ରା ଅନୁଷ୍ଠିତ ହେବ । ୧୮ ତାରିଖ ସକାଳ ୯ଟା ୪୫ ମିନିଟ୍ ପରେ ବୈଦିକ ରୀତିରେ ଗନ୍ଠାଆଲ ଫିଟା ହେବ ଯାହା କି ପୂର୍ବତନ ପାର୍ବତୀଙ୍କ ମାତା ପିତା ଏହି କାର୍ଯ୍ୟଟି ସଂମ୍ପାଦନ କରିବେ । ହରିଦ୍ରା ଗଣସନ ପରେ ରାତ୍ର ସାଢେ ୮ ଟା ସମୟରେ ବରଧରା, ରାତିରେ କପିଲେଶ୍ୱର ବାବାଙ୍କ ବରାନୁଗମନ ଶୋଭାଯାତ୍ରା ଅନୁଷ୍ଠିତ ହେବ । ୧୯ ତାରିଖ ରେ ବିଶୁଦ୍ଧ କନ୍ୟାଲଗ୍ନେ ମକର ନବାଂଶେ ଦିବା ୧୨ଟା ୩୫ ରୁ ୧୨ଟା ୫୦ ମିନିଟ୍ ମଧ୍ୟରେ ବୈଦିନ ରୀତିରେ ଦେବଦମ୍ପତିଙ୍କ ବିବାହ ପାଣିଗ୍ରହଣ । ୨୦ ତାରିଖ ସକାଳେ ହାକାରା ଭାର, ଅପରାହ୍ନ ୧ଟାରେ ରୁଦ୍ରଯଜ୍ଞ ପୁର୍ଣ୍ଣାହୁତି ପରେ ମା ପାର୍ବତି ଙ୍କ ଶ୍ୱଶୁରାଳୟ ଆଗମନ । ୨୧ ତାରିଖ ସକାଳ ୯ଟା ୪୦ ମିନିଟ୍ ରେ ପରଭା ଉଠା, ରାତି ୧୦ ଟା ମଧ୍ୟେ ଦେବଦମ୍ପତିଙ୍କ ମନ୍ଦିର ପ୍ରବେଶ ସହ ଯାତ୍ରା ସମ୍ପନ୍ନ ହୋଇଥାଏ । ଏହି କାର୍ଯ୍ୟକ୍ରମରେ ଯାତ୍ରା କମିଟି ସମ୍ପାଦକ ଜୟନ୍ତ ତ୍ରୀପାଠୀ, ସଭାପତି ଆନନ୍ଦ ବାବୁ, ପଣ୍ଡିତ ହେମନ୍ତ ମିଶ୍ର, ପିନାକୀ ମିଶ୍ର, ସଦାନନ୍ଦ ଦାଶ, ରବିନ୍ଦ୍ର ଦାଶ, ବାଳକିଶୋର ଖାଡଙ୍ଗା, ବିନୋଦ ସୁଶାରୀ ଙ୍କ ସହ ଉଭୟ କନ୍ୟା ପକ୍ଷ ଏବଂ ଶୈବ ଭକ୍ତ ମାନେ ଉପସ୍ଥିତ ଥିଲେ ।