-+91-9937148622 |
prerana_bgr@rediffmail.com |
Sunday 19th April 2026 |
R.N.I. Regd No. ODIODI/2010/46693
Breaking News
19-Apr-2026
ଭୁବନେଶ୍ୱର/ପୁରୀ(ପ୍ରେରଣା ଖବର): ପୁରୀ ଚନ୍ଦନ ଯାତ୍ରାରେ ନରେନ୍ଦ୍ର ପୁଷ୍କରିଣୀରେ ଫୁଟିବନି ବାଣ। ୨୧ ଦିନ ବ୍ୟାପୀ ବାହାର ଚନ୍ଦନଯାତ୍ରା ବେଳେ ବାଣ ଫୁଟାଯିବନି। ବାଣ ଫୁଟାଇଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ। ସୁରକ୍ଷା ଦୃଷ୍ଟିରୁ ୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ। ସିସିଟିଭି ନଜରରେ ସମଗ୍ର ଅଞ୍ଚଳ ରହିବ। ଏନେଇ ପୁରୀ ଏସପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।କହିଛନ୍ତି କି, ଚନ୍ଦନ ଯାତ୍ରା ପାଇଁ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଚଳିତ ବର୍ଷ ନରେନ୍ଦ୍ର ପୁଷ୍କରିଣୀରେ ବାଣଫୁଟା ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି । ଯଦି କୌଣସି ଅମାନିଆ ବ୍ୟକ୍ତି ନିୟମ ଉଲ୍ଲଂଘନ କରି ନରେନ୍ଦ୍ର ପୁଷ୍କରିଣୀରେ ବାଣ ଫୁଟାନ୍ତି ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପରମ୍ପରା ମୁତାବକ ଯାହାକିଛି କାର୍ଯ୍ୟ ରହିଛି ତାହା କରାଯିବ ବୋଲି ପୁରୀ ଏସ୍ପି କହିଛନ୍ତି । ସୂଚନାଯୋଗ୍ୟ, ଗତ ୨୦୨୪ ମସିହାରେ ନରେନ୍ଦ୍ର ପୁଷ୍କରିଣୀରେ ଶ୍ରୀକ୍ଷେତ୍ର ଭଉଁରୀ ଦିନ ବାଣ ବିସ୍ଫୋରଣ ଘଟି ୧୭ ଜଣଙ୍କ ଜୀବନ ଚାଲି ଯାଇଥିଲା