-+91-9937148622 |
prerana_bgr@rediffmail.com |
Monday 20th April 2026 |
R.N.I. Regd No. ODIODI/2010/46693
Breaking News
20-Apr-2026
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର)-ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ବାଙ୍କୀପାଲି ଛକ ରେ କାମ ସାରି ଘର କୁ ଫେରୁଥିବା ବେଳେ ଅଜଣା ଗାଡ଼ି ଧକ୍କା ରେ ଚାଲିଗଲା ବାଇକ ଚାଳକ ଙ୍କ ଜୀବନ। ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ରାମପୁର ପଟୁ ଗୁଳିହାପଦର ଗ୍ରାମର ଦେବେନ୍ଦ୍ର ସାହୁ ଘରକୁ ଆସୁଥିବା ବେଳେ ବାଙ୍କୀପାଲି ନିକଟରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଫେରlର ହୋଇଯାଇଛି l ଫଳରେ ବାଇକ୍ ସହ ବାଇକ ଆରୋହୀ ଡ୍ରେନ୍ ରେ ପଡ଼ି ଯାଇଥିଲ। ଲୋକେ ଖବର ପାଇ ରାମପୁର ଥାନାକୁ ଖବର କରିଥିଲେ ତାଙ୍କୁ ଉଦ୍ଧାର କରି ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷାଣ କରିଛନ୍ତି l ରାମପୁର ପୋଲିସ ଦୁର୍ଘଟଣା ଗ୍ରସ୍ତ ବାଇକକୁ ଜବତ କରି ତଦନ୍ତ କରୁଛି l