-+91-9937148622 |

prerana_bgr@rediffmail.com |

  Friday 17th April 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗିରରେ ବିଜୁବାବୁଙ୍କ ତିରୋଧାନ ଦିବସ ପାଳିତ   (17-Apr-2026)       ||      ୪୨ ମୌଜାରେ"ଦୟାନିଧି ସାମ୍ବାଦିକ ରତ୍ନ ସମ୍ମାନ - ୨୦୨୬ " ପ୍ରଦାନ ଉତ୍ସବ    (17-Apr-2026)       ||      ଏପିଏସ କ୍ଲାସେସର ସିବିଏସଇ ଦଶମ ପରୀକ୍ଷା ବିଦ୍ୟାର୍ଥୀଙ୍କ ମହା ସଫଳତା   (17-Apr-2026)       ||      ନୂଆପଡାରେ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ଉଲ୍ଲେଖନୀୟ ପ୍ରଦର୍ଶନ: ୧୦ ଟପ୍ପର ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ ସମ୍ବର୍ଦ୍ଧନା   (17-Apr-2026)       ||      ନିଜସ୍ୱ ଗୃହ ପାଲଟିଛି ଭୂତକୋଠି, ଭଡ଼ାରେ ଚାଲିଛି ବରୀ ପ୍ରାଣୀ ଚିକିତ୍ସାଳୟ   (17-Apr-2026)       ||      ଡାବୁଗାଁ ରେ ବିଜୁ ବାବୁଙ୍କ ୨୯ ତମ ଶ୍ରାଦ୍ଧ ଦିବସ ପାଳିତ*   (17-Apr-2026)       ||      ଯୁବୋଦୟ ସ୍କୁଲ: ବଲାଙ୍ଗିର ଶିକ୍ଷା ଆକାଶରେ ସୂର୍ଯ୍ୟୋଦୟ   (17-Apr-2026)       ||      ସେବା ଫର ଡିଜାବ୍ଲିଟି" ସଂଘ ତରଫରୁ ଅସହାୟ ମାନଙ୍କୁ ଶୁଖିଲା ଖାଦ୍ୟ ଓ ଚପଳ ବଣ୍ଟନ   (16-Apr-2026)       ||      *ପଲିଟେକ୍‌ନିକ କଲେଜରେ ଉତ୍ତେଜନା* *ଅଧ୍ଯକ୍ଷଙ୍କ ବଦଳି ଦାବୀ କଲେ ଅଭିଭାବକ*   (16-Apr-2026)       ||      ସୁବର୍ଣ୍ଣପୁରରେ ଦ୍ୱିତୀୟ ତାଇକୋଣ୍ଡୋ କଲର୍ ବେଲ୍ଟ ପରୀକ୍ଷା ଅନୁଷ୍ଠିତ   (16-Apr-2026)       ||      ବୈଶାଖ ମେଳା ଅବସରରେ ୧୫ଟି ସ୍ୱତନ୍ତ୍ର ବସ ଚଳାଇବାକୁ ଜିଲ୍ଲାପାଳ ଙ୍କ ନିକଟରେ ଦାବି    (16-Apr-2026)       ||      ବଲାଙ୍ଗୀର “ନାରୀ ଶକ୍ତି ବନ୍ଦନ ଅଧିନିୟମ” ସଚେତନତା ପଦଯାତ୍ରା    (16-Apr-2026)       ||      *ସୁବର୍ଣ୍ଣପୁର ଟାଉନ ହଲରେ ଧୁମଧାମରେ ପାଳିତ ହେଲା ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତି ଉତ୍ସଵ*-   (16-Apr-2026)       ||      *ଜିଲ୍ଲାପାଳ ଙ୍କ ବିଭିନ୍ନ ସ୍କୁଲ୍ ଓ ଅଙ୍ଗନୱାଡି କୁ ଅଚାନକ ପରିଦର୍ଶନ*- *ଶିକ୍ଷକ ଓ କର୍ମଚାରୀ ଛାନିଆଁ*-   (16-Apr-2026)       ||      ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନୂତନ ରଙ୍ଗ, ନୂତନ ଢଙ୍ଗରେ କଳାକୃତିରେ ସୁସଜ୍ଜିତ, ଏହି କାର୍ଯ୍ୟାଳୟ ଲୋକଙ୍କ ପାଇଁ, ଓଡ଼ିଶା ମଧ୍ୟ କଳାକୃତି ରାଜ୍ୟ ବୋଲି ଜିଲ୍ଲାପାଳ ପ୍ରକାଶ   (16-Apr-2026)       ||      ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନୂତନ ରଙ୍ଗ, ନୂତନ ଢଙ୍ଗରେ କଳାକୃତିରେ ସୁସଜ୍ଜିତ, ଏହି କାର୍ଯ୍ୟାଳୟ ଲୋକଙ୍କ ପାଇଁ, ଓଡ଼ିଶା ମଧ୍ୟ କଳାକୃତି ରାଜ୍ୟ ବୋଲି ଜିଲ୍ଲାପାଳ ପ୍ରକାଶ   (16-Apr-2026)       ||      ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ    (16-Apr-2026)       ||      ତୁରେକେଲା ବ୍ଳକସ୍ତରୀୟ ଶିକ୍ଷଣ ଉପକରଣ ମେଳା ଅନୁଷ୍ଠିତ   (16-Apr-2026)       ||      ସାମ୍ବାଦିକ ଭବନ ନିକଟରୁ ବାଇକ ଚୋରି    (16-Apr-2026)       ||      ବୁଢୀପଦାର ପଂଚାୟତ ପରିସରରେ ବାବାସାହେବ ଡ଼. ଭୀମରାଓ ଆମ୍ବେଦକର ଙ୍କ ୧୩୫ ତମ ଜନ୍ମ ଦିବସ ପାଳନ   (16-Apr-2026)       ||     

HOME   ରାଜ୍ୟ

ନୂଆପଡାରେ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ଉଲ୍ଲେଖନୀୟ ପ୍ରଦର୍ଶନ: ୧୦ ଟପ୍ପର ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ ସମ୍ବର୍ଦ୍ଧନା

17-Apr-2026



ନୂଆପଡା(ପରମେଶ୍ୱର ମେହେର): ସିବିଏସଇ ଦଶମ ଶ୍ରେଣୀ–୨୦୨୬ର ପରୀକ୍ଷାରେ ଏବର୍ଷ ନୂଆପଡା ଜିଲ୍ଲାର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉତ୍କୃଷ୍ଟ ଫଳାଫଳ ହାସଲ କରି ସ୍କୁଲ ଏବଂ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।
ସମଗ୍ର ଶିକ୍ଷା, ନୂଆପଡାର ଆନୁକୂଳ୍ୟରେ ଦଶମ ଶ୍ରେଣୀ ଟପ୍ପରମାନଙ୍କ ପାଇଁ ଆଜି ଜିଲ୍ଲାସ୍ତରୀୟ ସମ୍ବର୍ଦ୍ଧନା ସଭା ମୁଖ୍ୟାଳୟର ସ୍ଥାନୀୟ କନଫରେନ୍ସ ହଲରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।
ଏହି ପରୀକ୍ଷାରେ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ଖରିଆରର ଛାତ୍ରୀ ଆରୁଷି ଶୁକ୍ଳା ୪୯୧ ମାର୍କ (୯୮.୨%) ସହ ଜିଲ୍ଲା ଟପ୍ପର ହୋଇଥିବାବେଳେ, ସେହି ବିଦ୍ୟାଳୟର ମଧୁସ୍ମିତା ମହାନ୍ତି ଓ ପ୍ରତିକ୍ଷା କୁମ୍ଭାର ୪୮୭ ମାର୍କ (୯୭.୪%) ସହ ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ପିଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ, ତରବୋଡର ସମୀକ୍ଷା ପି. ସବର ୪୮୨ (୯୬.୩୩%), ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ନେଗିପାଲିର ଯୋଗେଶ କେଉଟ ୪୮୨ (୯୬.୪%), ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ବାଡିର ପ୍ରିୟାଂଶି ସାହୁ ୪୮୭ (୯୭.୪%), ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଝାଗରାହିର ପ୍ରାଚୀ ଜୈନ ୪୭୫ (୯୫%), ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ତିମାନପୁରର କୁମକୁମ ଟାଣ୍ଡି ୪୭୭ (୯୫.୪%), ଓଡ଼ିଶା ଆଦର୍ଶ ବିଦ୍ୟାଳୟ, କେଶରାଜପୁରର ସୁଭ୍ରାନ ଶେଖର ପଣ୍ଡା ୪୬୯ (୯୩.୮%) ଓ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ, ନୂଆପଡାର ପ୍ରେରଣା ସେଠ ୪୫୦ (୯୦%) ମାର୍କ ରଖି ସ୍ୱତନ୍ତ୍ର ସଫଳତା ଅଧିଗତ କରିଥିଲେ।
ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି ସହ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ସମ୍ମାନିତ ଛାତ୍ରଛାତ୍ରୀମାନେ ନିଜ ସଫଳତାର ଯାତ୍ରା ବିଷୟରେ ଅନୁଭବ ବାଣ୍ଟି, ଦୃଢ଼ ପରିଶ୍ରମ, ଶିକ୍ଷକମାନଙ୍କ ମାର୍ଗଦର୍ଶନ ଓ ଅଭିଭାବକମାନଙ୍କ ପ୍ରେରଣାକୁ ସେମାନଙ୍କ ସଫଳତାର ମୂଳ ମନ୍ତ୍ର ବୋଲି କହିଥିଲେ।
ଏହି ଅବସରରେ ଜିଲ୍ଲାପାଳ କହିଥିଲେ ଯେ, ଆଜି ନବୋଦୟ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୧୦ ଜଣ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା କରାଯାଇଛି। ଏହି ସମ୍ବର୍ଦ୍ଧନା ସେମାନଙ୍କୁ ଆଗାମୀ ଦିନରେ ଆହୁରି ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଉତ୍ସାହିତ କରିବ। ସେହିପରି ଜିଲ୍ଲାରେ ଶିକ୍ଷାର ଗୁଣାତ୍ମକ ଉନ୍ନତି ପାଇଁ ନିଆଯାଇଥିବା ପଦକ୍ଷେପ ଓ ଦୃଷ୍ଟିକୋଣ ବିଷୟରେ ସେ ଉଲ୍ଲେଖ କରିଥିଲେ।ଏହି ସମ୍ବର୍ଦ୍ଧନା ସଭା ଛାତ୍ରଛାତ୍ରୀମାନଙ୍କୁ ଆଗାମୀ ଦିନରେ ଆହୁରି ଉତ୍ତମ ପ୍ରଦର୍ଶନ ପାଇଁ ପ୍ରେରଣା ଯୋଗାଇବା ସହ ଜିଲ୍ଲାରେ ଶିକ୍ଷାର ଗୁଣାତ୍ମକ ଉନ୍ନତିକୁ ଏକ ନୂତନ ଦିଗ ଦେଇଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗିରରେ ବିଜୁବାବୁଙ୍କ ତିରୋଧାନ ଦିବସ ପାଳିତ   17-Apr-2026
  ଜିଲ୍ଲା  
୪୨ ମୌଜାରେ"ଦୟାନିଧି ସାମ୍ବାଦିକ ରତ୍ନ ସମ୍ମାନ - ୨୦୨୬ " ପ୍ରଦାନ ଉତ୍ସବ   17-Apr-2026
  ଜିଲ୍ଲା  
ଏପିଏସ କ୍ଲାସେସର ସିବିଏସଇ ଦଶମ ପରୀକ୍ଷା ବିଦ୍ୟାର୍ଥୀଙ୍କ ମହା ସଫଳତା   17-Apr-2026
  ରାଜ୍ୟ  
ନୂଆପଡାରେ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ଉଲ୍ଲେଖନୀୟ ପ୍ରଦର୍ଶନ: ୧୦ ଟପ୍ପର ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ ସମ୍ବର୍ଦ୍ଧନା   17-Apr-2026
  ଜିଲ୍ଲା  
ନିଜସ୍ୱ ଗୃହ ପାଲଟିଛି ଭୂତକୋଠି, ଭଡ଼ାରେ ଚାଲିଛି ବରୀ ପ୍ରାଣୀ ଚିକିତ୍ସାଳୟ   17-Apr-2026
  ଜିଲ୍ଲା  
ଡାବୁଗାଁ ରେ ବିଜୁ ବାବୁଙ୍କ ୨୯ ତମ ଶ୍ରାଦ୍ଧ ଦିବସ ପାଳିତ*   17-Apr-2026
  ଜିଲ୍ଲା  
ଯୁବୋଦୟ ସ୍କୁଲ: ବଲାଙ୍ଗିର ଶିକ୍ଷା ଆକାଶରେ ସୂର୍ଯ୍ୟୋଦୟ   17-Apr-2026
  ଜିଲ୍ଲା  
ସେବା ଫର ଡିଜାବ୍ଲିଟି" ସଂଘ ତରଫରୁ ଅସହାୟ ମାନଙ୍କୁ ଶୁଖିଲା ଖାଦ୍ୟ ଓ ଚପଳ ବଣ୍ଟନ   16-Apr-2026
  ଜିଲ୍ଲା  
*ପଲିଟେକ୍‌ନିକ କଲେଜରେ ଉତ୍ତେଜନା* *ଅଧ୍ଯକ୍ଷଙ୍କ ବଦଳି ଦାବୀ କଲେ ଅଭିଭାବକ*   16-Apr-2026
  ଜିଲ୍ଲା  
ସୁବର୍ଣ୍ଣପୁରରେ ଦ୍ୱିତୀୟ ତାଇକୋଣ୍ଡୋ କଲର୍ ବେଲ୍ଟ ପରୀକ୍ଷା ଅନୁଷ୍ଠିତ   16-Apr-2026
  ଜିଲ୍ଲା  
ବୈଶାଖ ମେଳା ଅବସରରେ ୧୫ଟି ସ୍ୱତନ୍ତ୍ର ବସ ଚଳାଇବାକୁ ଜିଲ୍ଲାପାଳ ଙ୍କ ନିକଟରେ ଦାବି   16-Apr-2026
  ଜିଲ୍ଲା  
ବଲାଙ୍ଗୀର “ନାରୀ ଶକ୍ତି ବନ୍ଦନ ଅଧିନିୟମ” ସଚେତନତା ପଦଯାତ୍ରା   16-Apr-2026

You Might Also Like