-+91-9937148622 |
prerana_bgr@rediffmail.com |
Monday 15th June 2026 |
R.N.I. Regd No. ODIODI/2010/46693
Breaking News
10-Feb-2021
ଭଦ୍ରକ(ପ୍ରେରଣା ଖବର) : ଗ୍ୟାରେଜରେ ହୁତୁ ହୁତୁ ହୋଇ ଜଳିଗଲା ୪ଟି ବସ୍ ଓ ଗୋଟିଏ ସ୍କୋର୍ପିଓ ଗାଡି । ଅଗ୍ନିଶମ ବାହିନୀର ଦୀର୍ଘ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଛି ।
ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଡାହାଣୀଗଡ଼ିଆ ଛକ ନିକଟ ହରିଶଙ୍କର ଗ୍ୟାରେଜରେ ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି । ନିଆଁ ଜଳୁଥିବାର ସ୍ଥାନୀୟ ଲୋକ ଦେଖିବା ପରେ ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ ।
ଅଗ୍ନିଶମ ବାହିନୀର ତିନିଟି ଗାଡି ପହଞ୍ଚି ଦୀର୍ଘ ୩ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ କରିଛନ୍ତି । ବସ୍ ଭିତରେ ଶୋଇଥିବା ବସର କର୍ମଚାରୀ ନିଆଁ ଲାଗିବା ଦେଖି ଜୀବନ ବିକଳରେ ଦୌଡି ପଳାଇଥିଲେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ ।