-+91-9937148622 |
prerana_bgr@rediffmail.com |
Wednesday 17th June 2026 |
R.N.I. Regd No. ODIODI/2010/46693
Breaking News
13-Jun-2026
ବଲାଙ୍ଗିର,ତା.୧୩.୦୬.୨୬- ବଲାଙ୍ଗିର ପାଟଣା ରାଜ୍ୟ ଇଷ୍ଟଦେବୀ ମାଁ ପାଟଣେଶ୍ୱରୀ ମନ୍ଦିର ୧୮୭୨ ମସିହାରେ ବଲାଙ୍ଗିର ରାଜଧାନୀ ସ୍ଥାପନ ହୋଇଥିଲା । ମନ୍ଦିରକୁ ୧୫୩ ବର୍ଷ ପୁର୍ତ୍ତି ହୋଇଯାଇଛି । ୧୯୦୦ ମସିହାରେ ମହାରାଜ ଦଳଗଞ୍ଜନ ସିଂଦେଓ ମନ୍ଦିର ପୁନଃ ନିର୍ମାଣ କରିଥିଲେ । ରାଜ୍ୟର ଇଷ୍ଟଦେବୀ ରୂପେ ପୂଜା ପାଇ ଆସୁଥିବା ବେଳେ ନୂଆଁଖାଇ, ଦଶହରା ସମୟରେ ବିଭିନ୍ନ ରାଜନୈତିକ ଦଳ ମନ୍ତ୍ରୀ ଠାରୁ ବିଧାୟକମାନେ ମାଁ ଙ୍କ ଆଶିର୍ବାଦ ଲାଭ କରିଯାଆନ୍ତି । ବଲାଙ୍ଗିର ର ଦିର୍ଘ ଦିନର ଭକ୍ତମାନଙ୍କ ଦାବିରେ ୨୦୨୩ ରେ ପୂର୍ବତନ ସରକାର ୧ କୋଟି ୩୫ ଲକ୍ଷ ଟଙ୍କା ଅନୁଦାନ ମନ୍ଦିର ପ୍ରକଳ୍ପ ଓ ସୌନ୍ଦର୍ଯ୍ୟକରଣ ପାଇଁ ଅନୁଦାନ ଆସିଥିଲା । ଦିର୍ଘ ୩ ବର୍ଷ ପରେ ଏହା ସମ୍ପୁର୍ଣ୍ଣ ହେବା ପାଇଁ ଯାଉଛି । ଭୋଗ ମଣ୍ଡପ, ରୋଷେଇ ଶାଳ, ଯଜ୍ଞ ମନ୍ଦିର, ଦୀପ ଘର, ସେବାୟତଙ୍କ ପାଇଁ ବିଶ୍ରାମଗାର ଓ ପରିକ୍ରମା ପ୍ରକଳ୍ପ ଡିପିଆର ରେ ସ୍ଥାନ ପାଇଥିଲା । ମୁଖ୍ୟ ଦ୍ୱାର ଖାଣ୍ଡୋଲାଇଟ ପଥର ଲଗେଇବା ଓ ପଥରର ସିଂହ ପାଇଁ ଡିପିଆର ରେ ପ୍ରସ୍ତାବ ଥିଲା । ଅନୁଦାନ କମି ଯାଇଥିବାରୁ ଏହା ରଙ୍ଗ ଓ ଚୁନ ପଥରରେ ନିର୍ମାଣ ହୋଇଛି ଏବଂ ମୁଖ୍ୟ ଦ୍ୱାରରେ ବର୍ଷ ନ ପୁରୁଣୁ ସିମେଣ୍ଟ ଚଟାଣ ଖସିଯାଇଥିବାରୁ ତଦାରଖ ପାଇଁ ଦାବି କରିଥିଲେ । ମାଁ ପାଟଣେଶ୍ୱରୀ ଦେବି ମୁଖ୍ୟ ଗମ୍ଭାର ଘର ଦିର୍ଘ ୫ ବର୍ଷ ରୁ ଉର୍ଦ୍ଧ୍ୱ ହେବ ଗମ୍ମୁଜରୁ ବର୍ଷା ପାଣି ପ୍ରବେଶ ହେଉଛି ଏବଂ ମାଁ ଙ୍କ ପ୍ରତିମୁର୍ତ୍ତିରେ ଚୁନ ପଥର ଖସୁଛି ।୧୯୯୨ ମସିହାରେ ନିର୍ମାଣ ହୋଇଥିବା ମାଁ ଙ୍କ ପରଭା ଭଗ୍ନ ଅବସ୍ଥାରେ ଅଛି ତାହାକୁ ନୂତନ ଭାବେ ନିର୍ମାଣ ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ଆଜି ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓ ଙ୍କୁ ଦେବାଳୟ ଐହିସ୍ୟ ସୁରକ୍ଷା କମିଟିର ନେତୃତ୍ୱମାନେ ଯାଇ ଦାବିପତ୍ର ପ୍ରଦାନ କରିଥିଲେ । ସଂପାଦକ ପ୍ରଶାନ୍ତ ମହାକୁର ଙ୍କ ନେତୃତ୍ୱରେ ଭବାନୀ ଶଙ୍କର ଭୋଇ, କୋଷାଧ୍ୟକ୍ଷ ରିଣ୍ଟୁ ସାହୁ, ସହ-ସଂପାଦକ ଯୁଧିଷ୍ଟି ମେହେର, ବିଭୁ କଲ୍ୟାଣ ଗଡତ୍ୟା, ସ୍ୱୟଂ ଶେଖର ସାମଲ ସାମିଲ ଥିଲେ । ବିଧାୟକ ପ୍ରତିଶୃତି ଦେଇଛନ୍ତି ରତ୍ନତତ୍ୱ ବିଭାଗ ଏହାକୁ ତଦାରଖ କରିବେ ଏବଂ ପିଡବ୍ଲୁ ବିଭାଗ ଏଷ୍ଟିମେଟ କରି ସ୍ୱତନ୍ତ୍ର ଡବ୍ଲୁଡିସି ଫଣ୍ଡରୁ ଅନୁଦାନ ପ୍ରଦାନ କରିପାଇଁ ପ୍ରତିଶୃତି ଦେଇଛନ୍ତି ।