-+91-9937148622 |

prerana_bgr@rediffmail.com |

  Saturday 8th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଧର୍ମପରାୟଣା ମହିଳା କ୍ଷିତିସୂତା ମିଶ୍ରଙ୍କ ପରଲୋକ;ଶୋକରେ ଯୋଗୀସର୍ଡ଼ା ଗ୍ରାମ    (07-Aug-2026)       ||      ହାତୀ ଆକ୍ରମଣରେ ଘର ସମ୍ପୂର୍ଣ୍ଣ ଧ୍ୱଂସ; ଆହତ ଆଦିବାସୀ ପରିବାରକୁ ୨୦ ଲକ୍ଷ କ୍ଷତିପୂରଣ ଦାବି କଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି   (07-Aug-2026)       ||      ଶିକ୍ଷକଙ୍କ ନ୍ୟାୟସଙ୍ଗତ ଦାବୀ ପାଇଁ ଏକାଠି ହେଲା ଓଷ୍ଟା;ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସ୍ମାରକ ପତ୍ର    (07-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ପେନାଲଟିକ ସୁଟ ଜରିଆରେ ପାଦେରୀପଡା ଓ ସୁଣ୍ଡରୁମିଲା ଦଳ ବିଜୟୀ    (07-Aug-2026)       ||      "ଇନୋଭେସନ୍ ଓ ଷ୍ଟାର୍ଟଅପ୍ ପ୍ରତିଯୋଗିତା–୨୦୨୬"   (07-Aug-2026)       ||      ବର୍ଷାରେ ଭାଙ୍ଗିଲା ଘର ଅଳ୍ପେକ ବର୍ତିଲେ ବୃଦ୍ଧ ଦମ୍ପତି   (07-Aug-2026)       ||      ବନ୍ୟାକ୍ଷୟକ୍ଷତିର ଆକଳନ,ଚାଷୀଙ୍କୁ ସଠିକ ଦରରେ ସାରଯୋଗାଣ ନେଇ ପ୍ରଶାସନକୁ କାଳିକେଶଙ୍କ ନିର୍ଦ୍ଦେଶ   (07-Aug-2026)       ||      ବଜରଙ୍ଗୀ ସଂଘ ପକ୍ଷରୁ ଗୋଖାଦ୍ୟ ବଣ୍ଟନ   (07-Aug-2026)       ||      ବରପାଲି ପ୍ରଶାସନ ପକ୍ଷରୁ ସ୍ୱାଧୀନତା ଦିବସ ଅବସର ରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା   (07-Aug-2026)       ||      *ସୁବର୍ଣ୍ଣପୁର ଗସ୍ତରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଶ୍ରୀ ବି. ପରମେଶ୍ୱରନ୍*- *ଏସ ଆଇ ଆର୍ ଉପରେ କଲେ ସମୀକ୍ଷା*-   (07-Aug-2026)       ||      ଛତାମଖନା ବନ୍ଧର କ୍ଷୟକ୍ଷତି ଘଟଣାର ନିରପେକ୍ଷ ତଦନ୍ତ ଦାବି କଲେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ   (07-Aug-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ   (07-Aug-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ଛାତ୍ରୀ ମାନେ ରାଜ୍ୟ ସ୍ତରରେ ସମ୍ବର୍ଦ୍ଧିତ   (07-Aug-2026)       ||      ଅତିରିକ୍ତ ତହସିଲ ଖୋଲିବାକୁ ନେଇ ଜିଲ୍ଲାପାଳଙ୍କ ସ୍ଥାନ ପରିଦର୍ଶନ   (07-Aug-2026)       ||      ଜିଲ୍ଲାପାଳଙ୍କ ଡାକ୍ତରଖାନା ପରିଦର୍ଶନ, ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କଲେ   (07-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ପ୍ରେରଣା ପକ୍ଷରୁ ଜିଲ୍ଲାସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା   (06-Aug-2026)       ||      ସାମ୍ବାଦିକ ରାଜ କିରଣ ସିଂ ଦେଓଙ୍କ ପରଲୋକ ବିଭିନ୍ନ ମହଲରୁ ଗଭୀର ଶ୍ରଦ୍ଧାଞ୍ଜଳି   (06-Aug-2026)       ||      ଆଦର୍ଶ ବିଦ୍ୟାଳୟ ରେ ଜ଼ିଲ୍ଲାପାଳ    (06-Aug-2026)       ||      ବିଜେପି ର ମଣ୍ଡଳ ସ୍ତରୀୟ ମାସିକ ବୈଠକ   (06-Aug-2026)       ||      ପୁରାତନ ଶୈବ ପୀଠ ବାବା ଅଷ୍ଟଶମ୍ଭୁ ମହାଦେବ ମନ୍ଦିରରେ କାଉଁରିଆ ମାନଙ୍କର ପ୍ରବଳ ଭିଡ଼ |   (06-Aug-2026)       ||     

HOME   ଜିଲ୍ଲା

ବାରପାଳି ୨୨ ମୌଜାର ଇଷ୍ଟଦେବତା ଶ୍ରୀ ଶ୍ରୀ ବୁଢାରାଜାଙ୍କ ମନ୍ଦିରର ମୁଖ୍ୟ ପୂଜକ ଭାବେ ଅଭିଷିକ୍ତ ହେଲେ ଶ୍ରୀଯୁକ୍ତ ହେରାମ୍ବ ସିଂ ପୁଝାରୀ

15-Jun-2026



ସିନାପାଲି, (ଚିନ୍ତାମଣି ନେତାମ):  ନୂଆପଡା ଜିଲ୍ଲାର ବୋଡେନ ବ୍ଲକ ଅନ୍ତର୍ଗତ ବାବେବିର ଗ୍ରାମ ପଞ୍ଚାୟତର ବାବେବିର ଗ୍ରାମଠାରେ ଅବସ୍ଥିତ ବାରପାଳି ୨୨ ମୌଜାର ଆରାଧ୍ୟ ଓ ଇଷ୍ଟଦେବତା ଶ୍ରୀ ଶ୍ରୀ ବୁଢାରାଜା ଦେବତାଙ୍କ ମନ୍ଦିରର ନୂତନ ମୁଖ୍ୟ ପୂଜକ ଭାବରେ ଶ୍ରୀଯୁକ୍ତ ହେରାମ୍ବ ସିଂ ପୁଝାରୀଙ୍କୁ ପାରମ୍ପରିକ  ଧାର୍ମିକ ରୀତିନୀତି ଅନୁଯାୟୀ ଅଭିଷେକ କରାଯାଇଛି। ଏହି ଐତିହାସିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ବାରପାଳି ଅଞ୍ଚଳର ବହୁ ସଂଖ୍ୟକ ଶ୍ରଦ୍ଧାଳୁ, ବୁଦ୍ଧିଜୀବୀ, ସମାଜସେବୀ ଓ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ରହି ନୂତନ ପୂଜକଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ   ଜଣାଇଥିଲେ।
ସୂଚନାଯୋଗ୍ୟ ଯେ, ଶ୍ରୀ ଶ୍ରୀ ବୁଢାରାଜା ମନ୍ଦିରର ପୂର୍ବତନ ମୁଖ୍ୟ ପୂଜକ ସ୍ୱର୍ଗତ ବଳିଆର ସିଂ ପୁଝାରୀଙ୍କ ଗଙ୍ଗା ଶ୍ରାଦ୍ଧ କାର୍ଯ୍ୟକ୍ରମ ଗତ ମଙ୍ଗଳବାର ଦିନ ସମ୍ପନ୍ନ ହୋଇଥିଲା। ଏହି ଅବସରରେ ତାଙ୍କର ସୁପୁତ୍ର ହେରାମ୍ବ ସିଂ ପୁଝାରୀଙ୍କୁ ପୁଝାରୀ ବଂଶର ପାରମ୍ପରିକ ଉତ୍ତରାଧିକାରୀ ଭାବେ ମନ୍ଦିରର ମୁଖ୍ୟ ପୂଜକ ଦାୟିତ୍ୱ ଅର୍ପଣ କରାଯାଇଥିଲା। ପୁଝାରୀ ବଂଶର କୁଳପୁରୋହିତ ଶ୍ରୀଯୁକ୍ତ ପିତାମ୍ବର ତିୱାରୀ ଦିବା ୧୨ଟା ୨୫ ମିନିଟ ସମୟରେ ବେଦମନ୍ତ୍ର ଉଚ୍ଚାରଣ, ମଙ୍ଗଳାଚରଣ, ପବିତ୍ରକରଣ, ତିଳକ, ଚନ୍ଦନ ଧାରଣ ଓ ଅଭିଷେକ ବିଧି ମାଧ୍ୟମରେ ହେରାମ୍ବ ସିଂ ପୁଝାରୀଙ୍କୁ ଆନୁଷ୍ଠାନିକ ଭାବରେ ପୂଜକ ପଦରେ ଅଭିଷିକ୍ତ କରିଥିଲେ।
ଏହି ଉପଲକ୍ଷେ ଆୟୋଜିତ ଐତିହାସିକ ସଭାରେ ନୂଆପଡା ଜିଲ୍ଲାର ବରିଷ୍ଠ ସମାଜସେବୀ ଓ ବୋଡେନ ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ଲମ୍ବୋଦର ନିଆଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ଶିକ୍ଷାବିତ୍ ଓ ସଂସ୍କୃତି ପ୍ରେମୀ ଶ୍ରୀଯୁକ୍ତ ସତ୍ୟବ୍ରତ ଗହୀର ସଭାପତିତ୍ୱ କରିଥିବା ବେଳେ ଲିଟିସର୍ଗି ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ଅନ୍ତରାମ ଚିନ୍ଦା ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ସେହିପରି ମା’ ସୁନାଦେଇ ଦେବୀ ପୀଠର ମୁଖ୍ୟ ପୂଜକ ଶ୍ରୀଯୁକ୍ତ ବିଜୟ କୁମାର ଝାଙ୍କର, ସହଯୋଗୀ ଟୁନା ସିଂ ଛତ୍ରିଆ, ତିଳସିଂ ଝାଙ୍କର, ଖରସେଲ ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ବିରେନ୍ଦ୍ର କୁମାର ଖମାରୀ, ଅବସରପ୍ରାପ୍ତ ଶିକ୍ଷକ  ଶ୍ରୀଯୁକ୍ତ ହୃଷିକେଶ କଟା ଓ ଫୁଲଚନ୍ଦ ଦଣ୍ଡସେନା ପ୍ରମୁଖ ମଞ୍ଚାସୀନ ରହିଥିଲେ।
ଅଭିଷେକ ସମାରୋହରେ ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥିବୃନ୍ଦ ନୂତନ ପୂଜକ ହେରାମ୍ବ ସିଂ ପୁଝାରୀଙ୍କ ମସ୍ତକରେ ପାରମ୍ପରିକ  ଶିରିପା / ପଗୋଡି  ପିନ୍ଧାଇବା  ସହ ଫୁଲ, ଅକ୍ଷତ, ନବବସ୍ତ୍ର ଓ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରୀ ଶ୍ରୀ ବୁଢାରାଜା ଦେବତାଙ୍କ ମୁଖ୍ୟ ପୂଜକ ଭାବେ ସସମ୍ମାନେ ଅଭିଷିକ୍ତ କରିଥିଲେ। ଏହି ଅବସରରେ ପୁରୋହିତ ପିତାମ୍ବର ତିୱାରୀ, ବରିଷ୍ଠ ଗାୟତ୍ରୀ ସାଧକ କେଶବ ପାଣ୍ଡେ ଏବଂ ତାରା କାନ୍ତ  ଭୋଇ ବେଦ ଓ ଗାୟତ୍ରୀ ମନ୍ତ୍ର ପାଠ କରିବା ସହ ଗଙ୍ଗାଜଳ  ଅଭି ଛିଞ୍ଚନ କରିଥିଲେ। ଫଳରେ ସମଗ୍ର ପରିବେଶ ଆଧ୍ୟାତ୍ମିକ ଭାବନାରେ ଉଦ୍‌ବେଳିତ ହୋଇଉଠିଥିଲା।
ଘଣ୍ଟ, ଢୋଲ, ନିଶାନ, ତାସା, ମହୁରୀ ଓ ଝାଞ୍ଜ ଭଳି ପାରମ୍ପରିକ ପଞ୍ଚବାଦ୍ୟର ମଧୁର ଧ୍ୱନି ସହ ହରିବୋଲ ଓ ହୁଳହୁଳି ଶବ୍ଦରେ ସମଗ୍ର ଗ୍ରାମ ପ୍ରକମ୍ପିତ ହୋଇଉଠିଥିଲା। ପରେ ସ୍ୱର୍ଗତ ବଳିଆର ସିଂ ପୁଝାରୀଙ୍କ ଅମର ଆତ୍ମାର ସଦ୍‌ଗତି କାମନାରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। "ସ୍ୱର୍ଗତ ବଳିଆର ସିଂ ଅମର ରହେ" ଧ୍ୱନିରେ ଚତୁର୍ଦ୍ଦିଗ ଗୁଞ୍ଜରିତ ହୋଇଉଠିଥିଲା।
ସଭାରେ ଅତିଥିମାନେ ସ୍ୱର୍ଗତ ବଳିଆର ସିଂ ପୁଝାରୀଙ୍କ ଆଦର୍ଶ, ସରଳ ଜୀବନଶୈଳୀ ଓ ଜନସେବା ମନୋଭାବକୁ ସ୍ମରଣ କରି ନୂତନ ପୂଜକଙ୍କୁ ସେହି ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ସମାଜର ସମସ୍ତ ବର୍ଗର ଲୋକଙ୍କ ପ୍ରତି ସମାନ ସମ୍ମାନ, ସ୍ନେହ ଓ ସହଯୋଗ ଭାବ ରଖି ଧର୍ମୀୟ ଓ ସାମାଜିକ ଦାୟିତ୍ୱ ନିର୍ବାହ କରିବାକୁ ଅତିଥିମାନେ ଆହ୍ୱାନ ଜଣାଇଥିଲେ।
ସଭା ଶେଷରେ ହୃଷିକେଶ କଟା ଧନ୍ୟବାଦ ଅର୍ପଣ କରିଥିଲେ  ଓ ଶାନ୍ତି ମନ୍ତ୍ର ପାଠ ସହ କାର୍ଯ୍ୟକ୍ରମର ସମାପନ ହୋଇଥିଲା। ପରେ ପାରମ୍ପରିକ ବାଦ୍ୟଯନ୍ତ୍ର ଓ ଶୋଭାଯାତ୍ରା ମାଧ୍ୟମରେ ନୂତନ ମୁଖ୍ୟ ପୂଜକଙ୍କୁ ଶ୍ରୀ ଶ୍ରୀ ବୁଢାରାଜା ମନ୍ଦିରକୁ ନିଆଯାଇଥିଲା। ସେଠାରେ ସେ ବିଧିବଦ୍ଧ ଭାବେ ନାରିକେଳ, ଧୂପ, ଦୀପ ଆଦି ଅର୍ପଣ କରି ଦେବତାଙ୍କ ପୂଜାର୍ଚ୍ଚନା କରିଥିଲେ। ଗୃହ ପ୍ରତ୍ୟାଗମନ ସମୟରେ ଗ୍ରାମର ମା’ ଓ ଭଉଣୀମାନେ ବନ୍ଦାପନା କରି ନୂତନ ପୂଜକଙ୍କୁ ସ୍ୱାଗତ ଜଣାଇଥିଲେ।
ଏହି ମହତ୍ତ୍ୱପୂର୍ଣ୍ଣ ଅଭିଷେକ  ଏହି ଉତ୍ସବ ଆୟୋଜନ କରିବାରେ ଗ୍ରାମର ପଞ୍ଚମ ହଂସ, କମଳୁ ବଛା, ବେଣୁଧର ବାଗ , ଜଗମୋହନ ହଂସ, ନୀଳକଣ୍ଠ ପାଣ୍ଡେ  ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ l  ବାର ପାଳି ଅଂଚଳର  ଚୈବନ କଟା, ବାବୁଲାଲ ହଂସ, କୁମ୍ଭ ବାଗ, ମୋହନଲାଲ ଖମାରୀ, ପୀତବାସ ହଂସ, ଗୋକୁଳ ଚିନ୍ଦା, ପିତାମ୍ବର ବାଗ, ଲୋକନାଥ ଚିନ୍ଦାଙ୍କ ସମେତ ବାରପାଳି ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି, ପୂଜକ, ସମାଜସେବୀ ଓ ଶତାଧିକ ଶ୍ରଦ୍ଧାଳୁ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ବୁଢାରାଜା ମନ୍ଦିରର ପାର୍ଶ୍ୱଦେବୀଙ୍କ ପୂଜକ ଦେବରାଜ ସିଂ ପୁଝାରୀ, ନୃପତି ସିଂ ପୁଝାରୀ, ପ୍ରତାପ ସିଂ ପୁଝାରୀ, ଅଙ୍ଗରାମ ପୁଝାରୀ ଓ  ବୈଗାପଡା ଗ୍ରାମର ପୁଝାରୀ  ଜଗନ୍ନାଥ ଚିନ୍ଦା, ଫରସରା ଗ୍ରାମର ବୁଢାରାଜା  ଦେବତାଙ୍କ ପୁଝାରୀ  ସହିତ ଅନ୍ୟାନ୍ୟ ଦେବପୂଜକମାନେ ମଧ୍ୟ ଉପସ୍ଥିତ ରହି ଧାର୍ମିକ ପରିବେଶକୁ ଅଧିକ ଗୌରବମୟ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଧର୍ମପରାୟଣା ମହିଳା କ୍ଷିତିସୂତା ମିଶ୍ରଙ୍କ ପରଲୋକ;ଶୋକରେ ଯୋଗୀସର୍ଡ଼ା ଗ୍ରାମ   07-Aug-2026
  ଜିଲ୍ଲା  
ହାତୀ ଆକ୍ରମଣରେ ଘର ସମ୍ପୂର୍ଣ୍ଣ ଧ୍ୱଂସ; ଆହତ ଆଦିବାସୀ ପରିବାରକୁ ୨୦ ଲକ୍ଷ କ୍ଷତିପୂରଣ ଦାବି କଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି   07-Aug-2026
  ଜିଲ୍ଲା  
ଶିକ୍ଷକଙ୍କ ନ୍ୟାୟସଙ୍ଗତ ଦାବୀ ପାଇଁ ଏକାଠି ହେଲା ଓଷ୍ଟା;ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସ୍ମାରକ ପତ୍ର   07-Aug-2026
  ରାଜ୍ୟ  
ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ପେନାଲଟିକ ସୁଟ ଜରିଆରେ ପାଦେରୀପଡା ଓ ସୁଣ୍ଡରୁମିଲା ଦଳ ବିଜୟୀ   07-Aug-2026
  ଜିଲ୍ଲା  
"ଇନୋଭେସନ୍ ଓ ଷ୍ଟାର୍ଟଅପ୍ ପ୍ରତିଯୋଗିତା–୨୦୨୬"   07-Aug-2026
  ଜିଲ୍ଲା  
ବର୍ଷାରେ ଭାଙ୍ଗିଲା ଘର ଅଳ୍ପେକ ବର୍ତିଲେ ବୃଦ୍ଧ ଦମ୍ପତି   07-Aug-2026
  ଜିଲ୍ଲା  
ବନ୍ୟାକ୍ଷୟକ୍ଷତିର ଆକଳନ,ଚାଷୀଙ୍କୁ ସଠିକ ଦରରେ ସାରଯୋଗାଣ ନେଇ ପ୍ରଶାସନକୁ କାଳିକେଶଙ୍କ ନିର୍ଦ୍ଦେଶ   07-Aug-2026
  ଜିଲ୍ଲା  
ବଜରଙ୍ଗୀ ସଂଘ ପକ୍ଷରୁ ଗୋଖାଦ୍ୟ ବଣ୍ଟନ   07-Aug-2026
  ଜିଲ୍ଲା  
ବରପାଲି ପ୍ରଶାସନ ପକ୍ଷରୁ ସ୍ୱାଧୀନତା ଦିବସ ଅବସର ରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା   07-Aug-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଗସ୍ତରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଶ୍ରୀ ବି. ପରମେଶ୍ୱରନ୍*- *ଏସ ଆଇ ଆର୍ ଉପରେ କଲେ ସମୀକ୍ଷା*-   07-Aug-2026
  ରାଜ୍ୟ  
ଛତାମଖନା ବନ୍ଧର କ୍ଷୟକ୍ଷତି ଘଟଣାର ନିରପେକ୍ଷ ତଦନ୍ତ ଦାବି କଲେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ   07-Aug-2026
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ   07-Aug-2026

You Might Also Like