-+91-9937148622 |

prerana_bgr@rediffmail.com |

  Friday 7th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଧର୍ମପରାୟଣା ମହିଳା କ୍ଷିତିସୂତା ମିଶ୍ରଙ୍କ ପରଲୋକ;ଶୋକରେ ଯୋଗୀସର୍ଡ଼ା ଗ୍ରାମ    (07-Aug-2026)       ||      ହାତୀ ଆକ୍ରମଣରେ ଘର ସମ୍ପୂର୍ଣ୍ଣ ଧ୍ୱଂସ; ଆହତ ଆଦିବାସୀ ପରିବାରକୁ ୨୦ ଲକ୍ଷ କ୍ଷତିପୂରଣ ଦାବି କଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି   (07-Aug-2026)       ||      ଶିକ୍ଷକଙ୍କ ନ୍ୟାୟସଙ୍ଗତ ଦାବୀ ପାଇଁ ଏକାଠି ହେଲା ଓଷ୍ଟା;ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସ୍ମାରକ ପତ୍ର    (07-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ପେନାଲଟିକ ସୁଟ ଜରିଆରେ ପାଦେରୀପଡା ଓ ସୁଣ୍ଡରୁମିଲା ଦଳ ବିଜୟୀ    (07-Aug-2026)       ||      "ଇନୋଭେସନ୍ ଓ ଷ୍ଟାର୍ଟଅପ୍ ପ୍ରତିଯୋଗିତା–୨୦୨୬"   (07-Aug-2026)       ||      ବର୍ଷାରେ ଭାଙ୍ଗିଲା ଘର ଅଳ୍ପେକ ବର୍ତିଲେ ବୃଦ୍ଧ ଦମ୍ପତି   (07-Aug-2026)       ||      ବନ୍ୟାକ୍ଷୟକ୍ଷତିର ଆକଳନ,ଚାଷୀଙ୍କୁ ସଠିକ ଦରରେ ସାରଯୋଗାଣ ନେଇ ପ୍ରଶାସନକୁ କାଳିକେଶଙ୍କ ନିର୍ଦ୍ଦେଶ   (07-Aug-2026)       ||      ବଜରଙ୍ଗୀ ସଂଘ ପକ୍ଷରୁ ଗୋଖାଦ୍ୟ ବଣ୍ଟନ   (07-Aug-2026)       ||      ବରପାଲି ପ୍ରଶାସନ ପକ୍ଷରୁ ସ୍ୱାଧୀନତା ଦିବସ ଅବସର ରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା   (07-Aug-2026)       ||      *ସୁବର୍ଣ୍ଣପୁର ଗସ୍ତରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଶ୍ରୀ ବି. ପରମେଶ୍ୱରନ୍*- *ଏସ ଆଇ ଆର୍ ଉପରେ କଲେ ସମୀକ୍ଷା*-   (07-Aug-2026)       ||      ଛତାମଖନା ବନ୍ଧର କ୍ଷୟକ୍ଷତି ଘଟଣାର ନିରପେକ୍ଷ ତଦନ୍ତ ଦାବି କଲେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ   (07-Aug-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ   (07-Aug-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ଛାତ୍ରୀ ମାନେ ରାଜ୍ୟ ସ୍ତରରେ ସମ୍ବର୍ଦ୍ଧିତ   (07-Aug-2026)       ||      ଅତିରିକ୍ତ ତହସିଲ ଖୋଲିବାକୁ ନେଇ ଜିଲ୍ଲାପାଳଙ୍କ ସ୍ଥାନ ପରିଦର୍ଶନ   (07-Aug-2026)       ||      ଜିଲ୍ଲାପାଳଙ୍କ ଡାକ୍ତରଖାନା ପରିଦର୍ଶନ, ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କଲେ   (07-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ପ୍ରେରଣା ପକ୍ଷରୁ ଜିଲ୍ଲାସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା   (06-Aug-2026)       ||      ସାମ୍ବାଦିକ ରାଜ କିରଣ ସିଂ ଦେଓଙ୍କ ପରଲୋକ ବିଭିନ୍ନ ମହଲରୁ ଗଭୀର ଶ୍ରଦ୍ଧାଞ୍ଜଳି   (06-Aug-2026)       ||      ଆଦର୍ଶ ବିଦ୍ୟାଳୟ ରେ ଜ଼ିଲ୍ଲାପାଳ    (06-Aug-2026)       ||      ବିଜେପି ର ମଣ୍ଡଳ ସ୍ତରୀୟ ମାସିକ ବୈଠକ   (06-Aug-2026)       ||      ପୁରାତନ ଶୈବ ପୀଠ ବାବା ଅଷ୍ଟଶମ୍ଭୁ ମହାଦେବ ମନ୍ଦିରରେ କାଉଁରିଆ ମାନଙ୍କର ପ୍ରବଳ ଭିଡ଼ |   (06-Aug-2026)       ||     

HOME   ଜିଲ୍ଲା

ପଟ୍ଟାମୁଣ୍ଡାଇରେ ବରାହ ସାମଲଙ୍କ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି

15-Jun-2026



ପଟ୍ଟାମୁଣ୍ଡାଇ/ଭୁବନେଶ୍ୱର(ପ୍ରେରଣା ଖବର): ବିଶିଷ୍ଟ ସମାଜସେବୀ ବରାହ ଚରଣ ସାମଲଙ୍କର ୮୦ତମ ଜନ୍ମବାର୍ଷିକୀ ପାଳନ ପାଇଁ ପଟ୍ଟାମୁଣ୍ଡାଇଠାରେ ଏବେ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଜଣାଯାଇଛି। 'କାହ୍ନୁ ବାବୁ' ନାମରେ ଲୋକପ୍ରିୟ ଶ୍ରୀ ସାମଲ ୧୯୪୬ ମସିହା ଜୁନ୍ ୧୭ ତାରିଖ ଦିନ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକର ମଣ୍ଡପଡ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଆସନ୍ତା ୧୭ ତାରିଖ ସନ୍ଧ୍ୟା ୭ଟା ସମୟରେ ତାଙ୍କର ପବିତ୍ର ଜନ୍ମୋତ୍ସବ ପାଳନ ପାଇଁ ଶ୍ରୀ ସାମଲଙ୍କ ମଣ୍ଡପଡ଼ାସ୍ଥିତ ପୈତୃକ ବାସଭବନ 'ସାମଲ ଭବନ'ଠାରେ ତାଙ୍କର ଶତାଧିକ ପରିବାରବର୍ଗ, ପରିଜନ, ବନ୍ଧୁବାନ୍ଧବ ଏବଂ ଶୁଭେଚ୍ଛୁ ଏକଜୁଟ ହେବାକୁ ଯାଉଥିବାର ସୂଚନା ମିଳିଛି।

ଜଣେ ଉଚ୍ଚକୋଟୀର ଉତ୍ସର୍ଗୀକୃତ ବଦାନ୍ୟ ବ୍ୟକ୍ତି ଭାବରେ ବେଶ ଜଣାଶୁଣା କାହ୍ନୁ ବାବୁ ପଟ୍ଟାମୁଣ୍ଡାଇ ଇଲାକାରେ ଗରିବ ଓ ଅସହାୟ ଜନସାଧାରଣଙ୍କ ସହାୟତା ଦିଗରେ ସଦାସର୍ବଦା ସମର୍ପିତ ପ୍ରୟାସ କରିଆସୁଛନ୍ତି। ପଟ୍ଟାମୁଣ୍ଡାଇ, ଆଳି ଓ ରାଜନଗର ଆଦି ବ୍ଲକରେ ତାଙ୍କରି ଉଦ୍ୟମରେ ବହୁ ଦାତବ୍ୟ ସଂସ୍ଥାନ, ଆଧ୍ୟାତ୍ମିକ ସଙ୍ଗଠନ ଏବଂ ଶିକ୍ଷା ଅନୁଷ୍ଠାନ ସ୍ଥାପନ କରାଯାଇପାରିଛି। କସଣଅଣ୍ଟା ପଞ୍ଚାୟତ ହାଇସ୍କୁଲ ଏବଂ ମଣ୍ଡପଡ଼ା ଭଜନେଶ୍ୱର ହାଇସ୍କୁଲର ଶ୍ରୀ ସାମଲ ପ୍ରତିଷ୍ଠାତା ସଦସ୍ୟ ଅଛନ୍ତି। ମଣ୍ଡପଡ଼ା ଗ୍ରାମ ସମିତିର ସଭାପତି, ଆଳିସ୍ଥିତ ମାଳପାଟଣା ଶ୍ରୀ ଅଭିରାମ ଆଶ୍ରମର ମୁଖ୍ୟ ଉପଦେଷ୍ଟା ଏବଂ ସରୋଜିନୀ ସାମଲ ସ୍ମୃତି ସଂସଦର ଉପଦେଷ୍ଟା ଭାବରେ କାହ୍ନୁ ବାବୁ ନିଜ ଇଲାକାରେ ସାମାଜିକ ଓ ସାଂସ୍କୃତିକ ବିକାଶ ଦିଗରେ ଉଲ୍ଲେଖନୀୟ ଯୋଗଦାନ ଦେଇଆସୁଛନ୍ତି। ୨୦୨୩ ମସିହାରେ ଶିକ୍ଷା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ ତରଫରୁ ଶ୍ରୀ ସାମଲଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ବହୁ ସୁଗୁଣ ସମ୍ପନ୍ନ ନିଆରା ମଣିଷ ଭାବରେ ପରିଚିତ କାହ୍ନୁ ବାବୁ ଏକାଧାରରେ ଜଣେ ଧର୍ମପରାୟଣ, ସଂସ୍କୃତି ସମ୍ପନ୍ନ, ଆଧ୍ୟାତ୍ମିକବାଦୀ, ଦୟାଳୁ, ପରୋପକାରୀ, ମିଷ୍ଟଭାଷୀ, ସମୟାନୁବର୍ତ୍ତୀ, କର୍ମଠ, କଷ୍ଟସହିଷ୍ଣୁ, ସ୍ପଷ୍ଟବାଦୀ, ଦାୟିତ୍ୱବାନ, ଶୃଙ୍ଖଳିତ, ନିର୍ଭରଯୋଗ୍ୟ, ସଚ୍ଚୋଟ ଏବଂ ମେଳାପୀ ବ୍ୟକ୍ତି ଭାବରେ ବେଶ୍ ସୁନାମ ଅର୍ଜନ କରିଛନ୍ତି।

ସ୍ୱର୍ଗତଃ ଭଗବାନ ସାମଲ ଏବଂ ସ୍ୱର୍ଗତଃ ରାସେଶ୍ୱରୀ ସାମଲଙ୍କ ଔରସରୁ ବରାହ ଚରଣ ସାମଲ ଜନ୍ମଲାଭ କରିଥିଲେ। ମଣ୍ଡପଡ଼ା ଗ୍ରାମସ୍ଥିତ ସାହୁସାହିର ସ୍ୱର୍ଗତଃ ସରୋଜିନୀ ସାମଲଙ୍କୁ ସେ ବିବାହ କରିଥିଲେ। ଶ୍ରୀ ସାମଲଙ୍କର ପାଞ୍ଚ ଝିଅ ଯଥା:- ଶର୍ମିଷ୍ଠା ସାମଲ, ରୂପଶ୍ରୀ ସାମଲ, ସମର୍ପିତା ସାମଲ, ଶ୍ରଦ୍ଧାଞ୍ଜଳି ସାମଲ ଓ ଲୋପାମୁଦ୍ରା ସାମଲ ତଥା ଏକମାତ୍ର ପୁତ୍ର ସଂଗ୍ରାମ ସାମଲ ଅଟନ୍ତି। ନିଜର ମହାନ ପିତାଙ୍କ ଦ୍ୱାରା ପ୍ରୋତ୍ସାହିତ ଓ ଅନୁପ୍ରାଣିତ ହୋଇ ନୂଆଦିଲ୍ଲୀଠାରେ ଅବସ୍ଥାପିତ ଯୁବ ଶିଳ୍ପୋଦ୍ୟୋଗୀ ସଂଗ୍ରାମ ସାମଲ ସମାଜସେବା କ୍ଷେତ୍ରରେ ଖୁବ୍ ରୁଚି ରଖୁଥିବା ଦେଖାଯାଉଛି। ସଂଗ୍ରାମ ଏବେ 'ୱାର୍ଲଡ ଓଡ଼ିଶା ସୋସାଇଟି'ର ନୂଆଦିଲ୍ଲୀ ଏବଂ ଜାତୀୟ ରାଜଧାନୀ କ୍ଷେତ୍ର ଶାଖାର ଯୁଗ୍ମ ସାଧାରଣ ସମ୍ପାଦକ ଭାବରେ ଦାୟିତ୍ୱ ନିର୍ବାହ କରୁଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଧର୍ମପରାୟଣା ମହିଳା କ୍ଷିତିସୂତା ମିଶ୍ରଙ୍କ ପରଲୋକ;ଶୋକରେ ଯୋଗୀସର୍ଡ଼ା ଗ୍ରାମ   07-Aug-2026
  ଜିଲ୍ଲା  
ହାତୀ ଆକ୍ରମଣରେ ଘର ସମ୍ପୂର୍ଣ୍ଣ ଧ୍ୱଂସ; ଆହତ ଆଦିବାସୀ ପରିବାରକୁ ୨୦ ଲକ୍ଷ କ୍ଷତିପୂରଣ ଦାବି କଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି   07-Aug-2026
  ଜିଲ୍ଲା  
ଶିକ୍ଷକଙ୍କ ନ୍ୟାୟସଙ୍ଗତ ଦାବୀ ପାଇଁ ଏକାଠି ହେଲା ଓଷ୍ଟା;ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସ୍ମାରକ ପତ୍ର   07-Aug-2026
  ରାଜ୍ୟ  
ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ପେନାଲଟିକ ସୁଟ ଜରିଆରେ ପାଦେରୀପଡା ଓ ସୁଣ୍ଡରୁମିଲା ଦଳ ବିଜୟୀ   07-Aug-2026
  ଜିଲ୍ଲା  
"ଇନୋଭେସନ୍ ଓ ଷ୍ଟାର୍ଟଅପ୍ ପ୍ରତିଯୋଗିତା–୨୦୨୬"   07-Aug-2026
  ଜିଲ୍ଲା  
ବର୍ଷାରେ ଭାଙ୍ଗିଲା ଘର ଅଳ୍ପେକ ବର୍ତିଲେ ବୃଦ୍ଧ ଦମ୍ପତି   07-Aug-2026
  ଜିଲ୍ଲା  
ବନ୍ୟାକ୍ଷୟକ୍ଷତିର ଆକଳନ,ଚାଷୀଙ୍କୁ ସଠିକ ଦରରେ ସାରଯୋଗାଣ ନେଇ ପ୍ରଶାସନକୁ କାଳିକେଶଙ୍କ ନିର୍ଦ୍ଦେଶ   07-Aug-2026
  ଜିଲ୍ଲା  
ବଜରଙ୍ଗୀ ସଂଘ ପକ୍ଷରୁ ଗୋଖାଦ୍ୟ ବଣ୍ଟନ   07-Aug-2026
  ଜିଲ୍ଲା  
ବରପାଲି ପ୍ରଶାସନ ପକ୍ଷରୁ ସ୍ୱାଧୀନତା ଦିବସ ଅବସର ରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା   07-Aug-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଗସ୍ତରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଶ୍ରୀ ବି. ପରମେଶ୍ୱରନ୍*- *ଏସ ଆଇ ଆର୍ ଉପରେ କଲେ ସମୀକ୍ଷା*-   07-Aug-2026
  ରାଜ୍ୟ  
ଛତାମଖନା ବନ୍ଧର କ୍ଷୟକ୍ଷତି ଘଟଣାର ନିରପେକ୍ଷ ତଦନ୍ତ ଦାବି କଲେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ   07-Aug-2026
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ   07-Aug-2026

You Might Also Like