-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
15-Jun-2026
କଟକ-(ତପନ ମହାନ୍ତି) ଗ୍ୟାସ୍ ସଂଯୋଗ ପାଇଁ ଘର ପାଖ ରାସ୍ତା ଖୋଳି ଠିକାଦାର ଛୁ ମାରିଛନ୍ତି| କାମ ଶେଷ ହୋଇ ନଥିବାରୁ ଏହି ଖାଲରେ ପଡ଼ି ବାଇକ୍ ଚାଳକ, ଗୋରୁ, ଷଣ୍ଢ ପଡ଼ି ଆହତ ହେବା ନିତିଦିନିଆ ଘଟଣାରେ ପରିଣତ ହୋଇଛି।ଏମିତି ସ୍ଥିତିରେ ପ୍ରାୟ ୩ ମାସ ଧରି ସିଏମ୍ସି ୱାର୍ଡ ନଂ ୫୫ ଅଧୀନ କହ୍ନେଇପୁର ଗ୍ରାମବାସୀ ଯନ୍ତ୍ରଣା ଭୋଗୁଥିବା ଅଭିଯୋଗ ହେଉଛି! ଏହି ଅଞ୍ଚଳରେ ଗ୍ୟାସ୍ ସଂଯୋଗ ପାଇଁ ଗେଲ୍ ଇଣ୍ଡିଆ ପକ୍ଷରୁ ସ୍ଥାନୀୟ ଅଞ୍ଚଳର ପ୍ରାୟ ୩ଶହ ଘର ପାଖ ରାସ୍ତା ଖୋଳି ଦିଆଯାଇଛି।ଏମିତିକି ନୂଆ ପେଭର୍ ବ୍ଳକ୍ ରାସ୍ତା ବି ତାଡ଼ି ଦିଆଯାଇଛି। ଫଳରେ ଦୁର୍ଘଟଣା ଘଟୁଛି ଏନେଇ ସ୍ଥାନୀୟ ବାସିନ୍ଦା କାହାକୁ ଅଭିଯୋଗ କରିବେ ଜାଣି ପାରୁନାହାନ୍ତି। ଏମିତି ସ୍ଥିତିରେ ଗେଲ୍ ଇଣ୍ଡିଆର କୌଣସି ଅଧିକାରୀଙ୍କ ଦର୍ଶନ ମିଳୁନି ନିୟମ ଅନୁସାରେ ଗ୍ୟାସ୍ ପାଇପ୍ବି ଛାଇବା ପରେ ସେହି ଖାଲରେ ବାଲି ଭର୍ତ୍ତି କରି କଂକ୍ରିଟ ଢଳେଇ କରାଯିବା କଥା। କିନ୍ତୁ ଏଠାରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଜାଇକା ଠାରୁ ଗେଲ୍ ଇଣ୍ଡିଆ ଯନ୍ତ୍ରଣା ବଳି ପଡ଼ିଥିବା କୁହାଯାଉଛି। ତୁରନ୍ତ ଖାଲ ପୋତି କଂକ୍ରିଟ୍ ଢଳେଇ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।