-+91-9937148622 |
prerana_bgr@rediffmail.com |
Monday 15th June 2026 |
R.N.I. Regd No. ODIODI/2010/46693
Breaking News
09-Feb-2021
ଝାରସୁଗୁଡା(ପ୍ରେରଣା ଖବର) : ଝାରସୁଗୁଡାର ଏକ ଇଞ୍ଜିନିୟରିଂ ସ୍କୁଲ ପରିସରରେ ଥିବା ମୂଲ୍ୟବାନ ଗଛ ସବକୁ କାଟି ନେଲେ ଚୋର। କରୋନା ଯୋଗୁଁ ଲକଡାଉନ ସଟଡାଉନର ସୁଯୋଗ ନେଇ କାଠ ମାଫିଆମାନେ ଲକ୍ଷାଧିକ ଟଙ୍କାର ଶାଗୁଆନ, ଶିଶୁ,ଶାଳ,ପିଆଶାଳ କାଠ ଚୋରି ନେଇଛନ୍ତି। ଏହି ଦାମୀ କାଠ ହଡପ ଘଟଣାରେ ଇଞ୍ଜିନିୟରିଂ ସ୍କୁଲର ଜଣେ ଅଧ୍ୟାପକଙ୍କ ସଂପୃକ୍ତି ଥିବା ଜଣାପଡିଛି। ଏହି କର୍ମଚାରୀଙ୍କ ଇଙ୍ଗିତରେ ଦାମୀ ଗଛ କଟା ଯାଇଥିବା ଜଣାପଡିଛି।
ନିରାପତ୍ତା ବଳୟ ଭିତରେ ଥିବା ଇଞ୍ଜିନିୟରିଂ ସ୍କୁଲ କ୍ୟାମ୍ପସ ଭିତରୁ ଗଛ କିପରି ଚୋରୀ ହେଲା ତାହା କିଛି ସାମାଜିକ କର୍ମୀଙ୍କ ନଜରକୁ ଆସିବା ପରେ ସେମାନେ ବନ ବିଭାଗର ଦୃଷ୍ଟି ଆକର୍ଷଣ କରି ଏହି ଘଟଣାର ଛାନଭିନ୍ କରିବାକୁ ଦାବୀ କରିଥିଲେ। ପ୍ରାଥମିକ ତଦନ୍ତରେ କିଛି କାଠ ନପାଇ ବନ ବିଭାଗ ତଦନ୍ତ ସାରି ବସି ପଡିଥିବା ବେଳେ ଏହି ଘଟଣାର ସଠିକ୍ ତଥ୍ୟ ହାସଲ କରିବାକୁ ଲାଗି ପଡିଥିବା ସାମାଜିକ କର୍ମୀମାନେ। ଆଜି ଇଞ୍ଜିନିୟରିଂ ସ୍କୁଲର ଜଣେ ଅଧ୍ୟାପକଙ୍କ ଘର ନିକଟରେ ମାଟି ତଳେ ଦାମୀ ଗଛର ଗଣ୍ଡି ପଡି ରହିଥିବା ଜାଣିବା ପରେ ପୁଣି ଥରେ ବନ ବିଭାଗ ଅଧିକାରୀଙ୍କୁ କାଠ ଜବତ କରିବାକୁ ଦାବୀ କରିଥିଲେ |
ବନ ବିଭାଗର କର୍ମଚାରୀମାନେ ଆଜି ମଧ୍ୟାହ୍ନରେ ଝାରସୁଗୁଡା-କୋଲାବିରା ରାସ୍ତା କଡରେ ଥିବା ଏକ ଜନବସତି ନିକଟରୁ ଗାତ ଖୋଳିବା ପରେ ବଦବଡ କାଠ ଗଣ୍ଡି ଜବତ କରିଛି | ଇଞ୍ଜିନିୟରିଂ ସ୍କୁଲର ଜଣେ ଅଧ୍ୟାପକଙ୍କ ଏହି କାଠ ଚୋରୀରେ ସଂପୃକ୍ତି ରହିଛି। ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଅଭିଯୋଗକାରୀ |