-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
15-Jun-2026
ନବରଙ୍ଗପୁର (ପ୍ରିୟଦର୍ଶିନୀ ପାତ୍ର)
ଡାବୁଗାଁ ଥାନା ଅଧିନ ବ୍ଲକ କନ୍ୟାଶ୍ରମ ବିଦ୍ୟାଳୟ ନିକଟରେ ରାତ୍ରି ପ୍ରାୟ ୮ ଘଣ୍ଟା ସମୟରେ ଦୁଇ ବାଇକ ଧକା ହେବା ଫଳରେ ଜଣେ ଗୁରୂତର ଓ ୪ଜଣ ଆହତ ହେଇଥିବା ଦେଖିବାକୁ ମିଳିଛି। ସୂଚନଯୋଗ୍ୟ ଝରିଗାଁ ବ୍ଲକ ଚଚା ଗ୍ରାମ ନିକଟ ଡୋକରିକୋଟ ଗ୍ରାମର ଭିକି ଶବର (୧୬), କୁମ ଶବର (୧୬) , ଜୟଧି ଭତ୍ରା (୧୫) ବାଇକ ନଂ OD ୦୨ ଡି ୫୬୬୮ ଯୋଗେ ନିଜ ଗ୍ରାମକୁ ଫେରୁଥିବା ସମୟରେ ଡାବୁଗାଁ ଥାନା ଅଧିନ ଶୁଣ୍ଡିଗୁଡ଼ା ଗ୍ରାମର ବବଲୁ ବିଶୋଇ (୧୭) ଓ ହରେସ ବିଶୋଇ (୧୭) ଆଉ ଗୋଟିଏ ବାଇକ ନଂ CG ୦୪ HX ୨୭୪୬ ଯୋଗେ ନିଜ ଗ୍ରାମକୁ ଫେରୁଥିବା ସମୟରେ ଧକା ହୋଇଥଲା ଫଳରେ ଉଭୟ ବାଇକର ସମସ୍ତେ ରାସ୍ତା କଡ଼କୁ ଛିଟିକିପଡ଼ିଥିଲେ। ଫଳରେ ସମସ୍ତେ ଆହତ ହେଇଥିଲେ । ଘଟଣା ସ୍ଥଳରେ ଡାବୁଗାଁ ଅଗ୍ନିଶମ ବାହିନୀ ପହଞ୍ଚି ଆହତ ଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ନେଇଥିଲେ । ସମାନଙ୍କ ମଧ୍ୟରୁ କୁମ ଶବରଙ୍କ ଅବସ୍ଥା ଗୁରୂତର ଥିବା ଜଣା ଯାଇଛି। ଘଟଣା ସ୍ଥଳରେ ଡାବୁଗାଁ ଥାନା ପୋଲିସ ପହଞ୍ଚି ଉଭୟ ଗାଡ଼ି ଜବତ କରି ତଦନ୍ତ ଜରିରଖିଛି।ପୋଲିସ ର ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡିବ।