-+91-9937148622 |
prerana_bgr@rediffmail.com |
Wednesday 17th June 2026 |
R.N.I. Regd No. ODIODI/2010/46693
Breaking News
15-Jun-2026
କଟକ(ତପନ ମହାନ୍ତି): ଚାଉଳିଆଗଞ୍ଜ କ୍ଲବ୍ମ ହିଳା ପରିଷଦ ପକ୍ଷରୁ ସ୍ଥାନୀୟ ଖେଳପଡ଼ିଆରେ ଅଷ୍ଟମ ବାର୍ଷିକ ରଜ ମହୋତ୍ସବ ଆରମ୍ଭ ହୋଇଛି।ଚାଉଳିଆଗଞ୍ଜ ଥାନାର ଭାରପ୍ରାପ୍ତ ଅଧିକାରୀ ବିଉଟି ମହାନ୍ତି ଉତ୍ସବ ଉଦ୍ଘାଟନ କରିଥିଲେ।ପୋଡ଼ପିଠା, ରଜ ପାନ ସାଙ୍ଗକୁ ଦୋଳି ଖେଳ ମଜା ନେବା ପାଇଁ ଜନ ସମାଗମ ହୋଇଥିଲା ।ମହିଳା ପରିଷଦର ଅଧ୍ୟକ୍ଷ ତଥା ୪୨ନମ୍ବର ୱାର୍ଡ କର୍ପୋରେଟର୍ ମିନା ସାହୁ, ସୁଜାତା ସ୍ବାଇଁ, ବିମଳା ପୃଷ୍ଟି, ଦେବସ୍ମିତା ରାଉତ, ପୂର୍ଣ୍ଣିମା ସ୍ବାଇଁ, ରଶ୍ମିତା ଡାକୁଆ, ଚାଉଳିଆଗଞ୍ଜ ପୂଜା କମିଟି ସଧାରଣ ସମ୍ପାଦକ ନିରଞ୍ଜନ ସାହୁ, ସହ-ସମ୍ପାଦକ ବଂଶୀଧର ପୃଷ୍ଟି, ଅକ୍ଷୟ ସାହୁ, ଭିକାରି ସାହୁ, ଚାଉଳିଆଗଞ୍ଜ କ୍ଲବ୍ର ସଭାପତି ନରେନ୍ଦ୍ର ପାତ୍ର, ସଂପାଦକ ଦୀପକ ସାହୁ, ସାଂସ୍କୃତିକ ସଂପାଦକ ମନୋଜ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।