-+91-9937148622 |
prerana_bgr@rediffmail.com |
Saturday 22nd August 2026 |
R.N.I. Regd No. ODIODI/2010/46693
Breaking News
04-Jan-2021
ବଲାଙ୍ଗିର, (ପ୍ରେରଣା ଖବର) ସ୍ବର୍ଗତ ଜ୍ୟୋତିି ରଂଜ ନପାଣିଗ୍ରାହୀଙ୍କ ସାଙ୍ଗ ସାଥୀ ମାନେ ସବୁ ବର୍ଷ ପରି ଭୋଜି ଭାତ ନ କରି ଏଥର ତାଙ୍କ ସ୍ମୃତି ରେ ସଦର ବ୍ଲକ ବାରପୁଡୁଗିଆ ଗ୍ରାମ ରେ ଗରିବ ଅସହାୟ ଲୋକ ମାନଙ୍କୁ ମାଗଣା ସ୍ବାସ୍ଥ୍ୟ ସେବା ସହ ଔଷଧ ବଣ୍ଟନ କରିଥିଲେ, ପ୍ରାୟ ୨୦୦ ରୁ ଉର୍ଦ୍ଧ୍ବ ସ୍ବାସ୍ଥ୍ୟ ସେବା ନେଇଥିବା ବେଳେ ୮୦ ଜଣ ଙ୍କ କରୋନା ଟେଷ୍ଟ କରାଯାଇଥିଲା। ବ୍ଲଡ଼ ପ୍ରେସର୍, ସୁଗର ଟେଷ୍ଟ ମଧ୍ୟ କରାଯାଇଥିଲା... । ସମ୍ମାନନୀୟ ମୁଖ୍ୟ ଅତିଥି ଆଇନଜ୍ଞ ଅମରେନ୍ଦ୍ର ମିଶ୍ର, ନୀଳାଦ୍ରି ବିହାରୀ ମିଶ୍ର ଉଦ୍ଘାଟନ କରି ଜ୍ୟୋତିର ଆଦର୍ଶ ରେ ଅନୁପ୍ରାଣିତ ହୋଇ ସେବାମୂଳକ କାର୍ଯ୍ୟ ଜାରି ରଖିବାକୁ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ... ଚୁଡ଼ାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଅଧୀକ୍ଷକ ତରୁଣ କୁମାର ଭୋଇଙ୍କୁ କରୋନା ଯୋଦ୍ଧା ସମ୍ମାନ ଦିଆଯାଇଥିଲା ଏବଂ ତାଙ୍କ ତତ୍ତ୍ୱାବଧାନରେ ଡ଼ା ଶ୍ରୀ ପ୍ରକାଶ କୁମାର ଦାସ, ଡ଼ା ଅଶୋକ ସାହୁ, ଡ଼ା ଗଜାନନ ପଟେଲ, ଫାର୍ମାସିଷ୍ଟ ସଂଘମିତ୍ରା ଯୋଶୀ, ନର୍ସ ସଂଯୁକ୍ତା ମିଶ୍ର, ବର୍ଷା ରାଣୀ ସାହୁ, କରୋନା ଟେଷ୍ଟ ସ୍ବାସ୍ଥ୍ୟ କର୍ମୀ ଶାନ୍ତନୁ ଠାକୁର, ରାଜୀବ ଗଡ଼ତ୍ୟା ନିଷ୍ଠା ର ସହ ସେବା କରିଥିଲେ... ସମ୍ମାନନୀୟ ନିମାଇଁ ଚରଣ ପାଣିଗ୍ରାହୀ ଙ୍କ ପ୍ରେରଣା ରେ ସିଦ୍ଧଶ୍ରମ ସେବା ପ୍ରତିଷ୍ଠାନ ଓ ଜ୍ୟୋତିରଂଜନ ସ୍ମୃତି କମିଟି ଅଧ୍ୟକ୍ଷ ସମାଜସେବୀ ଜୟକୃଷ୍ଣ ମିଶ୍ରଙ୍କ ଆହ୍ବାନ ରେ ଚୈତନ୍ୟ ସା, ସ୍ମୃତି ରଞ୍ଜନ ଦାସ, ସଦାନନ୍ଦ ମହଲା, ବିଜୟ ମହଲା, ଲବ ନାଗ, ବିବେକ ବୁଡେକ୍, ସଞ୍ଜୟ ନାୟକ, ସୁଧୀର ବିଶି, ସରୋଜ ମେହେର, ଜଗନ୍ନାଥ ସାହୁ, ସୁଶିଲ ବେହେରା, ଅକ୍ଷୟ ଘିବେଲା ସହଯୋଗ କରିଥିଲେ ।