-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
21-Aug-2026
ବିନିକା(ହିମାଂଶୁ ଶେଖର ପୁଟେଲ)ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ପ୍ରିମିଅର ଲିଗ୍ ଫୁଟବଲ ପ୍ରତିଯୋଗିତା ବିନିକା ବ୍ଲକ୍ ଜୋନର ଚରଦା ହାଇସ୍କୁଲ୍ ପଡ଼ିଆରେ ଆଜି ପଞ୍ଚମ ଦିବସ ସେମିଫାଇନାଲ ମ୍ୟାଚରେ ଖୁର୍ଡିଆ ବାହାଲ ଓ କଦଳିପାଳି ଫାଇନାଲକୁ ପ୍ରବେଶ କରିଛନ୍ତି।ଅନୁଷ୍ଟିତ ପ୍ରଥମ ସେମିଫାଇନାଲ ମ୍ୟାଚ୍ କଦଳୀପାଳି ଦଳ ଓ
ଖଇରମାଲ ମଧ୍ୟରେହୋଇଥିଲା। ନିର୍ଦ୍ଧାରିତ ସମୟରେ ଖେଳ ଅମିମାଂସିତ ହେବା ଯୋଗୁଁ ପେନାଲ୍ଟି ଶୁଟ ଆଉଟ୍ ସହାୟତା ନିଆଯାଇଥିଲା । କଦଳୀପାଲି ଦଳ ୪-୨ ରେ ବିଜୟୀ ହୋଇ ଫାଇନାଲକୁ ପ୍ରବେଶ କରିଥିଲା।
ସେହିପରି ଦ୍ଵିତୀୟ ସେମିଫାଇନାଲ ଖୁର୍ଡିଆବାହାଲ ଏବଂ ସିଲାଟି ଦଳ ମଧ୍ୟରେ ଆୟୋଜିତ ହୋଇଥିଲା ଏଥିରେ ୨-୧ ଗୋଲରେ ବିଜୟୀ ହୋଇ ଖୁର୍ଡ଼ିଆବାହାଲ ଫାଇନାଲ କୁ ଉନ୍ନୀତ ହୋଇଥିଲା। ଆସନ୍ତା କାଲି ଶନିବାର ଦିନ ଫାଇନାଲ ଖେଳ ଅନୁଷ୍ଠିତ ହେବ।ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଶଙ୍କରା ପଞ୍ଚାୟତ ସରପଞ୍ଚ ଅଶୋକ ପୃଷ୍ଟି,ସମ୍ମାନୀତ ଅତିଥି ଧର୍ମେନ୍ଦ୍ର ଥନାପତି,ଡାକ୍ତର ଥନାପତି, ଖେଳଶିକ୍ଷକ ସୁଶୀଲ ବାବୁ ଯୋଗଦାନ କରିଥିଲେ।
ଆଜିର ଖେଳ ଗୁଡ଼ିକୁ ସୁମିତ୍ ମହାଲିଙ୍ଗ,ଆଶିଷ ପଣ୍ଡା, ପରୀକ୍ଷିତ ଥପା,ଆନନ୍ଦ ଭୋଇ , ଆନନ୍ଦ ବଢେଇ,ବାବୁଲାଲ ସାହୁ ପ୍ରମୁଖ ପରିଚାଳନା କରିଥିବା ବେଳେ ଜିତେନ୍ଦ୍ରିୟ ଥନାପତି ମ୍ୟାଚ କମିଶନର ଦାୟିତ୍ଵ ନିର୍ବାହ କରିଥିଲେ l