-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
20-Aug-2026
ନୂଆପଡ଼ା (ରାମନାଥ ପଣ୍ଡା)
ରାଜ୍ୟ ସ୍ତରୀୟ ଶିକ୍ଷା ସେବା ସମ୍ମାନ ୨୦୨୬ର ଅଧିକାରୀ ହେଲେ ଡଃ କିଶୋର କୁମାର କର୍ଣ୍ଣ।ନୂଆପଡ଼ା ଜିଲ୍ଲା ବୋଡ଼େନ ସ୍ଥିତ ବିଜୁ ପଟ୍ଟନାୟକ ସ୍ନାତକ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡଃ କିଶୋର କୁମାର କର୍ଣ୍ଣ ଜାତୀୟ ସେବା କ୍ଷେତ୍ରରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରି ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସିତ ହୋଇ ଆସୁଛନ୍ତି ।ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ହେଉ ଅବା ଜାତୀୟ ସ୍ତରୀୟ ସଂସ୍କୃତି ଶିବିର ହେଉ ପ୍ରତ୍ୟେକଟି ଶିବିରରେ ବିଜୁ ପଟ୍ଟନାୟକ ସ୍ନାତକ ମହାବିଦ୍ୟାଳୟର ସୁନାମ ଆଣି ମହାବିଦ୍ୟାଳୟର ଗୌରବ ବୃଦ୍ଧି କରିଆସୁଛନ୍ତି ।ଆଜି ଭୁବନେଶ୍ଵରର ଜୟଦେବ ଭବନ ଠାରେ ଆୟୋଜିତ ୮୨ ତମ ରାଜୀବ ଗାନ୍ଧୀ ଜନ୍ମବାର୍ଷିକୀ ଉତ୍ସବରେ ଯୋଗଦାନ କରି ରାଜ୍ୟ ସ୍ତରୀୟ ରାଜୀବ ଗାନ୍ଧୀ ସେବା ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ।ଏଥିରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ଅଲ ଇଣ୍ଡିଆ ପ୍ରଦେଶ କମିଟିର ଓଡ଼ିଶା ପ୍ରଭାରୀ ଲାଲଜୀ ଦେଶାଇ,ଓଡ଼ିଶା ପ୍ରଦେଶ କମିଟି ମୁଖ୍ୟ ଭକ୍ତଚରଣ ଦାସ,ବିଧାୟକ ରାମ ଚନ୍ଦ୍ର କାଡମା,ସୁର ରାଉତରାୟ,AIMS ର ନିର୍ଦେଶକ ଅଶୋକ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ।ଓଡ଼ିଶା ରାଜୀବ ଗାନ୍ଧୀ ଛାତ୍ର ସଂଘର ସଭାପତି ସତ୍ୟବ୍ରତ ନାୟକ ସଭା ପରିଚାଳନା କରିଥିଲେ ।ଡଃ କର୍ଣ୍ଣଙ୍କ ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ଆସୁଅଛି।