-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜୀବନଶୈଳୀ

ସାଧାରଣ ମଣିଷଙ୍କ ଭିତରେ ଜଣେ ଅସାଧାରଣ ମଣିଷ ପରୋପକାରୀ ଶ୍ରୀବତ୍ସ ମଲ୍ଲିକ

02-Mar-2022



ସୁବର୍ଣ୍ଣପୁର//  ଗତକାଲି ପବିତ୍ର ମହାଶିବରାତ୍ରି ଦିନ ସୋନପୁର ର ପ୍ରସିଦ୍ଧ ଶ୍ରୀ ରାମେଶ୍ୱର ଶୈବପୀଠ ଠାରେ ଏକ ସାମୁହିକ ବ୍ରତୋପନୟନ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି l ଦୀର୍ଘ ୩୩ ବର୍ଷ ଧରି ପାଳିତ ହୋଇ ଆସୁଥିବା ଏହି ଉତ୍ସବର ସମସ୍ତ ଆୟୋଜନ ଓ ତଦାରଖର ଦାୟିତ୍ୱ ସୋନପୁର +ର ବିଶିଷ୍ଟ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ନେଇ ଆସୁଛନ୍ତି l ପ୍ରତିବର୍ଷ ବିଭିନ୍ନ ଅଞ୍ଚଳର  ପାଞ୍ଚ ସାତ ଜଣ ଅତି ଗରିବ ବ୍ରାହ୍ମଣ ପରିବାରର ପିଲାମାନଙ୍କୁ ମାଗଣାରେ ବ୍ରତ କରାଯାଉଥିବା ବେଳେ ଚଳିତ ବର୍ଷ  ସୋନପୁର ପଟାଭାଡ଼ିର ଶିବରାମ ପଣ୍ଡାଙ୍କ ପୁତ୍ର ପୂର୍ଣ୍ଣ ଚନ୍ଦ୍ର, ଖାରି ଗାଁ ର  ପ୍ରଶାନ୍ତ ରଥଙ୍କ ପୁତ୍ର ସମୀର, ଖରଝୁରା ଗାଁ ର ସତ୍ୟ ପଣ୍ଡାଙ୍କ ପୁତ୍ର କାହ୍ନl, ବୃନ୍ଦାବନ ମହାପାତ୍ରଙ୍କ ପୁତ୍ର  ବରୁଣ  ଓ  ସାରଗୁଣା ମୁଣ୍ଡାର ଶଙ୍କର ଦାଶଙ୍କ ପୁତ୍ର ଚନ୍ଦନଙ୍କ ସମେତ ୫ ଜଣ  ଗରିବ ଶ୍ରେଣୀ ର ବାଳକଙ୍କୁ ସାମୁହିକ ବ୍ରତ କରାଯାଇଛି l ଏହି ବ୍ରତୋପନୟନ ଉତ୍ସବରେ ପ୍ରତି ବର୍ଷ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଆସୁଥିବା ବେଳେ ଏବର୍ଷ  ସୁବର୍ଣ୍ଣପୁରର ଏସପି ସୀତାରାମ ଶତପଥିଙ୍କ ସମେତ ବହୁ  ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜୀବୀ, ସାମ୍ବାଦିକ, ହଜାର ହଜାର  ଭକ୍ତ ଶ୍ରଦ୍ଧାଳୁ ଯୋଗ ଦେଇ ବାଳବ୍ରହ୍ମଚାରୀ ମାନଙ୍କୁ ଶୁଭେଚ୍ଛା ଓ ଆର୍ଶୀବାଦ ପ୍ରଦାନ କରି  ସାମୁହିକ ପ୍ରସାଦ ସେବନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l ନିଃସହାୟ ବ୍ରାହ୍ମଣ ପିଲାମାନଙ୍କ ସାମୁହିକ ବ୍ରତ ପାଳନ ହିଁ ଅସଲ ମାନବୀୟ ଧର୍ମ ବୋଲି ମତ ରଖି ଏହି ଉତ୍ସବର ଆୟୋଜକ ଶ୍ରୀ ମଲ୍ଲିକଙ୍କ ଵଦାନ୍ୟତା ଓ ମହାନତାକୁ ପ୍ରଶଂସା କରିଥିଲେ l ଆମ ପ୍ରତିନିଧିଙ୍କ ସହିତ ଏକ ସାକ୍ଷାତକାର ରେ  ଏହାର ଆୟୋଜକ ଶ୍ରୀ  ମଲ୍ଲିକ କହିଥିଲେ ଯେ ପ୍ରକୃତ ରେ ଜଣେ ଅନୁଭବୀ ହିଁ ଜଣେ ଦୁଃଖୀ ଵା ଗରିବ ର ଦୁଃଖ କଷ୍ଟ କୁ ସହଜ ରେ ବୁଝିପାରେ l ସୋନପୁର ଘୋଡ଼ାଘାଟପଡା ଠାରେ ଗୋଟିଏ ଅତି ଗରିବ ପରିବାର ରେ ଜନ୍ମ ନେଇ ମୁଁ ଖୁବ କମ ପାଠ ପଢି ଯୁବ ବୟସ ରେ ପ୍ରଥମେ  ଜଣେ ବ୍ୟବସାୟୀଙ୍କ ଠାରେ ଘରୋଇ ମୁନସୀ ଭାବେ ସ୍ୱଳ୍ପ ବେତନରେ କାର୍ଯ୍ୟ କରି ଆସି ଜୀବନର ସଂଘର୍ଷ ଆରମ୍ଭ କରିଥିଲି l ପରେ ପରେ ଘର ପାଖେ ଏକ ଛୋଟ କାଠ କ୍ୟାବିନ ରେ ତେଲ ଲୁଣ ବ୍ୟବସାୟ ଟିଏ ଆରମ୍ଭ କରି  କଠିନ ପରିଶ୍ରମ କରି ନିଜ ପରିବାରର ମୁହଁରେ ହସ ଫୁଟାଇ ପାରିଛି ଏବଂ ଦୀର୍ଘ ବର୍ଷରୁ ଆଜି ଯାଏ ବିଭିନ୍ନ ଅଞ୍ଚଳର ଗରିବ ନିଃସହାୟ ଲୋକଙ୍କ ସେବା ଯୋଗାଇ ହଜାର ଲୋକଙ୍କ ପରିବାର ରେ ଖୁସି ଓ ମୁହଁରେ  ହସ  ବି ଦେଇ ପାରିଛି l ଯେତେବେଳେ ଯିଏ ଯାହା ବି ସାହାଯ୍ୟ ସହଯୋଗ ମାଗିଛି କେବେ କାହାକୁ ମନା କରିନି l ହସି ହସି ରାଜି ହୋଇଛି l ଆଉ ଲୋକଙ୍କ ସୁଖ ଦୁଃଖ ସବୁ ଜଗା ସବୁ ସମୟରେ ସବୁ ଉତ୍ସଵ ରେ ପହଂଚି ଯଥା ସହଯୋଗର ହାତ ବଢ଼ାଇ ଥାଏ l  ଆଉ ମା ସୁରେଶ୍ୱରୀଙ୍କ ଆଶୀର୍ବାଦରୁ ସବୁ ସାହସ ଶକ୍ତି ଆପେ ଅସିଯାଇଥାଏ ବୋଲି ମୋର ଦୃଢ଼ ବିଶ୍ୱାସ ଅଛି l କିନ୍ତୁ ମା ଙ୍କ ଆଶୀର୍ବାଦରୁ ମୁଁ ଆଜି ଯେତେ ଊଚ୍ଚସ୍ତରକୁ ପହଂଚିଥିଲେ ବି ପ୍ରତି ଦିନ ସକାଳେ ମୋର ତେଲ ଲୁଣ ଦୋକାନ କୁ ଆସିବା, ଖାଦ୍ୟ ସାମଗ୍ରୀ ବିକିବା କେବେ ବି ଭୁଲି ନ ଥାଏ l ଆଉ ଏଇ ତେଲଲୁଣର ସଂସାର ଭିତରେ ଖୁବ ବ୍ୟସ୍ତ ବହୁଳ ଜୀବନ ଭିତରେ ପ୍ରତିଦିନ ସରକାରୀ ବେସରକାରୀ ବିଭିନ୍ନ କାର୍ଯ୍ୟରେ ଯୋଗ ଦେଇ ସେବା କରିବାରେ ଖୁବ ଆତ୍ମ ସନ୍ତୋଷ ପାଇଥାଏ ବୋଲି ମତ ରଖି  ଆପଣ ମାନଙ୍କ  ପ୍ରେରଣା ସହଯୋଗରେ ଆଜୀବନ ଯାଏ ଏଇ ସେବା ଚାଲିଥିବ ବୋଲି କହିଥିଲେ l

ପ୍ରକୃତ ରେ କୋଠା ବାଡ଼ି, ଦାମୀ ଗାଡି, କୋଟି ଟଙ୍କା ର ବ୍ୟାଙ୍କ ବ୍ୟାଲେନ୍ସ ସୁଖ ଠାରୁ କୋଟି କୋଟି ଲୋକଙ୍କୁ ସାହାଯ୍ୟ ସହଯୋଗ କରିବା, ସେବାଦେବା ସେମାନଙ୍କ ହୃଦୟ କୁ ଜିଣିବା ରେ ହିଁ  ଢେର ଗୁଣା ଶାନ୍ତି ମିଳିଥାଏ l କୌଣସି ପ୍ରତିଦାନ ର ଆଶା ନ ରଖି ନଦୀର ଜଳ ଦାନ, ସୂର୍ଯ୍ୟ ର କିରଣ ଦାନ, ଗଛ ଲତା ର ଖାଦ୍ୟ ଅମ୍ଳଜାନ ଦାନ ଭଳି ମଣିଷ ନିସ୍ଵାର୍ଥପର ଭାବେ ଅନ୍ୟ ର ଉପକାର କରିବା ଉଚିତ l   ଏହା ମଣିଷ ର ଦାଇତ୍ୱ କର୍ତ୍ତବ୍ୟ ହେବା ଉଚିତ l ନଚେତ ସମାଜ ରୁ ଆମେ କିଛି ଆଶା କରିବା ଭୁଲ ଅଟେ l ଧନ, ପଦ ପଦବୀ କ୍ଷଣସ୍ଥାୟୀ, ପ୍ରକୃତ ରେ କିନ୍ତୁ ସାଧାରଣ ମଣିଷ ଙ୍କ ଭିତରେ ଜଣେ  ଅସାଧାରଣ  ମଣିଷ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ l ଅସହାୟ ମଣିଷ  ଙ୍କ ପ୍ରତି ସବୁବେଳେ ସହାୟତା ର ହାତ ବଢାଇବା ପାଈଁ ମା ସୁରେଶ୍ୱରୀ  ଆହୁରି ଶକ୍ତି ଓ ଆଶୀର୍ବାଦ ପ୍ରଦାନ କରନ୍ତୁ l


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like

                               
  ଜୀବନଶୈଳୀ  

ସାଇକେଲ ଏକ ପରିଚୟ