-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
21-Aug-2026
ସମ୍ବଲପୁର :(ସଂଜୀବ ପାଣିଗ୍ରାହୀ )
ସମ୍ବଲପୁର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସାମ୍ବାଦିକ ଭବନ ରେ ଗତ ତାରିଖ 19/08/26 ବିଶ୍ୱ ଫୋଟୋଗ୍ରାଫି ଦିବସ ରେ ଆରମ୍ଭ ହୋଇଥିବା ଫୋଟୋ ପ୍ରଦର୍ଶନୀ ଆଜି ସନ୍ଧ୍ୟା ରେ ଉଦଯାପିତ ହୋଇଯାଇଛି l
ବରିଷ୍ଠ ସାମ୍ବାଦିକ ସୂର୍ଯ୍ୟ ପାଣିଗ୍ରାହୀ ଙ୍କର ସଂଯୋଜନା ରେ ଆୟୋଜିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବରେ ସଂଚୟ ଓ ଆର୍ଥିକ ସେବା ର ସହ ନିର୍ଦେଶକ ନୀଳାଞ୍ଚଳ ସେଠି, ସମ୍ମାନିତ ଅତିଥି ଭାବରେ ଚଢେଇ କ୍ଲବ ର ସମ୍ପାଦକ ପ୍ରଶାନ୍ତ ପ୍ରଧାନ ଯୋଗ ଦେଇଥିଲେ l
ସମ୍ବଲପୁର ସାମ୍ବାଦିକ ସଂଘ ର ସଭାପତି ସୁବାଷ ଚନ୍ଦ୍ର ପାଣିଗ୍ରାହୀ ସ୍ୱାଗତ ବକ୍ତବ୍ୟ ଦେବା ସହ ଏହି ବିଶ୍ୱ ଫୋଟୋଗ୍ରାଫି ଦିବସ ରେ ଫୋଟୋ ପ୍ରଦର୍ଶନୀ ର ଆୟୋଜନ କରିବାର ଉଦେଶ୍ୟ ବିଷୟରେ କହିଥିଲେ l ଶ୍ରୀ ପାଣିଗ୍ରାହୀ ଫୋଟଗ୍ରାଫର ମାନଙ୍କର ସହଯୋଗଙ୍କୁ ଭୁୟସୀ ପ୍ରସଂଶା କରିଥିଲେ l
ମୁଖ୍ୟ ଅତିଥି ଶ୍ରୀ ସେଠି କହିଲେ ଯେ, ଚିତ୍ର ରେ ଯେମିତି ଜୀବନ ଥାଏ ଫୋଟୋ ଚିତ୍ର ରେ ରହିଥାଏ ଜୀବନ l ଫୋଟୋଗ୍ରାଫର ଅକ୍ଲାନ୍ତ ପରିଶ୍ରମ ଓ ଏକାଗ୍ରତା ରେ ହିଁ ସୃଷ୍ଟି ହୁଏ ଗୋଟେ ଫୋଟୋ ଯାହାକି ଅମର ହୋଇ ରହିଯାଏ l ତାହାହିଁ ହୋଇଥାଏ ସେଇ ସ୍ରଷ୍ଟା ଫୋଟଗ୍ରାଫର ଙ୍କର ତପସ୍ୟା ର ଫଳ l
ସମ୍ମାନିତ ଅତିଥି ଶ୍ରୀ ପ୍ରଧାନ ତାଙ୍କର ବକ୍ତବ୍ୟ ରେ କହିଲେ ଯେ, ନିଜର ସ୍ୱପ୍ନରେ ଫୋଟୋ କୁ କ୍ଲିକ କରିବାକୁ ବା କ୍ୟାମେରା ରେ କଏଦ କରିବାକୁ ଲାଗିଯାଏ ଦିନଦିନ ରାତିରାତି ବିତି ଯାଏ l ତଥାପି ଫୋଟଗ୍ରାଫର ମନରେ ଶାନ୍ତି ଆସେନାହିଁ ବୋଲି ନିଜ ଅନୁଭୂତି ରୁ କହିଥିଲେ ଶ୍ରୀ ପ୍ରଧାନ l
ଏହି ଅବସରରେ ଫୋଟୋ ପ୍ରଦର୍ଶନୀରେ ପ୍ରଦର୍ଶନ ପାଇଁ ବହୁମୂଲ୍ୟ ଫୋଟୋ ଦେଇଥିବା ଫୋଟଗ୍ରାଫର ଅରବିନ୍ଦ ମିଶ୍ର, ଶ୍ୟାମ ସୁନ୍ଦର ସ୍ୱାଇଁ, ପ୍ରଶାନ୍ତ ପ୍ରଧାନ, ବିଶ୍ୱନାଥ ବଗର୍ତ୍ତୀ, ସୌରଭ ଜେନା, ଆଶିଷ ପ୍ରଧାନ, ସୁବାଷ ପାଣିଗ୍ରାହୀ, ଶଙ୍କର ବେହେରା, ଶ୍ରୀଷ୍ଟି ପ୍ରଧାନ, ବିଶ୍ୱଜିତ କାଲୋ, ସୂର୍ଯ୍ୟ ପାଣିଗ୍ରାହୀ, ବିକାଶ ପଲସାନିଆ, ରଂଜିତ ସାହୁ, କରୁଣାକର ଶତପଥି, ଭୁବନେଶ୍ୱର ପାତ୍ର, ଚିତ୍ତରଞ୍ଜନ ବଡ଼ପଣ୍ଡା, ପ୍ରିୟ ରଞ୍ଜନ ସାହୁ, ଦୀପକ ପଣ୍ଡା ଓ ସ୍ବର୍ଗତ ବଳମଜୀ ଲାଳଜୀ ଭାରୁ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l
ଶେଷରେ ଜିଲ୍ଲା ସାମ୍ବାଦିକ ସଂଘ ର ସାଧାରଣ ସମ୍ପାଦକ ଶଙ୍କର ବେହେରା ଏହି ଫୋଟୋ ପ୍ରଦର୍ଶନୀ କୁ ସଫଳ କରିବା ପାଇଁ ସହଯୋଗ ର ହାତ ଦେଇଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ l