-+91-9937148622 |

prerana_bgr@rediffmail.com |

  Thursday 20th August 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଶିପାଲି ରେ କୋଶଲି ନାଟ୍ୟ ମହର୍ଷି ଭଗବାନ ସାହୁଙ୍କ ଜୟନ୍ତୀ ପାଳିତ   (20-Aug-2026)       ||      ଆଶ୍ରା ବୃଦ୍ଧାଶ୍ରମର ପ୍ରଥମ ବାର୍ଷିକୋତ୍ସବ ପାଳିତ   (20-Aug-2026)       ||      ମୁଖ୍ୟମନ୍ତ୍ରୀ ସଡକ ଯୋଜନାର ରାସ୍ତା କାମ ନିମ୍ନମାନ, ମାସ ନପୁରୁଣୁ ପିଚୁ ଉଠିଲା   (20-Aug-2026)       ||      ରାଜ୍ୟ ସ୍ତରୀୟ ଶିକ୍ଷା ସେବା ସମ୍ମାନରେ ସମ୍ମାନିତ,ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡଃ କିଶୋର କୁମାର କର୍ଣ୍ଣ   (20-Aug-2026)       ||      ଗୌରଗୋଠ ପ୍ୟାକ୍ସ ପରିଦର୍ଶନ କଲେ ନରସିଂହ♦️ ଚାଷୀଙ୍କୁ ପର୍ଯ୍ୟାପ୍ତ ସାର ପ୍ରଦାନ କରୁ ବିଭାଗ - ନରସିଂହ   (20-Aug-2026)       ||      ସମଲେଶ୍ୱରୀ ମନ୍ଦିର ପାର୍ଶ୍ୱରେ ଥିବା ଦୋକାନ ଗୃହ ଉଛେଦ ପରେ ଏବେ ଦେବୋତ୍ତର ବିଭାଗର ଜମି କୁ ନେଇ ପ୍ରଶ୍ନବାଚୀ ♦️ ମନ୍ଦିରର ନିୟମିତ ଆୟ କେଉଁଠୁ ଆସିବ ଏହାକୁ ନେଇ ଚିନ୍ତାରେ ଭକ୍ତବୃନ୍ଦ    (20-Aug-2026)       ||      ଜିଲ୍ଲାସ୍ତରୀୟ ରେଡକ୍ରସ କାଉନସେଲର ତାଲିମ ଶିବିର ଉଦ୍‌ଯାପିତ   (30-Jul-2026)       ||      ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ପାଳିତ   (20-Aug-2026)       ||      ପବିତ୍ର ଶ୍ରାବଣରେ ଦୁଇ ବେସାହାରା ଭିକ୍ଷୁକଙ୍କ ଶେଷ ସାହାରା ସାଜିଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ   (20-Aug-2026)       ||      *ଲେହିଡି ଗାଁରେ ଗୋଶାଳା ପାଇଁ ଭୁମି ପୂଜନ ଓ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ*-   (20-Aug-2026)       ||      ବଗଡ଼ାରେ ଗ୍ରୀନ୍ ଇଗଲ୍ ଆର୍ମି ପକ୍ଷରୁ ବନମହୋତ୍ସବ   (20-Aug-2026)       ||      ରାଷ୍ଟ୍ରୀୟ ପ୍ରବାସୀ ଓଡିଆ ପରିବାର ଦ୍ୱାରା ସ୍ୱାସ୍ଥ୍ୟ ଶିବିର ଆୟୋଜନ   (20-Aug-2026)       ||      ସୁବର୍ଣ୍ଣପୁର ଠାରେ ବିଜେଡି ପକ୍ଷରୁ ଶିକ୍ଷା ବଞ୍ଚାଅ ଆନ୍ଦୋଳନ   (20-Aug-2026)       ||      ନବରଙ୍ଗପୁର ଜିଲ୍ଲାର ନୀରିହ ଆଦିବାସୀ ଯୁବକର ୧ ଲକ୍ଷ ୨୦ହଜାର ଟଙ୍କା ଖାଇଗଲେ କେନ୍ଦୁଝର ର ଝିଅ   (20-Aug-2026)       ||      ବିଶ୍ୱ ଫୋଟୋଗ୍ରାଫି ଦିବସରେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଫଟୋ ପ୍ରଦର୍ଶନୀ ll ପ୍ରଦର୍ଶିତ ହୋଇଛି ସଂସ୍କୃତି, ପରମ୍ପରା ଓ ଐତିହ୍ୟ ର ଅନେକ ଫଟୋ ll   (19-Aug-2026)       ||      ଆରପାରିରେ ବିଶିଷ୍ଟ କୀର୍ତ୍ତନ ଗାୟକ ମକ୍ତାରି ସାହୁ। କୀର୍ତ୍ତନ ଜଗତର ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଅବସାନ।   (19-Aug-2026)       ||      ନାକଟିଦେଉଳ ମାଟିର ଝିଅ କୁମୁଦିନୀଙ୍କୁ ଡିଜିପି ଡିସ୍କ କର୍ତ୍ତବ୍ୟନିଷ୍ଠା ଓ ଉଲ୍ଲେଖନୀୟ ସେବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ମଧ୍ୟ ସମ୍ବର୍ଦ୍ଧନା   (19-Aug-2026)       ||      ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ୍ ଲିଗ ଦ୍ୱିତୀୟ ଦିବସ, ଖୁର୍ଡିଆବାହଲ,ସିଲାଟି, କଦଳିପାଳି,ଖଇରମାଲ ବିଜୟୀ।   (19-Aug-2026)       ||      *ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଲାଗି ସମୀକ୍ଷା ବୈଠକ*-   (19-Aug-2026)       ||      ଗୁଣ୍ଡା ସାହୁ ଅପହରଣ କାଣ୍ଡ ♦️ତଥାପି ଅପହରଣର କାରଣ ଅସ୍ପଷ୍ଟ !   (19-Aug-2026)       ||     

HOME   ଜିଲ୍ଲା

ଗୌରଗୋଠ ପ୍ୟାକ୍ସ ପରିଦର୍ଶନ କଲେ ନରସିଂହ♦️ ଚାଷୀଙ୍କୁ ପର୍ଯ୍ୟାପ୍ତ ସାର ପ୍ରଦାନ କରୁ ବିଭାଗ - ନରସିଂହ

20-Aug-2026



ବଲାଙ୍ଗିର(ପ୍ରେରଣା ଖବର):  ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଆଜି ଦେଓଗାଁ ବ୍ଲକ ଅନ୍ତର୍ଗତ ଗୌରଗୋଠ ପଂଚାୟତର ଗୌରଗୋଠ ଠାରେ ଥିôବା ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ପରିଦର୍ଶନ କରିଛନ୍ତି । ପ୍ୟାକ୍ସ ରେ ବିଶେଷ କରି ସାର ର ଅଭାବ ଓ ଚାଷୀ ପଞ୍ଜିକରଣରେ ଚାଷୀମାନେ ଘୋର ଅସୁବିଧା ସମ୍ମୁଖିନ ହେଉଛନ୍ତି ବୋଲି ଜଣାଯାଇଥିଲା । ଚାଷୀ ପଞ୍ଜିକରଣ ପାଇଁ ଯଦି ଓ ସରକାର ଗତ ବର୍ଷ ଭଳି ପଞ୍ଜିକରଣକୁ ସରଳ କରାଯିବ ବୋଲି ଘୋଷଣା କରିଛନ୍ତି କିନ୍ତୁ ପ୍ରାକୃତରେ ପ୍ୟାକ୍ସ ସ୍ତରରେ ସେପରି ହେଉ ନାହିଁ । ଚାଷୀ ତାର କାଗଜପତ୍ର ଧରି ପଞ୍ଜିକରଣ ପାଇଁ ପ୍ୟାକ୍ସରେ ପହଂଚିଲେ ସେଠାରେ ତାଙ୍କୁ ବଂଶାବଳି ଆଣିବା ପାଇଁ କୁହାଯାଉଛି । ଫଳରେ ଅନେକ ଚାଷୀ ଏଥର ପଞ୍ଜିକୃତ ହୋଇପାରିବେ ନା ନାହିଁ ତାହା ସନ୍ଦେହ ଘେରରେ ବୋଲି ଶ୍ରୀ ମିଶ୍ର କହିଛନ୍ତି । ତା ସହ ଏହି ପ୍ୟାକ୍ସ ର ଜମି, ଋଣ ଗ୍ରହିତା ଓ ଅଣଋଣୀ ଚାଷୀଙ୍କ ଚାହିଦା କୁ ଦେଖିଲେ ୧୦୦୦ ବସ୍ତାର ସାର ଦରକାର ହେବ କିନ୍ତୁ ଆଜି ପର୍ଯ୍ୟନ୍ତ କେବଳ ମାତ୍ର ୩୦୦ ବସ୍ତା ସାର ଆସିଛି । ଏଥିରୁ ପ୍ରଥମେ ଋଣ କରିଥିବା ଚାଷୀଙ୍କୁ ସାର ପ୍ରଦାନ କରାଯିବ । ଯଦି ବଳିବ ତେବେ ଋଣ କରିନଥିବା ଚାଷୀଙ୍କୁ ସାର ପ୍ରଦାନ କରାଯିବ ବୋଲି ଶ୍ରୀ ମିଶ୍ରଙ୍କ ପ୍ରଶ୍ନର ଉତ୍ତର ରେ ପ୍ୟାକ୍ସ ର ସଂପାଦକ କହିଛନ୍ତି । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ବିଭାଗ ଜାଣିଶୁଣି ଚାହିଦା ମୁତାବକ ସାର ପେକ୍ସ କୁ ପଠାଉ ନାହିଁ । ଫଳରେ ସାର ର ଅଭାବ ସାଙ୍ଗକୁ ସେହି ଅଳ୍ପ ପରିମାଣରେ ଆସୁଥିବା ସାରକୁ କଳାବଜାରରେ ଡବଲ ଦାମରେ ଅନ୍ୟ ଚାଷୀମାନଙ୍କୁ ବିକ୍ରି ହେଉଛି । ଆହୁରି ମଧ୍ୟ ଚାଷୀଙ୍କ ଅଭିଯୋଗର ସଠିକ୍ ଉତ୍ତର ପେକ୍ସ କତ୍ତୃପକ୍ଷ ଦେଇପାରୁ ନ ଥିବାରୁ ଏଠାରେ ସାର କୁ ନେଇ କଳାବଜାରି ଅଭିଯୋଗ ସତ୍ୟ ବୋଲି ଜଣାପଡୁଛି । ଚାଷୀମାନେ ସାର ଏବଂ ପଞ୍ଜିକରଣ ପାଇଁ ଶହ ଶହ ସଂଖ୍ୟାରେ ପେକ୍ସ ସାମନାରେ ରୁଣ୍ଡ ହୋଇ ଶ୍ରୀ ମିଶ୍ରଙ୍କୁ ନିଜର ଅସୁବିଧା ସମ୍ପର୍କରେ ଅଭିଯୋଗ କରିଥିଲେ । ଏପରି କି ଚାଷର ଯେଉଁ ସମୟରେ ଯେଉଁ ସାର ଦରକାର ସେ ସବୁକୁ ନେଇ ବିଭାଗ ଯତ୍ନବାନ ହେଉ ନାହିଁ । ତେଣୁ ଠିକ୍ ସମୟରେ ଠିକ୍ ସାର ନ ପାଇବାରୁ ଚାଷୀ ର ଅମଳ କମିଯାଉଥିବାର ଅଭିଯୋଗ ଆସିଥିଲା । ଏ ସବୁ କୁ ନେଇ ଶ୍ରୀ ମିଶ୍ର କୃଷି ଓ ସମବାୟ ବିଭାଗ ଅଧିକାରୀଙ୍କ ସହ ଆଲୋଚନା

କରି ଏହା ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନେବାକୁ କହିବେ ବୋଲି ପ୍ରତିଶୃତି ଦେଇଛନ୍ତି । ନଚେତ ଆଗାମୀ ଦିନରେ କେବଳ ଗୌରଗୋଠ ନୁହେଁ ସମଗ୍ର ଦେଓଗାଁ ବ୍ଲକ ଅଂଚଳରେ ଏହାକୁ ନେଇ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ମିଶ୍ର ଚେତାବନୀ ଦେଇଛନ୍ତି । ଆଜିର ଏହି ଅଚାନକ ପେକ୍ସ ପରିଦର୍ଶନ ସମୟରେ ବ୍ଲକ କଂଗ୍ରେସ ସଭାପତି ରାମଜୀ ଚୌଧୁରି, ବ୍ଲକ ଉପାଧ୍ୟକ୍ଷା ସୂର୍ଯ୍ୟକାନ୍ତି ଛତ୍ରିଆ, ଗୁଣନିଧି ସାହୁ, ଅସୀତ ମିଶ୍ର, ବିକାଶ ସାହୁ, ସୁଶିଲ ରଣା, ବୁଦ୍ଧଦେବ ସାହୁ, ସୁଧିର ସାହୁ, ଜିତୁ ରଣା, ହରିଶ୍ଚନ୍ଦ୍ର ଭୋଇ, ଅଜିତ ରଣା, ପିତାମ୍ବର ମଲ୍ଲିକ, ରିଙ୍କୁ ରଣା, ବିରେନ ରଣା, ସୁଦାମ ଷାଣ୍ଢ, ତ୍ରିନାଥ ରଣା, ବୈଷ୍ଣବ ଧରୁଆ ଙ୍କ ସମେତ ସହସ୍ରାଧିକ ଚାଷୀ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଶିପାଲି ରେ କୋଶଲି ନାଟ୍ୟ ମହର୍ଷି ଭଗବାନ ସାହୁଙ୍କ ଜୟନ୍ତୀ ପାଳିତ   20-Aug-2026
  ଜିଲ୍ଲା  
ଆଶ୍ରା ବୃଦ୍ଧାଶ୍ରମର ପ୍ରଥମ ବାର୍ଷିକୋତ୍ସବ ପାଳିତ   20-Aug-2026
  ଜିଲ୍ଲା  
ମୁଖ୍ୟମନ୍ତ୍ରୀ ସଡକ ଯୋଜନାର ରାସ୍ତା କାମ ନିମ୍ନମାନ, ମାସ ନପୁରୁଣୁ ପିଚୁ ଉଠିଲା   20-Aug-2026
  ଜିଲ୍ଲା  
ରାଜ୍ୟ ସ୍ତରୀୟ ଶିକ୍ଷା ସେବା ସମ୍ମାନରେ ସମ୍ମାନିତ,ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡଃ କିଶୋର କୁମାର କର୍ଣ୍ଣ   20-Aug-2026
  ଜିଲ୍ଲା  
ଗୌରଗୋଠ ପ୍ୟାକ୍ସ ପରିଦର୍ଶନ କଲେ ନରସିଂହ♦️ ଚାଷୀଙ୍କୁ ପର୍ଯ୍ୟାପ୍ତ ସାର ପ୍ରଦାନ କରୁ ବିଭାଗ - ନରସିଂହ   20-Aug-2026
  ରାଜ୍ୟ  
ସମଲେଶ୍ୱରୀ ମନ୍ଦିର ପାର୍ଶ୍ୱରେ ଥିବା ଦୋକାନ ଗୃହ ଉଛେଦ ପରେ ଏବେ ଦେବୋତ୍ତର ବିଭାଗର ଜମି କୁ ନେଇ ପ୍ରଶ୍ନବାଚୀ ♦️ ମନ୍ଦିରର ନିୟମିତ ଆୟ କେଉଁଠୁ ଆସିବ ଏହାକୁ ନେଇ ଚିନ୍ତାରେ ଭକ୍ତବୃନ୍ଦ   20-Aug-2026
  ରାଜ୍ୟ  
ଜିଲ୍ଲାସ୍ତରୀୟ ରେଡକ୍ରସ କାଉନସେଲର ତାଲିମ ଶିବିର ଉଦ୍‌ଯାପିତ   30-Jul-2026
  ଜିଲ୍ଲା  
ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ପାଳିତ   20-Aug-2026
  ଜିଲ୍ଲା  
ପବିତ୍ର ଶ୍ରାବଣରେ ଦୁଇ ବେସାହାରା ଭିକ୍ଷୁକଙ୍କ ଶେଷ ସାହାରା ସାଜିଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ   20-Aug-2026
  ଜିଲ୍ଲା  
*ଲେହିଡି ଗାଁରେ ଗୋଶାଳା ପାଇଁ ଭୁମି ପୂଜନ ଓ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ*-   20-Aug-2026
  ଜିଲ୍ଲା  
ବଗଡ଼ାରେ ଗ୍ରୀନ୍ ଇଗଲ୍ ଆର୍ମି ପକ୍ଷରୁ ବନମହୋତ୍ସବ   20-Aug-2026
  ଜିଲ୍ଲା  
ରାଷ୍ଟ୍ରୀୟ ପ୍ରବାସୀ ଓଡିଆ ପରିବାର ଦ୍ୱାରା ସ୍ୱାସ୍ଥ୍ୟ ଶିବିର ଆୟୋଜନ   20-Aug-2026

You Might Also Like