-+91-9937148622 |
prerana_bgr@rediffmail.com |
Saturday 22nd August 2026 |
R.N.I. Regd No. ODIODI/2010/46693
Breaking News
04-Jan-2021
ଦେବଗଡ଼ (ପ୍ରେରଣା ଖବର): ଫେରିଲା ଅଜଣା ଜନ୍ତୁ ଆତଙ୍କ। ନିଆଳିରେ କିଛି ଦିନ ଧରି ଅଜଣା ଜନ୍ତୁ ଆକ୍ରମଣରେ ମେଣ୍ଢାଙ୍କର ମୃତ୍ଯୁ ହୋଇଥିଲା ବେଳେ ଏବେ ଦେବଗଡ ଜିଲ୍ଲାରେ ଅଜଣା ଜନ୍ତୁ ଆତଙ୍କ ଖେଳିଯାଇଛି। ଅଜଣା ଜନ୍ତୁ ଆକ୍ରମଣରେ ଦେବଗଡ ଜିଲ୍ଲା ବାରକୋଟର ଚକଡିହୀ ଗାଁରେ ୧୨ଟି ଛେଳିଙ୍କର ମୃତ୍ୟୁ ହୋଇଥିବା ବେଳେ୨୫ରୁ ଅଧିକ ଛେଳି ନିଖୋଜ ହୋଇଯାଇଛନ୍ତି। ଶନିବାର ସନ୍ଧ୍ୟାରେ ଛେଳିପଲ ଫେରୁଥିବା ବେଳେ ହଠାତ୍ ଜଙ୍ଗଲ ମଧ୍ୟରେ ଇତସ୍ତତଃ ଦୌଡିବାକୁ ଲାଗିଥିଲେ। ଏହା ପରଦିନ ଜଙ୍ଗଲରେ ୧୨ଟି ଛେଳି ମରି ପଡିଥିଲେ। ଅନ୍ୟ ତିନିଟି ଛେଳି ଗୁୁରୁତର ଆହତ ହୋଇଥିଲେ। ଖବର ପାଇ ବାରେକୋଟ ବନାଞ୍ଚଳ ଅଧିକାରୀ ଗତକାଲି ଚକଡିଡୀ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆକ୍ରମଣକାରୀ ବନ୍ୟଜନ୍ତୁକୁ ଚିହ୍ନଟ ପାଇଁ ଜଙ୍ଗଲରେ ୨ଟି ସିସିଟିଭି ଲଗାଯାଇଛି। କରୋନା ସାରା ଦେଶରେ ହାହାକାର ପକାଇ ଦେଇଥିବା ବେଳେ ଏବେ ରାଜସ୍ଥାନ ଓ ମଧ୍ୟ ପ୍ରଦେଶରେ ଚିନ୍ତା ବଢ଼ାଇଲାଣି ବାର୍ଡଫ୍ଲୁ। ଏହି ରୋଗରେ କାଉମାନଙ୍କ ମୃତ୍ୟୁ ହେଉଥିବା ସୂଚନା ମିଳିଛି। ବାର୍ଡ ଫ୍ଲୁ ବ୍ୟାପିବା ପରେ ରାଜ୍ୟରେ ହାଇ ଆଲର୍ଟ ଜାରି କରାଯ।ଇଛି। କୋଟାରେ ବର୍ତ୍ତମାନ ସୁଦ୍ଧା ୪୭ କାଉଙ୍କର ମୃତ୍ୟୁ ହୋଇଛି। ସେହିପରି ଜହଲୱାରରେ ୧୦୦ ବାରାନରେ ୭୨ କାଉଙ୍କର ମୃତ୍ୟୁ ହୋଇଛି। ଦୁଇଟ ରାଜ୍ୟରେ ବାର୍ଡ ଫ୍ଲୁ ଦେଖାଯାଇଥିବାରୁ ଏନେଇ ସତର୍କ ହୋଇଛନ୍ତି କେନ୍ଦ୍ର ସରକାର। ଏନେଇ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି। ରାଜ୍ୟରେ ଯେଉଁସବୁ ସ୍ଥାନରେ ବାର୍ଡ ଫ୍ଲୁ ରୋଗରେ ପକ୍ଷୀମାନଙ୍କର ମୃତ୍ୟୁ ହୋଇଛି ,ସେହିସବୁ ସ୍ଥାନରେ ସାମ୍ପଲ ଟେଷ୍ଟ କରାଯାଇଛି।