-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
20-Aug-2026
ତୁଷୁରା (ପଞ୍ଚାନନ ନାଏକ) ବଲାଙ୍ଗୀର ଜିଲ୍ଲାର ଆମପାଳି ଗ୍ରାମ ଠାରୁ କାନ୍ଦାମୁଣ୍ଡା ଗ୍ରାମ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡିଛି। ଏହି ରାସ୍ତା ଟି ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ସାମିଲ କରାଯାଇ ଥିଲା। କାମ ସରିବାର ମାସଟିଏ ନପୂରୁଣୁ ରାସ୍ତା ବିଭିନ୍ନ ସ୍ଥାନରେ ପିଛୁ ଉଠିଯିବା ମାଟି ଦବି ବସିଲାଣି। ଏଠି ଲାଗିଥିବା ସୂଚନା ଫଳକ ଅନୁସାରେ ଆମପାଳି ରୁ କନ୍ଦାମୁଣ୍ଡା ଭାୟା ଖାରିବାହାଳ (୨.୫୦ କିଲୋମିଟର) ରାସ୍ତା ନିର୍ମାଣ ପାଇଁ ୨୪୨.୨୯ ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି। ରକ୍ଷଣାବେକ୍ଷଣ ପାଇଁ ୯୫୮୭୪୪ ଲକ୍ଷ ଟଙ୍କା ରହିଛି । କାର୍ଯ୍ଯ ଆରମ୍ଭ ତା-୨୯-୧୦-୨୦୨୫ ଓ କାର୍ଯ୍ଯ ଶେଷ ତା-୨୮-୦୭-୨୦୨୬ରେ ହେଇଥିବା ବେଳେ ପାଞ୍ଚ ବର୍ଷ ପାଇଁ ମରାମତି ଠିକାଦାର କରିବା ପାଇଁ ସୂଚନା ଫଳକରେ ଉଲ୍ଲେଖ ରହିଛି। କିନ୍ତୁ ପରିତାପର ବିଷୟ କାର୍ଯ୍ୟ ଶେଷ ହେବାର ଏକ ମାସ ନପୁରୁଣୁବିଭିନ୍ନ ସ୍ଥାନର ପିଚୁ ଉଠିଯାଇ ଥିବା ବେଳେ ଗର୍ତ୍ତ ମାନ ସୃଷ୍ଟି ହୋଇଛି। ଏପରିକି ଏବେ ବର୍ଷା ଯୋଗୁ ଗାଡି ଚାଳକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଉଛନ୍ତି।
ଏନେ ବିଭାଗୀୟ ଯନ୍ତ୍ରୀ ବାପି ବିଶ୍ବାଳ କହନ୍ତି ଯେ,ଏହି କାମକୁ ନେଇ ଉଚ୍ଚ କର୍ତୃପକ୍ଷ ସନ୍ତୁଷ୍ଟ ନଥିବାରୁ ଠିକାଦାର ଉପସ୍ଥିତରେ ପୁଣି କାର୍ଯ୍ୟ ହେବ ବେଳି କହିଥିଲେ।
ଠିକାଦାରଙ୍କ ସମ୍ପର୍କୀୟ କିଶନ ଅଗ୍ରୱାଲଙ୍କ ମୋବାଇଲ ନମ୍ବର ୭୪୩୮୦୮୮୮୮୮ ରେ ଯୋଗଯୋଗ କରିବାରୁ କହିଥିଲେ ଯେ,ବର୍ଷା ପରେ ସବୁ ଠିକ ଠାକ କରି ଦେବୁ ବୋଳି ହାଲୁକା ଭାବେ କହିଥିଲେ। ଏବେ ସାଧାରଣରେ ପ୍ରଶ୍ନ ଉଠୁଛି ଯେ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ସଲାସୁତରା ଯୋଗୁ ରାସ୍ତା ଏତେ ଶିଘ୍ର କାମ ଶୋଚନୀୟ ହୋଇ ପଡିଛି। ଏହାର ଭିଜିଲାନ୍ସ ତଦନ୍ତ କରାଗଲେ ବହୁ ତଥ୍ଯ ଜଣାପଡିବ ବୋଳି ସାଧାରଣରେ ମତ ପ୍ରକାଶ ପାଉଛି।