-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜୀବନଶୈଳୀ

ବିଶ୍ବଭାରତୀ ଶାନ୍ତିନିକେତନ ଓ ଡ.ସଦାନନ୍ଦ ଅଗ୍ରଓ୍ବାଲ

01-Aug-2022



ବଲାଙ୍ଗିର : ସଦାନନ୍ଦ ଅଗ୍ରଓ୍ବାଲ ଥିଲେ ଓଡିଶାର ଜଣେ ଜଣାଶୁଣାଐତିହାସିକ, ଗବେଷକ, ଲିପିତତ୍ବବିଦ ,ସାହିତ୍ୟିକ, ସାମ୍ବାଦିକ, ନାଟ୍ୟକାର ଓ ସଙ୍ଗୀତଜ୍ଞ । ତେବେ ତାଙ୍କ ସହିତ ମିଶିବା ଭିତରେ ଜଣେ  କଲେଜ କିମ୍ବା ବିଶ୍ବବିଦ୍ୟାଳୟରେ ପାଠ ପଢିପାରିନଥିବା ଦରପାଠୁଆ ମଣିଷ ଶେଷରେ କିଭଳି  ନିଜ ଅଧ୍ୟବସାୟ ବଳରେ ବିଶ୍ବବିଦ୍ୟାଳୟରେ ଲିପିତତ୍ବ ବିଷୟ ଉପରେ ଶିକ୍ଷାଦାନ କରୁଥିଲେ ତାହା ମୁଁ ନିଜେ ଦେଖିଛି । ସୋନପୁର ଜିଲ୍ଲାର ମେଣ୍ଡା ହାଇସ୍କୁଲରୁ ପ୍ରଥମ ଶ୍ରେଣୀରେ ଉତ୍ତିର୍ଣ୍ଣ ହେଲାପରେ ମଧ୍ୟ ସେ ଆର୍ଥିକ ଅନାଟନ କାରଣରୁ କଲେଜରେ ପଢିବାର ସୁଯୋଗ ପାଇନଥିଲେ । କମ ବୟସରେ ବାପାଙ୍କୁ 

 ହରାଇ ପରିବାର ର ବୋଝ ସମ୍ଭାଳିଥିଲେ । ତେବେ ତାଙ୍କ ପଢିବାର ନିଶା ଯାଇନଥିଲା । ତରଭାରେ ତାଙ୍କର ଜଣେ ସମ୍ପର୍କିୟଙ୍କ ସାଙ୍ଗରେ ବ୍ୟବସାୟ କଲାବେଳେ ସାମ୍ବାଦିକତା ଆଡକୁ ଢଳିଥିଲେ । ପ୍ରଥମେ ବଲାଙ୍ଗୀରରୁ ପ୍ରକାଶିତ ଯୁଗବାର୍ତ୍ତାରୁ ସାମ୍ବାଦିକ ଜୀବନ ଆରମ୍ଭ କରି ପ୍ରଜାତନ୍ତ୍ର ଦୈନିକ ଖବରକାଗଜରେ ତରଭା ପ୍ରତିନିଧି ହୋଇଥିଲେ । ସେହି ସମୟରେ ଡ.ହରେକୃଷ୍ଣ ମହତାବ ଓ ପରେ ଓଡିଶାର ପ୍ରଖ୍ୟାତ ଐତିହାସିକ ଡ.ନବୀନକୁମାର ସାହୁଙ୍କ ସହିତ ଘନିଷ୍ଠତା ବଢିଥିଲା । ସେଇଠୁ ଆରମ୍ଭ ହୁଏ ତାଙ୍କ ଐତିହାସିକ ଜୟଯାତ୍ରା । ଉଭୟଙ୍କ ଠାରୁ ପ୍ରେରଣା ପାଇ ଐତିହାସିକ ଗବେଷଣା ଆରମ୍ଭ କରିଥିଲେ । ସୋନପୁର ଇତିହାସ, ଖାରବେଳ(ଓଡିଆ,ହିନ୍ଦି,ଇଂରାଜୀ), ଓରିଶାନ ପେଲେଓଗ୍ରାଫି, ଦକ୍ଷୀଣକୋସଳ ଓ ଅନ୍ୟାନ୍ୟ ପ୍ରବନ୍ଧ', ସୌରାପେଣ୍ଟିଂ ଅଫ ଓରିଶା, ଟୁ କପର ପ୍ଲେଟ ଗ୍ରାଣ୍ଟସ ଫ୍ରମ ଓ୍ବେଷ୍ଟର୍ଣ୍ଣ ଓରିଶା,କୋସଲି ନାଟକ ରକତ ଇତ୍ୟାଦି ପୁସ୍ତକ ରଚନା କରିଥିଲେ । ଏହା ସହିତ ତାଙ୍କର ଅନେକ ଉପାଦେୟ ସନ୍ଦର୍ଭ ଓ ସ୍ତମ୍ବଗୁଡିକ ମଧ୍ୟ ବିଭିନ୍ନ ଜର୍ଣ୍ଣାଲ ତଥା ଖବରକାଗଜରେ ପ୍ରକାଶିତ ହେଉଥିଲା । ଶେଷରେ ତାଙ୍କ କୃତିକୁ ସମ୍ମାନ ଜଣାଇ ରାଷ୍ଟ୍ରୀୟ ସଂସ୍କୃତପ୍ରତିଷ୍ଠାନ ତିରୁପତି ବିଶ୍ବ ବିଦ୍ୟାଳୟରୁ ତାଙ୍କୁ ସମ୍ମାନଜନକ ଡି.ଲିଟପ୍ରଦାନ କରାଯାଇଥିଲା ।  ସେ ଲିପିତତ୍ବ ଉପରେ ଯଥେଷ୍ଟ ଗବେଷଣା କରି ପୁରାତନ ଲିପି, ଶିଳାଲିପି, ତାମ୍ରଫଳକ ଇତ୍ୟାଦିକୁ ପାଠଦ୍ଧାର କରୁଥିଲେ ।  ଦେଶର ଅନେକ ମ୍ୟୁଜିୟମରୁ ସେଥିପାଇଁ ତାଙ୍କୁ ଡାକରା ଆସୁଥିଲା । ଲିପିର କ୍ରମବିକାଶ ଉପରେ ତାଙ୍କର ଅନେକ ସନ୍ଦର୍ଭ ପ୍ରକାଶିତ ହୋଇଛି । ବ୍ରାହ୍ମି,ପାଲି ଓ ଅନ୍ୟାନ୍ୟ ପୁରାତନ ଭାଷା ଉପରେ ତାଙ୍କର ଖୁବ ଦଖଲ ଥିଲା । ଲିପିତତ୍ବ ଉପରେ ଶିକ୍ଷାଦାନ ପାଇଁ ଜଣେ ଭିଜିଟିଙ୍ଗ ପ୍ରଫେସର ଭାବରେ ବିଶ୍ବଭାରତୀ  ଶାନ୍ତିନିକେତନ ବିଶ୍ବ ବିଦ୍ୟାଳୟ ତରଫରୁ ତାଙ୍କୁ ଅନେକଥର ନିମନ୍ତ୍ରଣ କରାଯାଇଥିଲା । ୨୦୧୩ ମସିହାରେ ତାଙ୍କର ଜଣେ ସହଯୋଗୀ ଭାବରେ ଶାନ୍ତିନିକେତନକୁ ଯିବାର ସୁଯୋଗ

ମିଳିଥିଲା । ସେଠାରେ ଓଡିଆ ବିଭାଗ ତରଫରୁ କରାଯାଇଥିବା ଓ୍ବାର୍କସପରେ ସେ ଜଣେ ଦକ୍ଷ ଲିପିତତ୍ବବିଦ ଭାବରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିଥିଲେ । ଜଣେ ମାଟ୍ରିକପଢା ଲୋକ ଭାରତବର୍ଷର ଏକ ବିଖ୍ୟାତ ବିଶ୍ବବିଦ୍ୟାଳୟରେ ଲିପିତତ୍ବ ଉପରେ ଯେଭଳି କଳାପଟାରେ ଚକ ଖଡିରେ ଲେଖିଲେଖି ପଢାଉଥିଲେ ତାହା ମୋତେ ଅଭିଭୂତ କରିଥିଲା । ମୁଖ୍ୟତଃ ଛାତ୍ରଛାତ୍ରୀଙ୍କ ଲିପି ଉପରେ ଜାଣିବାର ଆଗ୍ରହ ମୋତେ ଖୁବ ଆଶ୍ଚର୍ଯ୍ୟ କରିଥିଲା । ଅଧ୍ୟବସାୟ ହିଁ ମଣିଷକୁ ସଫଳ କରିଥାଏ ତାହା ତାଙ୍କଠୁ ଶିଖିବାକୁ ମିଳିଥିଲା ।
   ଆଜି ସେହି ପୂଣ୍ୟାତ୍ମାଙ୍କ ୫ମ ଶ୍ରାଦ୍ଧଦିବସ । ଶ୍ରାଦ୍ଧ ଦିବସରେ ତାଙ୍କୁ ଗଭୀର ଶ୍ରଦ୍ଧାଞଳି ଜ୍ଞାପନ କରୁଛି ।


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like

                               
  ଜୀବନଶୈଳୀ  

ସାଇକେଲ ଏକ ପରିଚୟ