-+91-9937148622 |
prerana_bgr@rediffmail.com |
Saturday 22nd August 2026 |
R.N.I. Regd No. ODIODI/2010/46693
Breaking News
04-Jan-2021
କଟକ, (ଦୀପକ କୁମାର ଷଡଙ୍ଗୀଙ୍କ ରିପୋର୍ଟ) କଟକ ମାହାଙ୍ଗା ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ତଥା ସାଲେପୁର ବିଜେପି ପ୍ରଭାରୀ କୁଳମଣି ବରାଳ ଓ ତାଙ୍କର ଜଣେ ସହଯୋଗୀଙ୍କୁ ନିର୍ମମ ହତ୍ୟା ଘଟଣାକୁ ନେଇ ବିବାଦ ରେ ପ୍ରତାପ ଜେନା। ଏହି ଘଟଣାକୁ ନେଇ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି,‘ କୁଳମଣି ବରାଳ ମାହଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଥିଲେ। ଗତକାଲି ତାଙ୍କୁ ଯେମିତି ଅମାନୁଷିକ ଭାବେ ହତ୍ୟା କରାଯାଇଛି ଆମେ ତାକୁ ନିନ୍ଦା କରୁଛୁ। ତାଙ୍କ ହତ୍ୟାକୁ ଯେତେ ନିନ୍ଦା କଲେ କମ୍ ହେବ। ଏ ଘଟଣାରେ ମୁଁ ଦୁଃଖିତ ଓ ମର୍ମାହତ। ରାଜନୀତିରେ ହିଂସାକୁ ପ୍ରଶ୍ରୟ ଦେବା ଉଚିତ ନୁହେଁ ଏବଂ ଆମେ ମଧ୍ୟ ହିଂସାକୁ ପ୍ରଶ୍ରୟ ଦେଉନା। ବ୍ୟକ୍ତିଗତ ଭାବରେ ଯିଏ ଦୋଷୀ, ତାକୁ କେମିତି ଦଣ୍ଡବିଧାନ ହେବ ଦୃଷ୍ଟି ଦେବି। ରାଜନୈତିକ ଦୃଷ୍ଟିରୁ ବିଜେପି ବିରୋଧୀ ଦଳ ଭାବରେ କଣ କହୁଛି ବଡ଼ କଥା ନୁହେଁ। ମୋ ସହ ଫଟୋ ଉଠାଇବା କିଛି ବଡ଼ କଥା ନୁହେଁ, କାରଣ ଯାହା ବିରୋଧରେ ଅଭିଯୋଗ ଆଣୁଛନ୍ତି ସେ ଜଣେ ସରପଞ୍ଚଙ୍କ ସ୍ୱାମୀ। ସେ ମୋତେ ଭେଟିଛନ୍ତି। କିନ୍ତୁ ଯେଉଁ କଥା କୁହାଯାଉଛି ତାହା ଏହି ଘଟଣାର ବହୁତ ପୂର୍ବରୁ।’ ଏଣେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମାହାଙ୍ଗା ରାଜନୈତିକ ହତ୍ୟାକାଣ୍ଡକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା କହି ଏହାକୁ ତୀବ୍ର ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ, କୁଳମଣି ବାବୁ ପୂର୍ବରୁ କଂଗ୍ରେସ ଥିଲେ କିଛି ବର୍ଷ ତଳେ ବିଜେପିରେ ଯୋଗ ଦେଇଥିଲେ। ରାଜ୍ୟରେ ନାରୀ ନିର୍ଯ୍ୟାତନ ଏବଂ ରାଜନୈତିକ ହତ୍ୟାକାଣ୍ଡ ବଢ଼ି ଚାଲିଛି। ଏହି ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ନିରଞ୍ଜନ ପଟ୍ଟନାୟକ ଅନୁରୋଧ କରିଛନ୍ତି। ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ ଓଡ଼ିଶାରେ ବିଜେଡି ପଶ୍ଚିମବଙ୍ଗ ପରି କାର୍ଯ୍ୟ ଆରମ୍ଭ କରିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତିକୁ ନେଇ ଏହି ହତ୍ୟାକାଣ୍ଡ ହେଇଛି। ନୃତାଙ୍ଗ ପଞ୍ଚାୟତରେ ଜଣେ ଧନୀ ବିଜେଡି କାର୍ଯ୍ୟକର୍ତ୍ତା ଆବାସ ଯୋଜନାରେ ଘର ନେଇଥିଲେ। ଏଥିପାଇଁ ସେହି ବ୍ୟକ୍ତିଙ୍କ ବିରୋଧରେ ଏତଲା ମଧ୍ୟ ହୋଇଛି। ସେଥିପାଇଁ ଆକ୍ରୋଶ ରଖି ଏହି ଘଟଣା ଘଟାଯାଇଥିବାର ଅଭିଯୋଗ ଆଣିଛନ୍ତି ଗୋଲକ। ୨୦୧୮ରେ ମାହାଙ୍ଗାରେ ବିକାଶ ଜେନା ହତ୍ୟାକାଣ୍ଡର ଦୋଷୀକୁ କାହିଁକି ସରକାର ଧରିଲେନି ବୋଲି ସେ ପ୍ରଶ୍ନ କରିଛନ୍ତି। ଅନ୍ୟପଟେ ବିଜେପି ଦାବି ରଖିଲା ପ୍ରତାପ ଜେନା ଙ୍କ ଇସ୍ତଫା ।