-+91-9937148622 |

prerana_bgr@rediffmail.com |

  Friday 17th April 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗିରରେ ବିଜୁବାବୁଙ୍କ ତିରୋଧାନ ଦିବସ ପାଳିତ   (17-Apr-2026)       ||      ୪୨ ମୌଜାରେ"ଦୟାନିଧି ସାମ୍ବାଦିକ ରତ୍ନ ସମ୍ମାନ - ୨୦୨୬ " ପ୍ରଦାନ ଉତ୍ସବ    (17-Apr-2026)       ||      ଏପିଏସ କ୍ଲାସେସର ସିବିଏସଇ ଦଶମ ପରୀକ୍ଷା ବିଦ୍ୟାର୍ଥୀଙ୍କ ମହା ସଫଳତା   (17-Apr-2026)       ||      ନୂଆପଡାରେ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ଉଲ୍ଲେଖନୀୟ ପ୍ରଦର୍ଶନ: ୧୦ ଟପ୍ପର ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ ସମ୍ବର୍ଦ୍ଧନା   (17-Apr-2026)       ||      ନିଜସ୍ୱ ଗୃହ ପାଲଟିଛି ଭୂତକୋଠି, ଭଡ଼ାରେ ଚାଲିଛି ବରୀ ପ୍ରାଣୀ ଚିକିତ୍ସାଳୟ   (17-Apr-2026)       ||      ଡାବୁଗାଁ ରେ ବିଜୁ ବାବୁଙ୍କ ୨୯ ତମ ଶ୍ରାଦ୍ଧ ଦିବସ ପାଳିତ*   (17-Apr-2026)       ||      ଯୁବୋଦୟ ସ୍କୁଲ: ବଲାଙ୍ଗିର ଶିକ୍ଷା ଆକାଶରେ ସୂର୍ଯ୍ୟୋଦୟ   (17-Apr-2026)       ||      ସେବା ଫର ଡିଜାବ୍ଲିଟି" ସଂଘ ତରଫରୁ ଅସହାୟ ମାନଙ୍କୁ ଶୁଖିଲା ଖାଦ୍ୟ ଓ ଚପଳ ବଣ୍ଟନ   (16-Apr-2026)       ||      *ପଲିଟେକ୍‌ନିକ କଲେଜରେ ଉତ୍ତେଜନା* *ଅଧ୍ଯକ୍ଷଙ୍କ ବଦଳି ଦାବୀ କଲେ ଅଭିଭାବକ*   (16-Apr-2026)       ||      ସୁବର୍ଣ୍ଣପୁରରେ ଦ୍ୱିତୀୟ ତାଇକୋଣ୍ଡୋ କଲର୍ ବେଲ୍ଟ ପରୀକ୍ଷା ଅନୁଷ୍ଠିତ   (16-Apr-2026)       ||      ବୈଶାଖ ମେଳା ଅବସରରେ ୧୫ଟି ସ୍ୱତନ୍ତ୍ର ବସ ଚଳାଇବାକୁ ଜିଲ୍ଲାପାଳ ଙ୍କ ନିକଟରେ ଦାବି    (16-Apr-2026)       ||      ବଲାଙ୍ଗୀର “ନାରୀ ଶକ୍ତି ବନ୍ଦନ ଅଧିନିୟମ” ସଚେତନତା ପଦଯାତ୍ରା    (16-Apr-2026)       ||      *ସୁବର୍ଣ୍ଣପୁର ଟାଉନ ହଲରେ ଧୁମଧାମରେ ପାଳିତ ହେଲା ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତି ଉତ୍ସଵ*-   (16-Apr-2026)       ||      *ଜିଲ୍ଲାପାଳ ଙ୍କ ବିଭିନ୍ନ ସ୍କୁଲ୍ ଓ ଅଙ୍ଗନୱାଡି କୁ ଅଚାନକ ପରିଦର୍ଶନ*- *ଶିକ୍ଷକ ଓ କର୍ମଚାରୀ ଛାନିଆଁ*-   (16-Apr-2026)       ||      ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନୂତନ ରଙ୍ଗ, ନୂତନ ଢଙ୍ଗରେ କଳାକୃତିରେ ସୁସଜ୍ଜିତ, ଏହି କାର୍ଯ୍ୟାଳୟ ଲୋକଙ୍କ ପାଇଁ, ଓଡ଼ିଶା ମଧ୍ୟ କଳାକୃତି ରାଜ୍ୟ ବୋଲି ଜିଲ୍ଲାପାଳ ପ୍ରକାଶ   (16-Apr-2026)       ||      ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନୂତନ ରଙ୍ଗ, ନୂତନ ଢଙ୍ଗରେ କଳାକୃତିରେ ସୁସଜ୍ଜିତ, ଏହି କାର୍ଯ୍ୟାଳୟ ଲୋକଙ୍କ ପାଇଁ, ଓଡ଼ିଶା ମଧ୍ୟ କଳାକୃତି ରାଜ୍ୟ ବୋଲି ଜିଲ୍ଲାପାଳ ପ୍ରକାଶ   (16-Apr-2026)       ||      ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ    (16-Apr-2026)       ||      ତୁରେକେଲା ବ୍ଳକସ୍ତରୀୟ ଶିକ୍ଷଣ ଉପକରଣ ମେଳା ଅନୁଷ୍ଠିତ   (16-Apr-2026)       ||      ସାମ୍ବାଦିକ ଭବନ ନିକଟରୁ ବାଇକ ଚୋରି    (16-Apr-2026)       ||      ବୁଢୀପଦାର ପଂଚାୟତ ପରିସରରେ ବାବାସାହେବ ଡ଼. ଭୀମରାଓ ଆମ୍ବେଦକର ଙ୍କ ୧୩୫ ତମ ଜନ୍ମ ଦିବସ ପାଳନ   (16-Apr-2026)       ||     

HOME   ଜିଲ୍ଲା

ଆର୍.ଏମ୍.ସି ରେ ମହାଦୁର୍ନୀତି ଅଭିଯୋଗ; ତଦନ୍ତ କରିବେ ଜିଲ୍ଳାପାଳ

15-Apr-2026



ଡୁଙ୍ଗୁରିପାଲି(ଆରବିନ୍ଦ ମିଶ୍ର): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଆର.ଏମ.ସି ରେ ଦୁର୍ନୀତି ହୋଇଥିବା ବିଭାଗୀୟ ମନ୍ତ୍ରୀଙ୍କ ଠାରେ ଚାଷୀମାନେ ୨୦୨୪ ଜୁଲାଇ ୩୧ରେ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତ କରି ୧୫ ଦିନ ମଧ୍ୟରେ ଜଣାଇବାକୁ ନିନ୍ଧକ ସମୟକ ସମିତି ସମୂହ, ଭୁବନେଶ୍ଵର ଭକ୍ତବନ୍ଧୁ ସାହୁ ତାଙ୍କ ପତ୍ର ସଂଖ୍ୟା ଆରସିଏସ- ଏଫବିଆଇ ତା.୨୭.୯. ୨୦୨୦୪ରେ ସହାୟକ କୃଷି ବିପଣନ, ଭୁବନେଶ୍ଵରଙ୍କୁ ନିର୍ଦେଶ ଦେଇଛନ୍ତି।
     ସୂଚନା ଥାଉକି ପୂର୍ବତନ ସମ୍ପାଦକ ଭାବେ ଅନେକବର୍ଷ ରହି ପଦୋନ୍ନତି ପାଇଁ ବଲାଙ୍ଗୀରକୁ ବଦଳି ହୋଇଥିଲେ ମଧ୍ୟ ପୁଣି ଥରେ ସୋନପୁର ଆସି ଆର.ଏମ.ସି ରେ କାର୍ଯ୍ୟରତ ଥିଲେ ବୋଲି ଅଭିଯୋଗ ହେଉଛି। ତାଙ୍କ କାର୍ଯ୍ୟକାଳ ଭିତରେ ପ୍ରାୟ ୫୦କୋଟି ଟଙ୍କାର ଅନେକ ଅନାବଶ୍ୟକ ନିର୍ମାଣ, ଅଦରକାରୀ ମେସିନ୍ ଓ ଅନାବଶ୍ୟକ ତାରପୋଲିନ ଏବଂ ବେଆଇନ ନିଯୁକ୍ତି ଦେଇ କୋଟି କୋଟି ଟଙ୍କା ଆର.ଏମ.ସି ରୁ ପିସି ହାତେଇବା ପାଇଁ, ଚଢାଦରରେ ଜିନିଷ କିଣି ଆରଏମସି ଟଙ୍କା ଲୁଟ୍ କରିଥିବା ଚାଷୀ ଗୁରୁତର ଅଭିଯୋଗ କରିଥିଲେ। ଆର.ଏମ.ସି କମିଟି ନ ହୋଇ ମଧ୍ୟ ବେଆଇନ ରିଜୋଲେସନ ବଳରେ ଆର.ଏମ.ସି ରେ ବଡ଼ ଧରଣର ଦୁର୍ନୀତି ଚାଲିଛି। ଆରଏମସି ଅଧକ୍ଷ, ଓସମା ବୋର୍ଡ ଅଧିକାରୀ ଏବଂ ସମ୍ପାଦକ ମିଳିତ ଭାବେ ଦୁର୍ନୀତି କରିଥିବାବେଳେ ଭିଳିଲାନ୍ସ ତଦନ୍ତ କିମ୍ବା ଉଚ୍ଚସ୍ତରୀୟ ସ୍ବତନ୍ତ୍ର ଅଡିଟ କରାଗଲେ ବଡ଼ ଦୁର୍ନୀତିର ରହସ୍ୟ ଉନ୍ମୋଚିତ ହୋଇପାରିବ ବୋଲି ଚାଷୀକୂଳ ଅଭିଯୋଗ କରିଛନ୍ତି। ଗୁରୁତ୍ୱପୂର୍ଣ କଥା ଦୁର୍ନୀତି ବିରୋଧରେ ଯାହା ଅଭିଯୋଗ ହେଲେ ମଧ୍ୟ କୌଣସି ଫଳପ୍ରଦ ହେଉନାହିଁ I ତେଣୁ ସମ୍ପାଦକଙ୍କ ଦ୍ବାରା ହୋଇଥିବା କେତେକ ଦୃଷ୍ଟାନ୍ତମୂଳକ ଦୁର୍ନୀତି ବିରୋଧରେ ଦୃଢ ପଦକ୍ଷେପ ନେବା ପାଇଁ ଆଜି ଜିଲାପାଳଙ୍କ ନିକଟରେ ସହିଲା ଗ୍ରାମର ଚାଷୀ ଘନଶ୍ୟାମ ମେହେର ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ ଚୁଙ୍ଗୁରିପାଲି ଆରଏମସିରେ ଯେତେ ଧାନ ବିକ୍ରି ପାଇଁ ଆସେ ତାହା ଚାଷୀ ଓ ମିଲର୍ସ ମଧ୍ୟରେ ବୁଝାମଣା ହୋଇ ସିଧା ମିଲ୍‌କୁ ଧାନ ଯାଇଥାଏ। ବହୁ କମ ଧାନ ମଣ୍ଡିରେ ଓଜନ ହୁଏ। ମାତ୍ର ମଣ୍ଡିରେ ପୂର୍ବରୁ ଥିବା ଓଜନ ମେସିନ ସଚଳ ଥାଇ ସମ୍ପାଦକ କେଉଁ ଉଦ୍ଦେଶ୍ୟରେ ଦ୍ଵିତୀୟ ଓଜନ ମେସିନ କିଣିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ପୂର୍ବରୁ କିଣାଯାଇଥିବା ପେଡି କ୍ଲିନର ମେସିନ୍ ଖତ ଖାଉଥିବାବେଳେ ପୁଣି ୧୦ଟି ପେଡି କ୍ଲିନର୍ ମେସିନ୍ କିଣାଯାଇଥିବା ସେ ଉଲ୍ଲେଖ କରିଛନ୍ତି। ଉକ୍ତ ମେସିନ୍ ବଜାରରେ ୧୨ରୁ ୧୫ ଲକ୍ଷ ଟଙ୍କାରେ ମିଳୁଥିବାବେଳେ ମେସିନ୍ ପ୍ରତି ୨୫ ଲକ୍ଷ ଟଙ୍କା ହିସାବରେ ୧୦ଟି ମେସିନ କିଣାଯାଇ କୋଟି କୋଟି ଟଙ୍କା ବରବାଦ କରାଯାଇଥିବା ସେ କହିଛନ୍ତି। ସେହିପରି ବିନା ଟେଣ୍ଡରରେ ଏବଂ ବିନା ଆବଶ୍ୟକରେ ପେଡି ଲିସ୍ଟିଙ୍ଗ୍ ମେସିନ୍, ମୟୂର ମେସିନ ଇତ୍ୟାଦି ଥାଇ ମଧ୍ୟ ଚଢା ଦରରେ କିଣାଯାଇଛି ଏବଂ କୋଟେସନ ଫିଙ୍ଗି କରି କମିଶନି ଅତ୍ମସାତ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ସମ୍ପାଦକଙ୍କ କାର୍ଯ୍ୟକାଳ ସମୟରେ ଅନୁନ୍ୟ ୩ହଜାରରୁ ଅଧିକ ତାରପୋଲିନ ଚଢ଼ା ଦରରେ କିଣି ବିଲ୍ କରି ଅର୍ଥ ଲୁଟ୍ କରିଥିବା ସେ ଉଲ୍ଲେଖ କରିଛନ୍ତି। ତାଙ୍କ ସମୟରେ ଅହେତୁକ ଭାବରେ ମାର୍କେଟ ଯାଜମାନ ନିର୍ମାଣ ହୋଇଛି। ଏଥିରେ ଟେଣ୍ଡର ପ୍ରକ୍ରିୟାକୁ ତଞ୍ଚକତା କରି ବହୁ କାମ ନିଜେ ଓ ସହକାରୀ ଯନ୍ତ୍ରୀ ହାତେଇଛନ୍ତି ଏବଂ ନିମ୍ନମାନର କାମ କରି କୋଟିକୋଟି ଟଙ୍କା ଆତ୍ମସାତ କରିଥିବା ସେ ଗୁରୁତର ଅଭିଯୋଗ କରିଛନ୍ତି। ଅନେକ ଗୁଡିଏ କାମ ଟେଣ୍ଡର ଫିକ୍ସିଂ କରି ସହକାରୀ ଯନ୍ତ୍ରୀଙ୍କ ଭାଇ ନିର୍ମାଣ କରିଛନ୍ତି। ସୋନପୁର ସହରରେ ଏକ ସୁପର ମାର୍କେଟ କମ୍ପ୍ଲେକ୍ସ ତଥା ସିନେମା ହଲ ତିଆରି ପାଇଁ ୩୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇ ଦୀର୍ଘଦିନ ହେଲା ୮କୋଟି ଟଙ୍କା ଆଗ୍ରୀମ ଦିଆଗଲାଣି। ମାତ୍ର ଆରଏମସି ନାଁରେ ନିର୍ମାଣ ହେବାକୁ ଥିବା ଜାଗା ଏ ପର୍ଯ୍ୟନ୍ତ ଆର ଏମସିକୁ ଦିଆଯାଇନାହିଁ। ଜମି ହସ୍ତାନ୍ତର ନ ହୋଇ
କାହା ଇଙ୍ଗିତରେ ବର୍ଷବର୍ଷ ହେଲା ୮ କୋଟି ଟଙ୍କା ଦିଆଯାଇ କ୍ଷତି ପହ‌ଞ୍ଚାଯାଉଛି ତାହା ତଦନ୍ତ ସାପେକ୍ଷ । ଉକ୍ତ କମ୍ପ୍ଲେକ୍ସର ପ୍ଲାନ ଏଷ୍ଟିମେଟ ନାଁରେ ଜନୈକ ଏଜେନ୍ସିକୁ ୭୦ର ଟଙ୍କା ଦିଆ ଯାଇଥିବା ଦେଖାର ଟଙ୍କା ହରିଲୁଟ ହୋଇଥିବା ସେ ଅଭିଯୋଗ କରିଛନ୍ତି। ସୋଲାର ସିଷ୍ଟମ/ଜେଜେରେଟର/ଅଗ୍ନିନିର୍ବାପକ ଯନ୍ତ୍ର/ ଓ ମେସିନ ମଟାମକି ନାଁରେ ଲକ୍ଷାଧିକ ଟଙ୍କା  ଲୁଟ, ସିସିଟିଭି ଜିଣାରେ ୩୭ଲକ୍ଷ ଟଙ୍କାର ଟେଣ୍ଡର ଫିକ୍ସିଂ ଆଦି ଅଭିଯୋଗର ତଦନ୍ତ କରିବାକୁ ସେ ଦାବି ଜଣାଇଛନ୍ତି। ଏହି ସମସ୍ତ ଜାଲିଆତି କାରବାରର ଆନୁମାନିକ ମୂଲ୍ୟ ୫୦କୋଟିରୁ କମ୍ ନୁହେଁ । ଚାଷୀଙ୍କ ଉତ୍ପାଦିତ ଧାନକୁ ମଡାଇବା ପାଇଁ ସରକାରଙ୍କ ନିର୍ଦେଶକ୍ରମେ ଉପ‌ଯୁକ୍ତ ସ୍ଥାନରେ ଖଲା ତିଆରି କରିବାର ଥିଲା କିନ୍ତୁ ଉପଯୁକ୍ତ ସ୍ଥାନ ନ ମିଳିବାରୁ ଖଲା ନିର୍ମାଣ କାର୍ଯ୍ୟ ବନ୍ଦ କରାଯାଇଥିଲା। ଅଯୋଗ୍ୟ ସ୍ଥାନରେ ହାରାହାରି ୮୦ଟି ଖଳା କୋଟିକୋଟି ଟଙ୍କା ବିନିମୟରେ ନିଜର ଲାଭ ପାଇଁ ତିଆରି କରିଛନ୍ତି, ଯାହା କୌଣସି କାର୍ଯ୍ୟରେ ଆସୁ ନ ଥିବାରୁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି।
ଏ ସମ୍ପର୍କରେ ସେ ତାଙ୍କ ପ୍ରତିକ୍ରିୟାରେ ସେତେବେଳେ ଅଭିଯୋଗ ଭିତ୍ତିହୀନ ଏବଂ ସେ ଅଭିଯୋଗ ପତ୍ର ପାଇଥିବା ଏବଂ ବିଭାଗୀୟ ଅଧୁକାରୀ ଯାଞ୍ଚ ବା ତଦନ୍ତ କଲେ ସତ୍ୟାସତ୍ୟ ଜଣାପଡ଼ିବ । ବିଭାଗୀୟ ମାର୍ଗଦର୍ଶିକାକୁ ଆଧାର କରି ସବୁ କିଛି କରାଯାଇଛି। ତଦନ୍ତ ହେଇ, ସତ୍ୟାସତ୍ୟ ପରେ ଜଣାପଡ଼ିବ ବୋଲି ସେ ପ୍ରକାଶ କରିଛନ୍ତି । ଅଭିଯୋଗ ଉପରେ ଜିଲାପାଳ ଶୁଣି ଭକ୍ତ ଅଭିଯୋଗକୁ ଲିଛି କରି ଭିଜିଲାନ୍ସ ଏକ ମାମଲା ରଜୁ କରିଥିବା ପ୍ରକାଶ କରିବା ସହ ନିଜେ ତଦନ୍ତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ଅଭିଯୋଗ ଶିବିରରେ ଚୁଙ୍ଗୁରିପାଲି ବ୍ଲକ ସାମ୍ବାଦିକ ସଂଘ ସଭାପତି ଅରବିନ୍ଦ ମିଶ୍ର ଅତିରିକ୍ତ ଜିଲାପାଳଙ୍କୁ ସଂଘ ପରିଚାଳନା ଉପରେ ବିଡିଓଙ୍କ ରିପୋଟ ଆଧାରରେ ରାୟ ପ୍ରକାଶ କରିବାକୁ ଅନୁରୋଧ କରିଥିଲେ । ଉତ୍ତରରେ ଅତିରିକ୍ତ ଜିଲାପାଳ ଶୀଘ୍ର ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗିରରେ ବିଜୁବାବୁଙ୍କ ତିରୋଧାନ ଦିବସ ପାଳିତ   17-Apr-2026
  ଜିଲ୍ଲା  
୪୨ ମୌଜାରେ"ଦୟାନିଧି ସାମ୍ବାଦିକ ରତ୍ନ ସମ୍ମାନ - ୨୦୨୬ " ପ୍ରଦାନ ଉତ୍ସବ   17-Apr-2026
  ଜିଲ୍ଲା  
ଏପିଏସ କ୍ଲାସେସର ସିବିଏସଇ ଦଶମ ପରୀକ୍ଷା ବିଦ୍ୟାର୍ଥୀଙ୍କ ମହା ସଫଳତା   17-Apr-2026
  ରାଜ୍ୟ  
ନୂଆପଡାରେ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ଉଲ୍ଲେଖନୀୟ ପ୍ରଦର୍ଶନ: ୧୦ ଟପ୍ପର ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ ସମ୍ବର୍ଦ୍ଧନା   17-Apr-2026
  ଜିଲ୍ଲା  
ନିଜସ୍ୱ ଗୃହ ପାଲଟିଛି ଭୂତକୋଠି, ଭଡ଼ାରେ ଚାଲିଛି ବରୀ ପ୍ରାଣୀ ଚିକିତ୍ସାଳୟ   17-Apr-2026
  ଜିଲ୍ଲା  
ଡାବୁଗାଁ ରେ ବିଜୁ ବାବୁଙ୍କ ୨୯ ତମ ଶ୍ରାଦ୍ଧ ଦିବସ ପାଳିତ*   17-Apr-2026
  ଜିଲ୍ଲା  
ଯୁବୋଦୟ ସ୍କୁଲ: ବଲାଙ୍ଗିର ଶିକ୍ଷା ଆକାଶରେ ସୂର୍ଯ୍ୟୋଦୟ   17-Apr-2026
  ଜିଲ୍ଲା  
ସେବା ଫର ଡିଜାବ୍ଲିଟି" ସଂଘ ତରଫରୁ ଅସହାୟ ମାନଙ୍କୁ ଶୁଖିଲା ଖାଦ୍ୟ ଓ ଚପଳ ବଣ୍ଟନ   16-Apr-2026
  ଜିଲ୍ଲା  
*ପଲିଟେକ୍‌ନିକ କଲେଜରେ ଉତ୍ତେଜନା* *ଅଧ୍ଯକ୍ଷଙ୍କ ବଦଳି ଦାବୀ କଲେ ଅଭିଭାବକ*   16-Apr-2026
  ଜିଲ୍ଲା  
ସୁବର୍ଣ୍ଣପୁରରେ ଦ୍ୱିତୀୟ ତାଇକୋଣ୍ଡୋ କଲର୍ ବେଲ୍ଟ ପରୀକ୍ଷା ଅନୁଷ୍ଠିତ   16-Apr-2026
  ଜିଲ୍ଲା  
ବୈଶାଖ ମେଳା ଅବସରରେ ୧୫ଟି ସ୍ୱତନ୍ତ୍ର ବସ ଚଳାଇବାକୁ ଜିଲ୍ଲାପାଳ ଙ୍କ ନିକଟରେ ଦାବି   16-Apr-2026
  ଜିଲ୍ଲା  
ବଲାଙ୍ଗୀର “ନାରୀ ଶକ୍ତି ବନ୍ଦନ ଅଧିନିୟମ” ସଚେତନତା ପଦଯାତ୍ରା   16-Apr-2026

You Might Also Like