-+91-9937148622 |
prerana_bgr@rediffmail.com |
Friday 17th April 2026 |
R.N.I. Regd No. ODIODI/2010/46693
Breaking News
15-Apr-2026
ବଲାଙ୍ଗିର (ପ୍ରେରଣା ଖବର): ସି ଵି ଏସ ଇ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀର ଫଳାଫଳ ପ୍ରକାଶ ପାଇଛି। ବିଦ୍ୟାଳୟରେ ପରିକ୍ଷା ଦେଇଥିବା ସମସ୍ତ ୧୦୦ ଛାତ୍ରଛାତ୍ରୀ ସଫଳତାର ସହିତ ଉର୍ତ୍ତିର୍ଣ୍ଣ ହୋଇଛନ୍ତି ଦଶମ ଶ୍ରେଣୀର ଛାତ୍ରୀ ମୁକ୍ତାରାଣୀ ସାହୁ ୯୭% ମାର୍କ ରଖି ବିଦ୍ୟାଳୟର ଟପର ହୋଇଛନ୍ତି ଅନ୍ୟମାନଙ୍କ ମଧ୍ୟରେ ୧୦ଜଣ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ଏହି ସଫଳତା ପାଇଁ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ବିରେନ୍ଦ୍ର କୁମାର ମିଶ୍ର, ସଂପାଦକ ଗୋପାଳ କ୍ରିଷ୍ଣା ସିଂହଦେଓ, କୋଷାଧ୍ୟକ୍ଷ ଆଲୋକ ରଂଜନ ବେଦବାକ ସଭ୍ୟ ଶିରିଶ ଚନ୍ଦ୍ର ହୋତା,ବାଦଳ ମହାକୁର, ତଥା ବିଦ୍ୟାଳୟର ଅଧ୍ୟକ୍ଷ ସତିଶ ପ୍ରଧାନ, ଉପାଧ୍ୟକ୍ଷ ଦୀପକ ବରାଲ ଓ ଉପାଧ୍ୟକ୍ଷା ମମିତା ବେହେରା ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷିକା ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନାକରି ଶୁଭେଚ୍ଛା ତଥା ଅଭିନନ୍ଦନ ଜଣାଇଛନ୍ତି ।