-+91-9937148622 |
prerana_bgr@rediffmail.com |
Friday 17th April 2026 |
R.N.I. Regd No. ODIODI/2010/46693
Breaking News
16-Apr-2026
ନବରଙ୍ଗପୁର (ପ୍ରିୟଦର୍ଶିନୀ ପାତ୍ର)
ଡାବୁଗାଁ ବ୍ଲକ ଅଧିନ ଚଚରଗୁଡା ପଂଚାୟତ ଅଧିନ କକଡାଗୁଡା ଗ୍ରାମରେ ଦୁଇ ଦିନ ହେବ ଠାକୁରାଣୀ ଯାତ୍ରା ଚାଲିଛି ଏହି ଅବସରରେ କାଲି ରାତି ଚିଚିବାଇ ଗ୍ରାମର ଡମୁ ଜାନି ତାର ସାଙ୍ଗ ମାନଙ୍କ ସହ ରାତିରେ ଯାତ୍ରା ଦେଖୁବାକୁ ଆସିଥିଲେ ଏବଂ ସେହି ଗ୍ରାମରେ ରାତ୍ରି ରେ ରହିଲେ ଆଜି
ସକାଳୁ କୌଣସି କାରଣରୁ କକଡାଗୁଡା ଗ୍ରାମର ପ୍ରଫୁଲ୍ଲ ଗୌଡ଼ ପିତା:- ରତନ ଗୌଡ଼ ସହ ପାଟିତୁଣ୍ଡ ହୋଇଥିଲା ଏହି ସମୟରେ ପ୍ରଫୁଲ୍ଲ ଗୌଡ଼ ଏକ ଟାଙ୍ଗିଆ ସହିତ ଡମୁ ଜାନିକୁ ଆକ୍ରମଣ କରି ରକ୍ତାକ୍ତ କରିଥିଲା।ଏହାପରେ ସେହି ସ୍ଥାନରେ ଥିବା ଡମୁର ସାଙ୍ଗ ମାନେ ଏବଂ ଚଚରାଗୁଡା ଗ୍ରାମର କିଛି ଯୁବକ ତାଙ୍କୁ ଡାବୁଗାଁ ମେଡିକାଲ କୁ ଆଣିଥିଲେ। ଡମୁ ଜାନି ର ଅବସ୍ଥା ବହୁତ ଗୁରୁତ୍ୱର ଥିବାରୁ ତାଙ୍କୁ ଡାବୁଗାଁ ଡାକ୍ତର ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରିଛନ୍ତି। ଏହି ଘଟଣା ବିଷୟରେ ପରିବାର ଲକେ ପ୍ରଥମେ ୧୧୨ ନୁମ୍ବର ରେ ଫୋନ କରିଥିଲେ ଏବଂ ପରେ ଡାବୁଗାଁ ଥାନାରେ ଯାଇ ଅଭିଯୋଗ ପାତ୍ର ଦାଖଲ କରିଛନ୍ତି। ପୋଲିସର ତଦନ୍ତ ପରେ ପ୍ରକୃତ ଘଟଣାଟି ଜଣାପଡିବ। ଡାବୁଗାଁ ଅଂଚଳରେ ଗାଁ ଗହଲରେ ଯାତ୍ରା ଚଳିବା ସମୟରେ ଶାନ୍ତି ଶୃଙ୍ଖଳା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା କଥା କାରଣ ଗତବର୍ଷ ମଧ୍ୟ ଯାତ୍ରା ଚାଲିଥିବା ସମୟରେ ଏଭଳି ଅଘାଟଣା କୁସୁମବନ୍ଦ ଗ୍ରାମରେ ଘଟିଥିଲା ବୋଲି ସ୍ଥାନେ ସ୍ଥାନେ ଚର୍ଚ୍ଚା ହେଉଛି।