-+91-9937148622 |

prerana_bgr@rediffmail.com |

  Friday 17th April 2026 |

| | | |

R.N.I. Regd No. ODIODI/2010/46693

Breaking News

ନିଜସ୍ୱ ଗୃହ ପାଲଟିଛି ଭୂତକୋଠି, ଭଡ଼ାରେ ଚାଲିଛି ବରୀ ପ୍ରାଣୀ ଚିକିତ୍ସାଳୟ   (17-Apr-2026)       ||      ଡାବୁଗାଁ ରେ ବିଜୁ ବାବୁଙ୍କ ୨୯ ତମ ଶ୍ରାଦ୍ଧ ଦିବସ ପାଳିତ*   (17-Apr-2026)       ||      ଯୁବୋଦୟ ସ୍କୁଲ: ବଲାଙ୍ଗିର ଶିକ୍ଷା ଆକାଶରେ ସୂର୍ଯ୍ୟୋଦୟ   (17-Apr-2026)       ||      ସେବା ଫର ଡିଜାବ୍ଲିଟି" ସଂଘ ତରଫରୁ ଅସହାୟ ମାନଙ୍କୁ ଶୁଖିଲା ଖାଦ୍ୟ ଓ ଚପଳ ବଣ୍ଟନ   (16-Apr-2026)       ||      *ପଲିଟେକ୍‌ନିକ କଲେଜରେ ଉତ୍ତେଜନା* *ଅଧ୍ଯକ୍ଷଙ୍କ ବଦଳି ଦାବୀ କଲେ ଅଭିଭାବକ*   (16-Apr-2026)       ||      ସୁବର୍ଣ୍ଣପୁରରେ ଦ୍ୱିତୀୟ ତାଇକୋଣ୍ଡୋ କଲର୍ ବେଲ୍ଟ ପରୀକ୍ଷା ଅନୁଷ୍ଠିତ   (16-Apr-2026)       ||      ବୈଶାଖ ମେଳା ଅବସରରେ ୧୫ଟି ସ୍ୱତନ୍ତ୍ର ବସ ଚଳାଇବାକୁ ଜିଲ୍ଲାପାଳ ଙ୍କ ନିକଟରେ ଦାବି    (16-Apr-2026)       ||      ବଲାଙ୍ଗୀର “ନାରୀ ଶକ୍ତି ବନ୍ଦନ ଅଧିନିୟମ” ସଚେତନତା ପଦଯାତ୍ରା    (16-Apr-2026)       ||      *ସୁବର୍ଣ୍ଣପୁର ଟାଉନ ହଲରେ ଧୁମଧାମରେ ପାଳିତ ହେଲା ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତି ଉତ୍ସଵ*-   (16-Apr-2026)       ||      *ଜିଲ୍ଲାପାଳ ଙ୍କ ବିଭିନ୍ନ ସ୍କୁଲ୍ ଓ ଅଙ୍ଗନୱାଡି କୁ ଅଚାନକ ପରିଦର୍ଶନ*- *ଶିକ୍ଷକ ଓ କର୍ମଚାରୀ ଛାନିଆଁ*-   (16-Apr-2026)       ||      ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନୂତନ ରଙ୍ଗ, ନୂତନ ଢଙ୍ଗରେ କଳାକୃତିରେ ସୁସଜ୍ଜିତ, ଏହି କାର୍ଯ୍ୟାଳୟ ଲୋକଙ୍କ ପାଇଁ, ଓଡ଼ିଶା ମଧ୍ୟ କଳାକୃତି ରାଜ୍ୟ ବୋଲି ଜିଲ୍ଲାପାଳ ପ୍ରକାଶ   (16-Apr-2026)       ||      ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନୂତନ ରଙ୍ଗ, ନୂତନ ଢଙ୍ଗରେ କଳାକୃତିରେ ସୁସଜ୍ଜିତ, ଏହି କାର୍ଯ୍ୟାଳୟ ଲୋକଙ୍କ ପାଇଁ, ଓଡ଼ିଶା ମଧ୍ୟ କଳାକୃତି ରାଜ୍ୟ ବୋଲି ଜିଲ୍ଲାପାଳ ପ୍ରକାଶ   (16-Apr-2026)       ||      ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ    (16-Apr-2026)       ||      ତୁରେକେଲା ବ୍ଳକସ୍ତରୀୟ ଶିକ୍ଷଣ ଉପକରଣ ମେଳା ଅନୁଷ୍ଠିତ   (16-Apr-2026)       ||      ସାମ୍ବାଦିକ ଭବନ ନିକଟରୁ ବାଇକ ଚୋରି    (16-Apr-2026)       ||      ବୁଢୀପଦାର ପଂଚାୟତ ପରିସରରେ ବାବାସାହେବ ଡ଼. ଭୀମରାଓ ଆମ୍ବେଦକର ଙ୍କ ୧୩୫ ତମ ଜନ୍ମ ଦିବସ ପାଳନ   (16-Apr-2026)       ||      ହାତୀ ବଞ୍ଚାଅ ଦିବସ ପାଳନ   (16-Apr-2026)       ||      କକଡାଗୁଡା ରେ ଗଣ୍ଡଗୋଳ ... ଟାଙ୍ଗିଆ ଚୋଟରେ ଜଣେ ଗୁରୁତ୍ୱର, "ସସିଆଲ ମିଡିଆରେ ଭିଡିଓ ଭାଇରାଲ"   (16-Apr-2026)       ||      ଛେଳି ଚୋରି ଘଟଣାରେ ୩ ଅଭିଯୁକ୍ତ ଗିରଫ ସହ କୋର୍ଟ ଚାଲାଣ, ଗୋଟିଏ ପିସ୍ତଲ ସହ ଗୁଳି ଜବତ   (16-Apr-2026)       ||      ସାମ୍ବାଦିକଙ୍କୁ ସୁରକ୍ଷା ଦାବିରେ ଅପ୍ରିଲ୍‌ ୨୯ରେ ରାଜ୍ୟବ୍ୟାପୀ ବିକ୍ଷୋଭ   (16-Apr-2026)       ||     

HOME   ଜିଲ୍ଲା

ବଲାଙ୍ଗୀର “ନାରୀ ଶକ୍ତି ବନ୍ଦନ ଅଧିନିୟମ” ସଚେତନତା ପଦଯାତ୍ରା

16-Apr-2026



ବଲାଙ୍ଗୀର (ପ୍ରେରଣା ଖବର): ଆଜି କୋଶଳ କଳା ମଣ୍ଡପ ପରିସରରୁ “ନାରୀ ଶକ୍ତି ବନ୍ଦନ ଅଧିନିୟମ” ସଚେତନତା ପଦଯାତ୍ରା ସଫଳତାର ସହିତ ଆୟୋଜିତ ହୋଇଛି । ଏହି ପଦଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ମହିଳାଙ୍କର ସକ୍ରିୟ ଅଂଶଗ୍ରହଣ ମାଧ୍ୟମରେ ଭାରତର ବିକାଶ ଯାତ୍ରାକୁ ଶକ୍ତିଶାଳୀ କରିବା ସହିତ ସରକାରଙ୍କ ପ୍ରତିବଦ୍ଧତାକୁ ମଜବୁତ କରିବା । ପଦଯାତ୍ରା କୋଶଳ କଳା ମଣ୍ଡପରୁ ଆରମ୍ଭ ହୋଇ, ଆଇନ ମହାବିଦ୍ୟାଳୟ ଛକ, ବିକ୍ରମ ଛକ ଦେଇ ଗତି କରି, ପୁଣି କୋଶଳ କଳା ମଣ୍ଡପରେ ସମାପ୍ତ ହୋଇଥିଲା । କାର୍ଯ୍ୟକ୍ରମରେ ରଞ୍ଜିତା ପାଣିଗ୍ରାହୀ, ଭାରତୀ ମହାନନ୍ଦ, ଉଷା କୁମାରୀ, ଡା. ଜ୍ୟୋତି ପାଣିଗ୍ରାହୀ, ରଶ୍ମୀ ଷଡଙ୍ଗୀ, ପଙ୍କଜିନୀ ପଣ୍ଡା, ଜିଲ୍ଲା

ପ୍ରକଳ୍ପ ପରିଚାଳକ ନୀଳିମା କୁଜ୍ଜୁର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପୁଷ୍ପାଞ୍ଜଳି ଶତପଥି, ମହିଳା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସୁଭାସିନୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ବକ୍ତାମାନେ ଉଲ୍ଲେଖ କରିଥିଲେ ଯେ, ପଞ୍ଚାୟତରୁ ସଂସଦ ପର୍ଯ୍ୟନ୍ତ ସମସ୍ତ ସ୍ତରରେ ମହିଳାଙ୍କର ନେତୃତ୍ୱ ଓ ଶାସନରେ ବଢୁଥିବା ଭୂମିକା ଦେଶର ସାମାଜିକ ଓ ଆର୍ଥିକ ପରିବର୍ତ୍ତନରେ ଗୁରୁତ୍ୱପୂର୍ଣ୍ଣ । ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ମହିଳାଙ୍କର ଅଧିକ ପ୍ରତିନିଧିତ୍ୱ ସୁସ୍ଥ ଲୋକତନ୍ତ୍ର ପାଇଁ ଆବଶ୍ୟକ । ୨୦୨୩ ସେପ୍ଟେମ୍ବରରେ ସଂସଦରେ ପାରିତ “ନାରୀ ଶକ୍ତି ବନ୍ଦନ ଅଧିନିୟମ”  ଅନୁସାରେ ଲୋକସଭା ଏବଂ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ଆସନ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି । ଏହି ସଂବିଧାନ ସଂଶୋଧନ ମହିଳାଙ୍କୁ

ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ଅଧିକ ପ୍ରତିନିଧିତ୍ୱ ଦେବା ସହିତ ସମାଜରେ ସମାନତାର ପଥକୁ ଆଗେଇ ନେବ । ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା ଓ ବ୍ଲକର ୨୦୦୦ରୁ ଅଧିକ ନାରୀ ସ୍ୱୟଂସହାୟକ ଗୋଷ୍ଠୀ (WSHGs) ସଦସ୍ୟ, ଜିଲ୍ଲା ସ୍ତରୀୟ ଫେଡରେସନ୍‌ର ପ୍ରତିନିଧି, କମ୍ୟୁନିଟି ସପୋର୍ଟ ଷ୍ଟାଫ୍, ଆଙ୍ଗନବାଡ଼ି କର୍ମୀମାନେ ଉତ୍ସାହଭରା ଭାବରେ ଯୋଗଦେଇ ଥିଲେ । ମିଶନ ଶକ୍ତି ଓ ମହିଳା ଶିଶୁ ବିକାଶ ପ୍ରକଳ୍ପର ସମସ୍ତ ଅଧିକାରୀ ଓ କର୍ମଚାରୀ ସହଯୋଗ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନିଜସ୍ୱ ଗୃହ ପାଲଟିଛି ଭୂତକୋଠି, ଭଡ଼ାରେ ଚାଲିଛି ବରୀ ପ୍ରାଣୀ ଚିକିତ୍ସାଳୟ   17-Apr-2026
  ଜିଲ୍ଲା  
ଡାବୁଗାଁ ରେ ବିଜୁ ବାବୁଙ୍କ ୨୯ ତମ ଶ୍ରାଦ୍ଧ ଦିବସ ପାଳିତ*   17-Apr-2026
  ଜିଲ୍ଲା  
ଯୁବୋଦୟ ସ୍କୁଲ: ବଲାଙ୍ଗିର ଶିକ୍ଷା ଆକାଶରେ ସୂର୍ଯ୍ୟୋଦୟ   17-Apr-2026
  ଜିଲ୍ଲା  
ସେବା ଫର ଡିଜାବ୍ଲିଟି" ସଂଘ ତରଫରୁ ଅସହାୟ ମାନଙ୍କୁ ଶୁଖିଲା ଖାଦ୍ୟ ଓ ଚପଳ ବଣ୍ଟନ   16-Apr-2026
  ଜିଲ୍ଲା  
*ପଲିଟେକ୍‌ନିକ କଲେଜରେ ଉତ୍ତେଜନା* *ଅଧ୍ଯକ୍ଷଙ୍କ ବଦଳି ଦାବୀ କଲେ ଅଭିଭାବକ*   16-Apr-2026
  ଜିଲ୍ଲା  
ସୁବର୍ଣ୍ଣପୁରରେ ଦ୍ୱିତୀୟ ତାଇକୋଣ୍ଡୋ କଲର୍ ବେଲ୍ଟ ପରୀକ୍ଷା ଅନୁଷ୍ଠିତ   16-Apr-2026
  ଜିଲ୍ଲା  
ବୈଶାଖ ମେଳା ଅବସରରେ ୧୫ଟି ସ୍ୱତନ୍ତ୍ର ବସ ଚଳାଇବାକୁ ଜିଲ୍ଲାପାଳ ଙ୍କ ନିକଟରେ ଦାବି   16-Apr-2026
  ଜିଲ୍ଲା  
ବଲାଙ୍ଗୀର “ନାରୀ ଶକ୍ତି ବନ୍ଦନ ଅଧିନିୟମ” ସଚେତନତା ପଦଯାତ୍ରା   16-Apr-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଟାଉନ ହଲରେ ଧୁମଧାମରେ ପାଳିତ ହେଲା ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତି ଉତ୍ସଵ*-   16-Apr-2026
  ଜିଲ୍ଲା  
*ଜିଲ୍ଲାପାଳ ଙ୍କ ବିଭିନ୍ନ ସ୍କୁଲ୍ ଓ ଅଙ୍ଗନୱାଡି କୁ ଅଚାନକ ପରିଦର୍ଶନ*- *ଶିକ୍ଷକ ଓ କର୍ମଚାରୀ ଛାନିଆଁ*-   16-Apr-2026
  ଜିଲ୍ଲା  
ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନୂତନ ରଙ୍ଗ, ନୂତନ ଢଙ୍ଗରେ କଳାକୃତିରେ ସୁସଜ୍ଜିତ, ଏହି କାର୍ଯ୍ୟାଳୟ ଲୋକଙ୍କ ପାଇଁ, ଓଡ଼ିଶା ମଧ୍ୟ କଳାକୃତି ରାଜ୍ୟ ବୋଲି ଜିଲ୍ଲାପାଳ ପ୍ରକାଶ   16-Apr-2026
  ଜିଲ୍ଲା  
ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନୂତନ ରଙ୍ଗ, ନୂତନ ଢଙ୍ଗରେ କଳାକୃତିରେ ସୁସଜ୍ଜିତ, ଏହି କାର୍ଯ୍ୟାଳୟ ଲୋକଙ୍କ ପାଇଁ, ଓଡ଼ିଶା ମଧ୍ୟ କଳାକୃତି ରାଜ୍ୟ ବୋଲି ଜିଲ୍ଲାପାଳ ପ୍ରକାଶ   16-Apr-2026

You Might Also Like