-+91-9937148622 |
prerana_bgr@rediffmail.com |
Thursday 9th April 2026 |
R.N.I. Regd No. ODIODI/2010/46693
Breaking News
06-Apr-2026
ବଲାଙ୍ଗିର(ପ୍ରେରଣା ଖବର): ସର୍ବ ପୁରାତନ ରାମଲିଳା ନାଟକ ମହୋତ୍ସବ ବଲାଙ୍ଗିର ସହରର ଜଗନ୍ନାଥପଡା ରେ ରାମଜୀ ନାଟକ ସଂସଦ ଦ୍ୱାରା ବୈଶ୍ୟ ସଦାଶିବ ରଚିତ ନାଟକ ନବମ ଦିନରେ ଆୟୋଜିତ ହୋଇଯାଇଛି । ସୀତାଙ୍କ ହରଣ, ଜଟାଣୁ ମରଣ ବେଶ ମନଛୁଇଁ ଥିଲା । ମାୟା ମିରିଗ, ଜଟି ରାବଣ, ରାବଣ ଅଭିନୟରେ ଡା. ରୁଦ୍ର ନାରାୟଣ ପଟେଲ ଲୋକଙ୍କ ମନରେ ବେଶ ମନ ଛୁଇଁଥିଲେ । ଛୟ ନୃତ୍ୟ ତାଳେ ତାଳେ ନୃତ୍ୟ ବାଦ୍ୟ ଶୈଳିରେ ସୀତା ଚୋରୀ ହୋଇଥିଲା । ଏହି ଉଦ୍ଦେଶ୍ୟରେ ଦର୍ଶକଙ୍କ ଭିଡ ଜମିଥିଲା । ପାରଂପାରିକ ପାଟଣା ଶାସନ ସମୟର କାଠମୁଖା ବିଭିନ୍ନ ଅଭିନୟ କରୁଥିବା ଦେବତା ଓ ରାକ୍ଷାସ ମୁଖାରେ ଅଭିନୟ କରିଥିଲେ ସ୍ଥାନୀୟ
କଳାକାର । ମାରିଚ ମାୟାମିରିଗ ରୂପ ନେଇଥିଲା । ରାବଣ ଜଟି ରାବଣ ବେଶରେ ରୂପ ଧାରଣ କରି ସୀତାଙ୍କୁ ଭିକ୍ଷା ମାଗିଥିଲା । ଲକ୍ଷ୍ମଣଙ୍କ ତିନି ଗାର ଏବଂ ପୂର୍ବ ଦିନରେ ସୁର୍ପନକା ନାଶ ଛେଦନ ଭୂମିକା ରେ ଚୈତନ୍ୟ ମଟାରୀ ଦିର୍ଘ ୧୦ ବର୍ଷ ରୁ ଉର୍ଦ୍ଧ୍ୱ ହେବ ଏହି ଭୂମିକା କରି ଲୋକଙ୍କ ପ୍ରଶଂସା ଛୁଇଁଛନ୍ତି । ରାମ ଭୂମିକା ଅଭିନୟରେ ସୈଳିନ ବାବୁ, ଲକ୍ଷ୍ମଣ ଭୂମିକାରେ ଆନନ୍ଦ ମିଶ୍ର, ସୀତାଙ୍କ ଭୂମିକାରେ ମାନସ ସାହୁ ଓ ଜଟି ରାବଣ କୁମୁଦ ରଂଜନ ନାଏକ ଅଭିନୟ କରିଥିଲେ ଏବଂ ସ୍ଥାନୀୟ ଯୁବ କଳାକାର ଅଭିନୟ କରିଥିଲେ ବିଭିନ୍ନ ବେଶରେ ।