-+91-9937148622 |
prerana_bgr@rediffmail.com |
Friday 17th April 2026 |
R.N.I. Regd No. ODIODI/2010/46693
Breaking News
16-Apr-2026
ବଲାଙ୍ଗୀର ଜିଲ୍ଲା ସାମ୍ବାଦିକ ସଂଘ ଭବନ ବଲାଙ୍ଗୀର ପଛପଟେ ଗେଟ୍ ସମ୍ମୁଖରେ ହାତିଶାଲ ପଡା ରାସ୍ତା କଡ଼ରେ ହିରୋ ହୋଣ୍ଡା ବାଇକ ନମ୍ଵରଓ ଆର ୦୩ଜି ୨୪୪୧ ଆଜି ଅପରାହ୍ନ ୨/୩୦ ରୁ ୩ ଟା ମଧ୍ୟରେ ଚୋରି ହୋଇଯାଇଛି।ବାଇକ ମାଲିକ ପୁର୍ଣ୍ଣଚନ୍ଦ୍ର ବିଶ୍ବାଳ ଏ ନେଇ ଏକ ଲିଖିତ ଅଭିଯୋଗ ଲକ୍ଷ୍ମିଜୋର ଥାନା ବଲାଙ୍ଗୀର ଠାରେ ଏତଲା ଦେଇଛନ୍ତି। ଏହାକୁ ଭିତ୍ତି କରି ଥାନା ଅଧିକାରୀ ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ ଜାରୀ ରଖିଛନ୍ତି। ନବସେତୁ ମାସିକ ପତ୍ରିକା ର ସମ୍ପାଦକ କୌଣସି ଏକ କାମରେ ସାମ୍ବାଦିକ ଭବନ କାର୍ଯ୍ୟାଳୟ କୁ ଆସିଥିଲେ ଏହି ସ୍ଥାନ ରେ ବଲାଙ୍ଗୀର ସେଲୁନ ସଙ୍ଘ ର ବୈଠକ ଥିବା ରୁ ଗାଡି ମୋଟର ରାସ୍ତା ଅବରୋଧ କରି ଥିବା ରୁ ସେ ପଛ ପଟ ଗେଟ ପାଖରେ ତାଙ୍କ ମୋଟର ସାଇକେଲ ହେଣ୍ଡଲ ଲକ୍ କରି ରଖିଥିଲେ ଏଥିରେ ଏକ ବ୍ଯାଗ ଏବଂ ହେଲମେଟ ମଧ୍ୟ ଥିଲା। ଦୁର୍ବୃତ୍ତ ବେଗ ଟି ତଲେ ପକାଇ ବାଇକ ଓ ହେଲମେଟ ପିନ୍ଧି ଚମ୍ପଟ ମାରିଛି।