-+91-9937148622 |
prerana_bgr@rediffmail.com |
Friday 17th April 2026 |
R.N.I. Regd No. ODIODI/2010/46693
Breaking News
16-Apr-2026
ଲୋଇସିଂହା, (ବିନୋଦ ଦୀପ) ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ବୁଢୀପଦାର ପଂଚାୟତ ପରିସରରେ ବାବାସାହେବ ଡ଼. ଭୀମରାଓ ଆମ୍ବେଦକର ଙ୍କ ୧୩୫ ତମ ଜନ୍ମ ଦିବସ ପାଳନ କରାଯାଇଛି l ସରପଞ୍ଚ ଶ୍ରୀମତୀ ଲକ୍ଷ୍ମୀ ପଧାନ ଙ୍କ ତତ୍ୱାବଧାନ ରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଳିଙ୍ଗ ଯୋଗ ଦେଇ ବାବାସାହେବ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ଦୀପ ପ୍ରଜ୍ବଳନ ଓ ପୁଷ୍ପମାଲ୍ୟ ପ୍ରଦାନ କରି ଡ଼. ଭୀମରାଓ ଆମ୍ୱେଦକର ଅମର ରହେ ର ନାରା ଦେଇଥିଲେ l ଏହି ଜନ୍ମ ଜୟନ୍ତୀ ଅବସରରେ ସମାଜସେବୀ ଯୁଧିଷ୍ଠିର ପଧାନ, ପିଇଓ ପ୍ରହଲ୍ଲାଦ ବେହେରା, ଏଡିଇଓ ଜିତେନ୍ଦ୍ରିୟ ସାହୁ ସମେତ ବହୁ ସଂଖ୍ୟା ରେ ଆଖପାଖ ଅଂଚଳ ର ଜନସାଧାରଣ ଯୋଗ ଦେଇଥିଲେ l