-+91-9937148622 |
prerana_bgr@rediffmail.com |
Friday 17th April 2026 |
R.N.I. Regd No. ODIODI/2010/46693
Breaking News
16-Apr-2026
(ଡୋଲେଶ୍ୱର ବାଗ )
ନୂଆପଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟକୁ ଦେଖିଲେ ସତରେ ଭିନ୍ନ ଏବଂ ନୂତନତ୍ବ ଅନୁଭୂତି ମନେ ହୁଏ। ମନରେ ସୃଷ୍ଟି ହୁଏ ନୂତନ ଉନ୍ମାଦନା, ଆପତ୍ତି, ଅଭିଯୋଗ, ବାଦ ବିବାଦ, ସବୁ କୁ ଭଳିଯାଇ ସପ୍ତ ରଙ୍ଗ ରେ ରଙ୍ଗିତ କଳା କୃତି ଏକ ସକାରାତ୍ମକ ଶକ୍ତି ପ୍ରଦାନ କରିଥାଏ। ସାଧାରଣ ମନୁଷ୍ୟ ମନକୁ ପରିବର୍ତ୍ତନ, ଆନ୍ଦୋଳିତ କରି ନକାରାତ୍ମକ ଶକ୍ତିର ଅପଚୟ ହୋଇ ଅସାଧାରଣ ବ୍ୟକ୍ତିତ୍ୱରେ ଗଢ଼ି ତୋଳିବ। ଏହି ବାତାବରଣରେ ନିଜକୁ ହଜାଇ ଦେଇ ବନ୍ଧୁତ୍ୱର ବାର୍ତ୍ତା ମନରେ ଉତ୍ତପର୍ଣ୍ଣ୍ ହେବ। ଏହି କାର୍ଯ୍ୟାଳୟ ଉପଯୁକ୍ତ ପରିବେଶ,ନିଜତ୍ୱର ଜଳବାୟୁ ସୃଷ୍ଟି କରି ଏକାକାର ହେବା ସମ୍ପର୍କର ସେତୁ ପାଲଟିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ପାଚେରୀର କାନ୍ଥ ଠାରୁ ଆରମ୍ଭ କରି ସପ୍ତ ରଙ୍ଗରେ ରଙ୍ଗିନ୍ ଖୁଲା ଅଗଣା ମଧ୍ୟ ନୂଆପଡ଼ା ବିକଶିତ ଗୌରବମୟ ଇତିହାସର ଗାଥା ବଖାଣିବ।