-+91-9937148622 |

prerana_bgr@rediffmail.com |

  Friday 14th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (13-Aug-2026)       ||      ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   (13-Aug-2026)       ||      ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା    (13-Aug-2026)       ||      ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   (13-Aug-2026)       ||      ‘ଘରେ ଘରେ ତ୍ରିରଙ୍ଗା’ : ୭୫୦ ଫୁଟ୍ ତ୍ରିରଙ୍ଗାରେ ଡେଙ୍ଗ ଗ୍ରାମ ମୁଖରିତ   (13-Aug-2026)       ||      *ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍*- *ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ*   (13-Aug-2026)       ||      ବିଜେପି ଯୁବମୋର୍ଚ୍ଚା ଆଗଲପୁର ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ ଓ ପାହାଡ ଶିଖର ରେ ତ୍ରିରଙ୍ଗା ଉଡାଣ   (13-Aug-2026)       ||      *ଅଞ୍ଚଳର ଚାଷୀକୁଳ ଆଶ୍ବସ୍ତ* - *ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଉଦଘାଟିତ*-   (13-Aug-2026)       ||      ଅଷ୍ଟ ପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭସ୍ଥାପନ    (13-Aug-2026)       ||      ବରପାଲିରେ ବିଜେପୁର ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା   (13-Aug-2026)       ||      ଡାବୁଗାଁ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (13-Aug-2026)       ||      ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ଶରତ ମହାକୁରଙ୍କୁ ସମ୍ମାନ   (13-Aug-2026)       ||      ମାଁ ଦ୍ୱାରସେହ୍ନୀ ମନ୍ଦିରରୁ ଚୋରୀ , ଦେବୀ ଙ୍କ ଆଦେଶ ରେ ପୁଣି ମନ୍ଦିର ପ୍ରତିଷ୍ଠା    (13-Aug-2026)       ||      ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   (12-Aug-2026)       ||      ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (12-Aug-2026)       ||      ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    (12-Aug-2026)       ||      ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ    (12-Aug-2026)       ||      ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ   (12-Aug-2026)       ||      ଚତୁର୍ଥ ଦିନରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ କାର୍ଯ୍ୟକ୍ରମ   (12-Aug-2026)       ||      ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   (12-Aug-2026)       ||     

HOME   ରାଜ୍ୟ

ମନ୍ତ୍ରୀ ଦେଲେ ସମ୍ପତ୍ତି ତାଲିକା, ଭଉଣୀ ଠାରୁ ଧାର ଆଣିଥିଲେ ନବୀନ

11-Jan-2021



ଭୁବନେଶ୍ୱର (ପ୍ରେରଣା ଖବର): ୨୦୧୯-୨୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବଢ଼ିଛି ୭୧ଲକ୍ଷ ଟଙ୍କାର ସମ୍ପତ୍ତି ଅର୍ଥାତ୍ ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ନବୀନଙ୍କ ମୋଟ୍ ସମ୍ପତ୍ତିର ପରିମାଣ ୬୪ କୋଟି ୯୮ଲକ୍ଷ ୧୯ହଜାର ୮୬୩ ଟଙ୍କା। ଯେଉଁଥିରୁ କେବଳ ସ୍ଥାବର ସମ୍ପତ୍ତି ୬୩ କୋଟି ୬୪ ଲକ୍ଷ ୧୫ ହଜାର ୨୬୧ ଟଙ୍କାର। ସେହିପରି ନବୀନ ନିଜ ପାଖରେ ରଖିଛନ୍ତି ୨ଲକ୍ଷ ୮୯ହଜାର ୫୮୭ ଟଙ୍କାର ସୁନାଗହଣା। ଏହାବାଦ୍ ୧୯୮୦ ମଡେଲର ଏକ ଆମ୍ବାସାଡର କାର୍ ତାଙ୍କର ଅଛି, ଯାହାର ଆନୁମାନିକ ମୂଲ୍ୟ ୮ହଜାର ୯୦୫ ଟଙ୍କା। ସ୍ଥାବର ସଂପତ୍ତି ମଧ୍ୟରେ ଭୁବନେଶ୍ୱର, ଦିଲ୍ଲୀ ଓ ହରିଆଣାରେ ଜମି ସହ କୋଠା ରହିଛି, ତାମଧ୍ୟରୁ କେବଳ ଫରିଦାବାଦ ତିକ୍ରିକେରା ଜମି ଓ କୋଠାର ମୂଲ୍ୟ ୧୦ କୋଟି ୭୫ଲକ୍ଷ ୫୧ହଜାର ୭୧ ଟଙ୍କା। ଏହାକୁ ବିକ୍ରି ଲାଗି ଅଗ୍ରୀମ ଆକାରରେ ନବୀନ ଆଣିଛନ୍ତି ୧କୋଟି ୨୫ ଲକ୍ଷ ଟଙ୍କା। ସେହିପରି ନବୀନ ନିବାସରେ ତାଙ୍କର ଦୁଇ ତୃତୀୟାଂଶ ଏବଂ ନୂଆଦିଲ୍ଲୀରେ ଥିବା ସମ୍ପତ୍ତିର ୫୦ ପ୍ରତିଶତ ସେୟାର ବି ରହିଛି। ଅନ୍ୟପକ୍ଷରେ ପୂର୍ବରୁ ୨୦୧୫ରେ ଭଉଣୀ ଗୀତା ମେହେଟାଙ୍କଠାରୁ ଧାର ସୂତ୍ରରେ ଆଣିଥିବା ୧୫ ଲକ୍ଷ ଟଙ୍କା ସୁଝି ଦେଇଛନ୍ତି। ନବୀନ ସିଏମ୍ଓ ୱେବ ସାଇଟ୍‌ରେ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା ବାବଦରେ ଆହୁରି ବିସ୍ତୃତ ତଥ୍ୟ ଉପଲବ୍ଧ ରହିଛି। ମୁଖ୍ୟମନ୍ତ୍ରୀ ନବୀନଙ୍କ ଭଳି ତାଙ୍କ ମନ୍ତ୍ରିମଣ୍ଡଳର ୨୦ ଜଣ ସଦସ୍ୟ ବି ଦେଇଛନ୍ତି ସେମାନଙ୍କ ସଂପତ୍ତି ତାଲିକା। ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସମ୍ପତ୍ତି ତାଲିକା ଆଖି ତରାଟିଲା ଭଳି। ଗତ ୨ ବର୍ଷରେ ସେ ୮୦ଟି ଗାଡ଼ି କିଣିଥିବା ଦର୍ଶାଇଛନ୍ତି ଯାହା ଭିତରେ ଅଛି ପ୍ରାୟ ୨ କୋଟି ଟଙ୍କାର ସୌଖୀନ ମର୍ସିଡିଜ କାର୍ ସାଙ୍ଗକୁ ଟ୍ରକ୍ ଓ ଅନ୍ୟ ବାଣିଜ୍ୟିକ ଗାଡ଼ି। ତାସହ ନବଙ୍କ ପାଖରେ ୨ଟି ରିଭଲଭର ଓ ଗୋଟିଏ ରାଇଫଲ୍ ବି ରହିଛି। ସେହିପରି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପତ୍ତି ବର୍ଷକରେ ୪୨ଲକ୍ଷ ଟଙ୍କା ବଢ଼ିଛି। ମନ୍ତ୍ରୀ ପ୍ରତାପ ଜେନା ନିଜ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ୧୦ କୋଟି ୩୫ଲକ୍ଷ ଟଙ୍କାର ବୋଲି ଦର୍ଶାଇଛନ୍ତି। ସେହିପରି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କର ୮ କୋଟି ଏବଂ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ନିଜ ପାଖରେ ୭କୋଟି ଟଙ୍କାର ସମ୍ପତ୍ତି ରଖିଥିବା ଦର୍ଶାଇଛନ୍ତି। ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ତାଙ୍କ ସଂପତ୍ତିର ପରିମାଣ ୪ କୋଟି ୭୮ ଲକ୍ଷ ୪୭ ହଜାର ଟଙ୍କା ଦର୍ଶାଇଥିବାବେଳେ ସୁଦାମ ମାର୍ଣ୍ଡିଙ୍କ ସଂପତ୍ତିର ମୂଲ୍ୟ ୨ କୋଟି ୬୧ ଲକ୍ଷ ୧୮ ହଜାର ୨୬ ଟଙ୍କା ଉଲ୍ଲେଖ ରହିଛି। ମୋର ନିଜର ସମ୍ପତ୍ତି ବଢିନଥିବ। ମୋ ପରିବାର ସହ ଜଡ଼ିତ ଥିବା ବ୍ୟବସାୟୀମାନେ ସେମାନେ ତାଙ୍କର ଲାଭ ପାଇଁ କିଣିଥିବେ।
-ନବ ଦାସ, ସ୍ୱାସ୍ଥ୍ୟମନ୍ତ୍ରୀ
ସେପଟେ ନବୀନ ଓ ତାଙ୍କ ମନ୍ତ୍ରିମଣ୍ଡଳର ସମ୍ପତ୍ତି ତାଲିକା ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। ଗତ ୧୦ ବର୍ଷର ସମ୍ପତ୍ତି ତାଲିକା ସହ ଆୟର ଉତ୍ସ ନେଇ ତଥ୍ୟ ମାଗିଛି ବିଜେପି। କଂଗ୍ରେସ ମଧ୍ୟ କହିଛି, ସରପଞ୍ଚଙ୍କ ଠାରୁ ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ ସମ୍ପତ୍ତିର ସଠିକ୍ ତଥ୍ୟ ଦେଇନାହାଁନ୍ତି ଯାହାର ଜବାବ ରଖିଛି ବିଜେଡି। ପ୍ରଥମେ ୧୦ ବର୍ଷର ସମ୍ପତ୍ତି ତାଲିକା ଦିଅ। ଦ୍ୱିତୀୟରେ ସମସ୍ତଙ୍କ ରୋଜଗାରର ଉତ୍ସ କଣ ତାହା ବି ଉଲ୍ଲେଖ କରାଯାଉ। ଏହି ୨ଟି କତା ଦେଖାଇଲେ ଆମେ ଜାଣିବୁ ଯେ ଭ୍ରଷ୍ଟାଚାର ହେଉନି। ଯଦି ଏହା ନଦେଖାଇବ ଏହାର ଅର୍ଥ ହେଲା ଯେ ବେଆଇନ୍ ଭାବେ ସମ୍ପତ୍ତି ଅଧିକାର କରିଛ। ଲୋକଦେଖାଣିଆ ଭାବେ ଖଣ୍ଡେ ଖଣ୍ଡେ କାଗଜ ଦେଖାଇଛ।
-ପୃଥ୍ୱୀରାଜ ହରିଚନ୍ଦନ, ସାଧାରଣ ସମ୍ପାଦକ, ବିଜେପି
ଏହି ସମ୍ପତ୍ତି ତାଲିକା ପବନର ଗାର। ଯାହାର ଯେତିକି ସମ୍ପତ୍ତି ଅଛି, ତାର ଟିକିଏ ଅଂଶ ବି ଦିଆଯାଇ ନାହିଁ। 
-ସୁରେଶ ରାଉତରାୟ, କଂଗ୍ରେସ ବିଧାୟକ
ଯାହାର ଯେତିକି ସମ୍ପତ୍ତି ରହିଛି, ସେମାନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳକୁ ଆମର କର୍ତ୍ତବ୍ୟ। ଆମେ ଆଗରୁ ଦେଇଛୁ, ଏବେବି ଦେଉଛି। ଏଥିରେ ସ୍ୱଚ୍ଛତା ରହିଛି।
-ପଦ୍ମନାଭ ବେହେରା, ପରିବହନ ମନ୍ତ୍ରୀ
ସଂପତ୍ତି ତାଲିକା ହିସାବରେ ମନ୍ତ୍ରୀମାନଙ୍କ ମଧ୍ୟରେ ସବୁଠୁ ଗରିବ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା। ତାଙ୍କ ପାଖରେ ଅଛି ମାତ୍ର ୩୨ ଲକ୍ଷ ଟଙ୍କାର ସମ୍ପତ୍ତି। ସେହିପରି କୃଷିମନ୍ତ୍ରୀ ଅରୁଣ ସାହୁ ସମ୍ପତ୍ତିର ମୂଲ୍ୟ ୮୯ ଲକ୍ଷ ୯୩ ହଜାର ଟଙ୍କା ଥିବାବେଳେ ସେ ତାଙ୍କ ଝିଅଙ୍କ ନାଁରେ ସୁକନ୍ୟା ସମୃଦ୍ଧି ଯୋଜନାରେ ବାନ୍ଧୁଛନ୍ତି ଟଙ୍କା। ଆଉ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପାଖରେ ୧୫ ହଜାର ଟଙ୍କାର ଜିପ୍ ଥିବାବେଳେ ତାଙ୍କ ସ୍ତ୍ରୀ କିନ୍ତୁ ଚଢୁଛନ୍ତି ୪ଲକ୍ଷ ଟଙ୍କାର କାର।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   13-Aug-2026
  ଜିଲ୍ଲା  
ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   13-Aug-2026
  ଜିଲ୍ଲା  
ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା   13-Aug-2026
  ଜିଲ୍ଲା  
ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   13-Aug-2026
  ଜିଲ୍ଲା  
‘ଘରେ ଘରେ ତ୍ରିରଙ୍ଗା’ : ୭୫୦ ଫୁଟ୍ ତ୍ରିରଙ୍ଗାରେ ଡେଙ୍ଗ ଗ୍ରାମ ମୁଖରିତ   13-Aug-2026
  ଜିଲ୍ଲା  
*ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍*- *ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ*   13-Aug-2026
  ଜିଲ୍ଲା  
ବିଜେପି ଯୁବମୋର୍ଚ୍ଚା ଆଗଲପୁର ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ ଓ ପାହାଡ ଶିଖର ରେ ତ୍ରିରଙ୍ଗା ଉଡାଣ   13-Aug-2026
  ଜିଲ୍ଲା  
*ଅଞ୍ଚଳର ଚାଷୀକୁଳ ଆଶ୍ବସ୍ତ* - *ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଉଦଘାଟିତ*-   13-Aug-2026
  ଜିଲ୍ଲା  
ଅଷ୍ଟ ପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭସ୍ଥାପନ   13-Aug-2026
  ଜିଲ୍ଲା  
ବରପାଲିରେ ବିଜେପୁର ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା   13-Aug-2026
  ଜିଲ୍ଲା  
ଡାବୁଗାଁ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ   13-Aug-2026
  ଜିଲ୍ଲା  
ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ଶରତ ମହାକୁରଙ୍କୁ ସମ୍ମାନ   13-Aug-2026

You Might Also Like