-+91-9937148622 |
prerana_bgr@rediffmail.com |
Thursday 13th August 2026 |
R.N.I. Regd No. ODIODI/2010/46693
Breaking News
13-Aug-2026
(ମନୋରଞ୍ଜନ ତ୍ରିପାଠୀ )
ଡିଷ୍ଟ୍ରିକ୍ଟ ଏଥେଲେଟିକ ଆସୋସିଏସନ ସୁବର୍ଣ୍ଣପୁର ପକ୍ଷରୁ ଚଳିତ ମାସ ଅଗଷ୍ଟ ୧୬ ତାରିଖ ରୁ ୩୦ ଅଗଷ୍ଟ ଯାଏ ଗାନ୍ଧି ଷ୍ଟାଡିୟମ୍ ରେ ସୁବର୍ଣ୍ଣପୁର ସିନିୟର ଫୁଟବଲ ଲିଗ - ୨୦୨୬ ଅନୁଷ୍ଟିତ ହେବ l ଏହି ଫୁଟବଲ ଲିଗ ୭ ଟି ଜୋନ ରେ ବିଭକ୍ତ କରା ଯାଇଛି l ଯଥା ସୁବର୍ଣ୍ଣପୁର ପୌର ପରିଷଦ ସମେତ ତରଭା ବ୍ଲକ, ସୋନପୁର ବ୍ଲକ, ଉଲୁଣ୍ଡା ବ୍ଲକ୍, ଡୁଙ୍ଗୁରିପାଲି ବ୍ଲକ, ବିନିକା ବ୍ଲକ, ଓ ବୀର ମହାରାଜ ପୁର ବ୍ଲକ ଫୁଟବଲ୍ ଦଳ ଏଥିରେ ଅଂଶ ଗ୍ରହଣ କରିଥିଲେ l ଜିଲ୍ଲା ରେ ସମୁଦାୟ ୬୫ ଗୋଟି ଦଳ ଅଂଶ ଗ୍ରହଣ କରିବେ ଓ ଏହି ଲିଗ୍ ର ବିଜେତା , ଉପ ବିଜେତା ଦଳ ଓ ଟର୍ନାମେଣ୍ଟ ର ମନୋନୀତ ଖେଳାଳି ଆଗାମି ସାହାଣୀ କପ୍ ଫୁଟବଲ୍ ରେ ଅଂଶ ଗ୍ରହଣ କରିବେ ବୋଲି ଜିଲ୍ଲା କ୍ରୀଡା ସଂଘ ସଂପାଦକ ପ୍ରକାଶ କରିଛନ୍ତି l ଏହି ସାମ୍ବାଦିକ ସମ୍ମିଳନୀ ରେ କ୍ରୀଡ଼ା ସଂଘ ର ଉପଦେଷ୍ଟା ଦିଲ୍ଲୀପ ଗୁରୁ, ଭିକୁଲୁ ବକ୍ସି, ନନ୍ଦ କିଶୋର ତ୍ରିପାଠୀ, ବଳରାମ ପଟ୍ଟନାୟକ , ରଞ୍ଜୁ ସାହୁ, ରବି ନାରାୟଣ ଦେହୁରୀ, ବୁବୁନ ନାଏକ୍, ରାଜୀବ ପଟ୍ଟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ l ସଂଘ ସଦସ୍ୟ ତଥା ମିଡିଆ କୋଡ଼ି ନେଟର ଚନ୍ଦନ ବେହେରା, ସଂଘ ସଦସ୍ୟ କଳିମ୍ ମହମ୍ମଦ, କିରଣ ନାଏକ୍, ଚାହଦ ମହଲ ଦାର, ଦିଲେଶ୍ୱର ବଘାର , ଭାରତ ମହାନନ୍ଦ, ପୁରନ୍ଦର ନାଏକ, ସଂତୋଷ ପାଢ଼ୀ ପ୍ରମୁଖ ସହଯୋଗ କରିଥିଲେ l ବିକାଶ ପଣ୍ତା ସଭା ସଂଯୋଜନା କରି ଧନ୍ଯବାଦ ଅର୍ପଣ କରିଥିଲେ l