-+91-9937148622 |
prerana_bgr@rediffmail.com |
Thursday 13th August 2026 |
R.N.I. Regd No. ODIODI/2010/46693
Breaking News
13-Aug-2026
ବଲାଙ୍ଗୀର(ପ୍ରେରଣା ଖବର) : ଜାତୀୟସ୍ତରରେ ୩ଟି ସ୍ୱର୍ଣ୍ଣପଦକ ସହ ଜାତୀୟ ରେକର୍ଡ ହାସଲ କରି ବଲାଙ୍ଗୀର ଜିଲ୍ଲାକୁ ଗୌରବାନ୍ୱିତ କରିଥିବା ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।
ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ୪୨ତମ ସବ୍-ଜୁନିଅର ନ୍ୟାସନାଲ ଆକ୍ୱାଟିକ୍ ଚାମ୍ପିଅନସିପ୍-୨୦୨୬ରେ ସୌରଭ ଚମତ୍କାର ପ୍ରଦର୍ଶନ କରି ୩ଟି ଇଭେଣ୍ଟରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ସେ ୨୦୦ ମିଟର ଓ ୧୦୦ ମିଟର ବ୍ରେଷ୍ଟଷ୍ଟ୍ରୋକ୍ରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣପଦକ ଜିତିଥିବାବେଳେ ୫୦ ମିଟର ବ୍ରେଷ୍ଟଷ୍ଟ୍ରୋକ୍ରେ ମଧ୍ୟ ସ୍ୱର୍ଣ୍ଣପଦକ ହାସଲ କରି ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି।
ସୌରଭଙ୍କ ଏହି କୃତିତ୍ୱ ପାଇଁ ବଲାଙ୍ଗୀର ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାର ତାଙ୍କୁ ସମ୍ବର୍ଦ୍ଧିତ କରିବା ସହ ଆଗାମୀ କ୍ରୀଡ଼ା ଯାତ୍ରା ଓ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଥିଲେ। ଜିଲ୍ଲାପାଳ କହିଥିଲେ ଯେ, ସୌରଭଙ୍କ ଏହି ସଫଳତା ଜିଲ୍ଲାର ଅନ୍ୟ ଯୁବ କ୍ରୀଡ଼ାବିତ୍ମାନଙ୍କୁ ନିଶ୍ଚିତ ଭାବେ ପ୍ରେରଣା ଯୋଗାଇବ।
ସେ ଆହୁରି କହିଥିଲେ ଯେ, ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ପାଠପଢ଼ା ସହ କ୍ରୀଡ଼ାକୁ ମଧ୍ୟ ସମାନ ଗୁରୁତ୍ୱ ଦିଆଯାଉଛି। ବଲାଙ୍ଗୀର ଜିଲ୍ଲାରେ ଅନେକ ପ୍ରତିଭା ରହିଛନ୍ତି। ଏହି ପ୍ରତିଭାମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିକାଶ ପାଇଁ ସମସ୍ତେ ମିଳିମିଶି ଉଚିତ ମାର୍ଗଦର୍ଶନ ଓ ସହଯୋଗ ଯୋଗାଇଦେବା ଆବଶ୍ୟକ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀ, ଜିଲ୍ଲା କ୍ରୀଡା ଅଧିକାରୀ ହରିଓମ ଶମ୍ଭୁ ନାରାୟଣ ଦାଶ ଉପସ୍ଥିତ ଥିଲେ ।