-+91-9937148622 |
prerana_bgr@rediffmail.com |
Saturday 1st August 2026 |
R.N.I. Regd No. ODIODI/2010/46693
Breaking News
01-Aug-2026
ଭୁବନେଶ୍ୱର, ଭୁବନେଶ୍ୱର କଳିଙ୍ଗ ଷ୍ଟଡିୟମର ଡାଲମିଆ ଭାରତ ଗୋପିଚାନ୍ଦ ବ୍ୟାଡ ମିଣ୍ଟନ ଉତ୍କର୍ଷ କେନ୍ଦ୍ର (ସଟଲ) ଠାରେ ଚାଲିଥିବା ୟନେକ୍ସ ସନରାଇଜ ଜୁନିଅର ବେଡ଼ମୀଣ୍ଟନ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଅଛି l ଆଜି ଖେଳାଯାଇଥିବା ବାଳିକା ଫାଇନାଲ ରେ ରାଜସ୍ଥାନ ର ପାରୁଲ ଚୌଧୁରୀ ତାମିଲନାଡୁ ଖେଳାଳୀ ଦୀକ୍ଷା ଏସ ଆର ଙ୍କୁ ଙ୍କୁ 20-18,15-7 ପଏଣ୍ଟ ରେ ହରାଇ ଚାମ୍ପିୟନ ହୋଇଛନ୍ତି l
ବାଳକ ସିଙ୍ଗଲ ଫାଇନାଲ ରେ ଉତ୍ତରାଖଣ୍ଡର ନିଶ୍ଚଳ ଚାନ୍ଦ ଏକ ତିନି ଗେମ ବିଶିଷ୍ଟ ସଂଘର୍ଷପୁର୍ଣ ମେଚରେ ତେଲେଙ୍ଗାନା ଖେଳାଳୀ ଟି. ଜ୍ଞାନଦତ୍ତ୍ତୃ ଙ୍କୁ 12-15,15-11,17-15 ପଏଣ୍ଟ ରେ ହରାଇ ଚମ୍ପିୟାନ ହୋଇଛନ୍ତି l
ମିକ୍ସଡ଼ ଡବଲସ ଫାଇନାଲ ରେ ଛତିଶଗଡ ତାମିଲନାଡୁ ଯୋଡି ଦିବ୍ୟାନସ ଅଗ୍ରୱାଲ ଓ ଭାମା ପ୍ରଭୁଆନନ୍ଦ ଦିଲ୍ଲୀ ଉତ୍ତରାଖଣ୍ଡ ଯୋଡି ଯୋଗନ୍ସ ସିଂ ଓ ଅନ୍ୟା ବିସ୍ତ ଙ୍କୁ ସଂଘର୍ଷ ପୂର୍ଣ୍ଣ ତିନୋଟି ଗେମ 14-16,15-13 ଓ 16-14 ପଏଣ୍ଟ ରେ ହରାଇ ଚମ୍ପିୟାନ ହୋଇଛନ୍ତି l
ବାଳିକାବିଭାଗ ର ଡବଲସ ଫାଇନାଲ ରେ ଉତ୍ତରାଖଣ୍ଡ ର ଆନ୍ୟା ବିସ୍ତ ଓ ଆଞ୍ଜେଲ ପୁନେରା କର୍ଣ୍ଣାଟକ ଯୋଡି ଦୀପକ ରାଜ ଅଦିତି ଓ ପୋନ୍ନାମ୍ମା ବି ଭି ବୃଦ୍ଧି ଙ୍କୁ ସିଧାସଳଖ 15-9,15-9 ପଏଣ୍ଟ ବିଶିଷ୍ଟ ଦୁଇଟି ଗେମ ରେ ହରାଇ ପ୍ରତିଯୋଗୀତା ରେ ଚାମ୍ପିୟନ ହୋଇଛନ୍ତି l
ବାଳକ ଡବଲସ ଫାଇନାଲ ରେ କେରଳ ଦିଲ୍ଲୀ ଯୋଡି ଆଥିସ ଶ୍ରୀନିବାସ ପି ଭି ଓ ଯୋଗନ୍ସ ସିଂ କର୍ଣ୍ଣାଟକ ଯୋଡି ପବନ ଏସ. ଓ ପୁନିଥ ଏସ. ଙ୍କୁ 12-15, 15-11ଓ 17-15 ପଏଣ୍ଟ ରେ ହରାଇ ଚାମ୍ପିୟନ ହୋଇଛନ୍ତି lପ୍ରତିଯୋଗୀତା ର ସମସ୍ତ ଫାଇନାଲ ପରେ ପୁରାସ୍କାର ବିତରଣ ଉତ୍ସବ ଆୟୋଜିତ ହୋଇଥିଲା l ପୁରସ୍କାର ବିତରଣ ଉତ୍ସବରେ
ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ କ୍ରୀଡା ଯୁବ ସେବା ବିଭାଗ ନିର୍ଦେଶକ ଡ଼. ୟେଦୁଲ୍ଲା ବିଜୟ, ସମ୍ମାନିତ ଅତିଥିଭାବେ କ୍ରୀଡା ବିଭାଗ ସ୍ୱତନ୍ତ୍ର ସଚିବ ଅଶୋକ କୁମାର ପଣ୍ଡା,ଉପସଚିବ ଅମିତ କୁମାର ନାୟକ, ଅତିରିକ୍ତ ସଚିବ ସୁଧାକର ନାୟକ, ଉପସଚିବ ବିଭୁଦା ଗଡ଼ନାୟକ ଓସବା ସମ୍ପାଦକ ନିଲିନ କୁମାର ଯୋଗ ଦେଇ ଚମ୍ପିୟାନ ଓ ରନର୍ସ ଅପ ଖେଳାଳିଙ୍କୁ ଟ୍ରଫି, ମେଡାଲ, ମାନପତ୍ର ଓ ଅର୍ଥରାଶି ରେ ପୁରସ୍କୃତ କରିଥିଲେ l
ଗତ ମାସ, ୨୫ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାର ସଫଳ ରୂପାୟନ ପାଈଁ ଉପସଭାପତି ପ୍ରଦୀପ ପଟ୍ଟନାୟକ, ଶୈଳେନ୍ଦ୍ର ଚୌଧୁରୀ, ଜୟପ୍ରକାଶ ସିଂ କମଳ ଦାସ, ସୁରୁଲାଲ ମଟlରୀ, ମନୋରଞ୍ଜନ ପଣ୍ଡା, ଜୟପ୍ରକାଶ ଜେନା, ଅଭିଷେକ ବିଶ୍ୱାସ,ଚନ୍ଦନ ମହାରଣା ଦୀପକ ମହାନ୍ତି ପ୍ରୀତପାଳ ସିଂ ଅବଦୁଲ ହାକିମ, ଶୁଭମ ନାୟକ, ସନ୍ଦୀପ ମିଶ୍ର, ମନୋରଞ୍ଜନ ଦାସ ପ୍ରମୁଖ ମୁଖ୍ୟ ଭୂମିକାରେ ଥିଲେ l
ପ୍ରତିଯୋଗିତା ର ବୈଷୟିକ ବିଭାଗ ଚିପ୍ ରେଫରି ତ୍ରିଲୋକ ଶୁକ୍ଲା, ଡେପୁଟି ରେଫରି ଭାବରେ ମାଧବ ନାରାୟଣ ଓ ପ୍ରଣବ ବିଷ୍ଣୋଇ, ମ୍ୟାଚ କଂଟ୍ରୋଲ ଭାବେ ସନ୍ଦିପ ହେବଲେ ଦାୟିତ୍ୱ ତୁଲାଇଥିଲେ l