-+91-9937148622 |
prerana_bgr@rediffmail.com |
Thursday 13th August 2026 |
R.N.I. Regd No. ODIODI/2010/46693
Breaking News
13-Aug-2026
ସୁନ୍ଦରଗଡ(ପ୍ରେରଣା ଖବର)- ସୁନ୍ଦରଗଡ ସ୍ଥିତ ଜିଲ୍ଳା ପଞ୍ଚାୟତ ସାଧନ କେନ୍ଦ୍ର ର ସମ୍ମିଳନୀ କକ୍ଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ର ମିଳିତ ଉଦ୍ୟମରେ ଏକ ଦିନିଆ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ ଅନୁଷ୍ଟିତ ହୋଇଯାଇଛି।ଏହି ଶିବିରରେ ଅରୁଣା ର ଜିଲ୍ଲା ପରାମର୍ଶଦାତା ଶ୍ରୀଯୁକ୍ତ ଆକାଶ କୁମାର ପାତ୍ର ଙ୍କ ସଂଯୋଜନାରେ ତଥା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ଅଧିକାରୀ ଶ୍ରୀ ଶ୍ରିବନ୍ତ ଜେନାଙ୍କ ଅଧ୍ଯକ୍ଷତାରେ ତାଲିମ ହୋଇଥିଲ।ଏହାପରେ ସି ଆର୍ ଏସ ଓଡ଼ିଶା ର ସୁସ୍ମିତା ଭୋଇ ତାଲିମ ର ପୂର୍ବ ଓ ପରବର୍ତୀ ଜ୍ଞାନ ର ପ୍ରଶ୍ନ ପତ୍ର ସମସ୍ତଙ୍କୁ ଜଣାଇଥିଲେ।ଏହି କାର୍ଯକ୍ରମରେ ଓପନ୍ ଲାର୍ଣିଂ ସିଷ୍ଟମ୍ ର ଅଧ୍ୟକ୍ଷ ମନୋତୋଷ ବେହେରା କହିଲେ ଦିବ୍ୟାଙ୍ଗ ଅଧିକାର ଆଇନ୍ ୨୦୧୬,୨୧ ପ୍ରକାର ଦିବ୍ୟାଙ୍ଗ ,ସରକାରଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱ,ଆନୁଷ୍ଠାନିକ ବାଧା,ଶିକ୍ଷା ରେ ବାଧା,ସାମାଜିକ ଓ ସାଂସ୍କୃତିକ ବାଧା,ଆର୍ଥିକ ବାଧା,ସୂଚନା ଓ ତଥ୍ୟ ଭିତ୍ତିକ ବାଧା ଶିଶୁ ମାନଙ୍କପାଇଁ ଯେଉ ସବୁ ସମସ୍ୟା ଉପୁଜିଥାଏ ଜଣାଇଥିଲେ।ଏହି ଅବସରରେ ତାଲିମ ଦାତା ଭାବେ ଓପନ୍ ଲର୍ନିଙ୍ଗ ସିଷ୍ଟମ୍ ର ବରିଷ୍ଟ ସ୍ୱତନ୍ତ୍ର ପ୍ରସିଖ କ ଶ୍ରୀ ବିଭୂତି ଭୂଷଣ ନନ୍ଦ କହିଲେ ରେଫରାଲ୍ ପ୍ରଣାଳୀରେ ଶୀଘ୍ର ଚିଂହଟିକରଣ,ଆକଳନ,ଚିକିତ୍ସା,ଥଇଥାନ,ଶିକ୍ଷା ଓ ସାମାଜିକ ମଙ୍ଗଲ ବ୍ୟବସ୍ତା ଉପରେ ବିଶଦ ଉପରେ ଜଣାଇଥିଲେ।ଭିନ୍ନକ୍ଷମ ଶିଶୁଙ୍କ ପାଇଁ ଭିନ୍ନକ୍ଷମ ସାର୍ଟିଫିକେଟ, ୟୁ ଡି ଆଇ ଡି କାର୍ଡ,ଭତ୍ତା,ବୃତ୍ତି,ଉପକରଣ,ଥେରାପୀ ସେଣ୍ଟର, ଥଇଥାନ ସେବା ବ୍ୟବସ୍ଥା,ସ୍ୱତନ୍ତ୍ର ବିଦ୍ୟାଳୟ ଏବଂ ଆବାସିକ ଅନୁଷ୍ଠାନ ଉପରେ ପ୍ରଶିକ୍ଷଣ ଦେଇଥିଲେ।ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ,ମଧୁବାବୁ ପେନସନ ଯୋଜନା,ଶିକ୍ଷାରେ ବିଭିନ୍ନ ପ୍ରକାର ସହାୟତା,ଗମନାଗମନ ପାଇଁ ରିହାତି ବ୍ୟବସ୍ଥା, ସ୍ୱାବଲମ୍ବୀ ପାଇଁ ଋଣ ର ବ୍ୟବସ୍ଥା,ଗ୍ରାମୀଣ ଅୱାସ ଯୋଜନା, ମିଶନ କ୍ଷମତା ଉପରେ ଜଣାଇଥିଲେ।ଚାଇଲ୍ଡ ହେଲ୍ପ ଲାଇନ୍ ର ଜିତୁ ପଟେଲ ସକ୍ରିୟ ଅଂଶଗ୍ରହଣ କରିଥିଲେ।ପରିଶେଷରେ ଆକାଶ କୁମାର ପାତ୍ର ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ।