-+91-9937148622 |
prerana_bgr@rediffmail.com |
Thursday 13th August 2026 |
R.N.I. Regd No. ODIODI/2010/46693
Breaking News
13-Aug-2026
ଆଗଲପୁର, (ବିନୋଦ ଦୀପ) ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ନୁନିଆଁପାଲି ପଂଚାୟତ ଖଲିଆପାଲି ପାହାଡ଼ ଶିଖର ରେ ବଲାଙ୍ଗୀର ଜିଲ୍ଲା ଯୁବମୋର୍ଚ୍ଚl ସଭାପତି ଅମରଜିତ ପଟେଲ ଙ୍କ ନେତୃତ୍ୱ ରେ କ୍ରାନ୍ତି ଦିବସ ଅବସରରେ ଚାରିଶହ ଫୁଟ ଉଚ୍ଚ ପାହାଡ଼ ଉପରେ ତ୍ରିରଙ୍ଗା ଉଡାଇବା ସହ ପାହାଡ଼ ଉପରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ଆଗଲପୁର ମଣ୍ଡଳ ଯୁବମୋର୍ଚ୍ଚl ସଭାପତି ସୁକେଶ ଥପ୍ପା, ପୂର୍ବତନ ଆଗଲପୁର ମଣ୍ଡଳ ସଭାପତି ତଥା ସାଧାରଣ ସମ୍ପାଦକ ପ୍ରେମାନନ୍ଦ ପଧାନ, ବଲାଙ୍ଗୀର ଜିଲ୍ଲା ସୋସିଆଲ ମିଡ଼ିଆ ସଂଯୋଜକ ରାଜୀବଲୋଚନ ଭୋଇ, ସାଧାରଣ ସମ୍ପାଦକ ମିଡ଼ିଆ ସେଲ ସଦସ୍ୟ ଉତ୍ତମ ନାୟକ ସମେତ ଯୁବମୋର୍ଚ୍ଚl ର ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l
ପ୍ରଥମେ ସମସ୍ତ ଯୁବମୋର୍ଚା ଗୋଟାଏ ଲେଖାଏଁ ତ୍ରିରଙ୍ଗା ପତାକା ଧରି ଭାରତ ମାତା ର ଜୟଗାନ କରି ଛେଲିଆପାଟ ପାହାଡ ଉପରକୁ ଯାଇଥିଲେ l ସେଠାରେ ପହଞ୍ଚି ବିଭିନ୍ନ ମହାପୁରୁଷ ଙ୍କ ନାମନେଇ ନାରାବାଜି କରି ବୃକ୍ଷରୋପଣ କାର୍ଯ୍ୟକ୍ରମ କରିଥିଲେ। ବୃକ୍ଷ ହିଁ ଜୀବନ, ବୃକ୍ଷ ବଞ୍ଚିଲେ ଆମେ ବଞ୍ଚିବା ଇତ୍ୟାଦି ବାର୍ତା ସମାଜ କୁ ଦେବା ଉଦ୍ଦେଶ୍ୟରେ ଏହି କାର୍ଯକ୍ରମ କରା ଯାଇଥିବା ଯୁବମୋର୍ଚ୍ଚl ମାନେ ସୂଚନା ଦେଇଥିଲେ l