-+91-9937148622 |
prerana_bgr@rediffmail.com |
Thursday 13th August 2026 |
R.N.I. Regd No. ODIODI/2010/46693
Breaking News
13-Aug-2026
ଆଗଲପୁର, (ପ୍ରେରଣା ଖବର) ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ୍ ଉପରବାହଲ ପଞ୍ଚାୟତ ର ଉପର ବାହାଲ୍ ଗ୍ରାମରେ ଶ୍ରାବଣପୂର୍ଣ୍ଣିମା ପାଳନ ଉପଲକ୍ଷେ ଜଳେଶ୍ୱର ବାବା ବୋଲବମ କମିଟି ଏବଂ ଗ୍ରାମବାସୀବୃନ୍ଦ ଙ୍କ ଆନୁକୂଲ୍ୟରେ ଅଷ୍ଟପ୍ରହରି ନାମଯଜ୍ଞ ସକାଶେ ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି l ଏହି ଶୁଭ ସ୍ତମ୍ଭ ସ୍ଥାପନ ପାଇଁ କୀର୍ତ୍ତନ ଦଳ, ଘଣ୍ଟ,ଶଙ୍ଖ, ହୁଳହୁଳି ଇତ୍ୟାଦି ପରିବେଷଣ କରି ଶୁଭସ୍ତମ୍ଭ ସ୍ଥାପନ ସ୍ଥାନ କୁ ଯାଇଥିଲେ l ସେଠାରେ ପୂଜକ ପୂଜାର୍ଚ୍ଚନା ତଥା ହୋମ କରି ଶୁଭ ଲଗ୍ନ ତଥା ଅମୃତ ବେଳରେ ଶୁଭ ସ୍ତମ୍ଭ ସ୍ଥାପନ କରାଗଲା ପୂଜାକର୍ତ୍ତା ଭାବରେ ଲୁକାରାମ ସାହୁ (ରିଙ୍କୁ) ଓ ସୁନିତା ସାହୁ ଦାୟିତ୍ଵ ନିର୍ବାହ କରିଥିଲେ l
ପୂଜକ ଭାବେ ପରମାନନ୍ଦ ମିଶ୍ର ମନ୍ତ୍ର ପାଠ କରି ପୂଜା ସମାପନ କରିଥିଲେ l ବାବା ଜଳେଶ୍ବର ବୋଲବମ୍ କମିଟି ର ସଭାପତି ଧୀରେନ୍ଦ୍ର ପଟେଲ, ସମ୍ପାଦକ ସମୀର ସାହୁ, କୋଷାଧ୍ୟକ୍ଷ ସୁନୀଲ ଚିର୍ଗୁଣ ତଥା ଗ୍ରାମବାସୀ ଓ ବୋଲବମ କମିଟିବୃନ୍ଦ ଙ୍କ ଉପସ୍ଥିତି ରେ ସମସ୍ତ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଏହାସହ କାର୍ଯ୍ୟକ୍ରମ ରେ ଗ୍ରାମର ବହୁ ଭକ୍ତ ଉପସ୍ଥିତ ରହି ସହଯୋଗ କରିଥିଲେ l