-+91-9937148622 |
prerana_bgr@rediffmail.com |
Friday 14th August 2026 |
R.N.I. Regd No. ODIODI/2010/46693
Breaking News
11-Jan-2021
ଟିଟିଲାଗଡ,(ପ୍ରେରଣା ଖବର) : ଟିଟିଲାଗଡ ପୌରପରିଷଦ ଅନ୍ତର୍ଗତ ୧୪ ନଂ ୱାର୍ଡ ରେ ଶମ୍ଭୁ ବିଶି(୩୮)ନାମକ ଜଣେ ଯୁବକ ଚାରୋଟି ଛୋଟ,ଛୋଟ ଶିଶୁ ଥିବା ଏକ ବିବାହିତା ମହିଳା ଉକ୍ତ ଯୁବକ ସହ ଫେରାର ହୋଇଯାଇଥିବା ଜଣାଯାଇଛି । ସୂଚନା ଅନୁଯାୟୀ, ଟିଟିଲାଗଡ ସହର ସ୍ଥିତ ୱାର୍ଡ ନଂ ୧୪ ରେ ମିନା ବାଗ(୩୫) ଛଦ୍ମନାମ ତାଙ୍କ ସ୍ବାମୀ ଓ ଚାରୋଟି ଶିଶୁ ସହ ରହିଆସୁଥିଲେ । ବଡ଼ ଶିଶୁ ସାତ ବର୍ଷ ର ହୋଇଥିବା ବେଳେ ଅନ୍ୟ ତିନି ଶିଶୁ ଙ୍କୁ ନେଇ ତାଙ୍କ ସ୍ବାମୀ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି । ଉକ୍ତ ଯୁବକ ଶମ୍ଭୁ ପୂର୍ବେ ବିବାହ କରିଥିବା ଓ ଏକ ସନ୍ତାନ ଥିବା ବେଳେ ଗତ କିଛି ମାସ ହେଲା ଘରୋଇ ବିବାଦ ଯୋଗୁଁ ତାଙ୍କ ସ୍ତ୍ରୀ ତାଙ୍କୁ ଛାଡିଚାଲି ଯାଇଥିଲେ,ଓ ଉକ୍ତ ମାମଲା କୋର୍ଟ ରେ ବିଚାର ଧୀନ ରହିଛି । ବର୍ତ୍ତମାନ ଉକ୍ତ ଚାରୋଟି ସନ୍ତାନ କୁ ମହିଳା ଘରେ ଛାଡ଼ିଦେଇ ଉକ୍ତ ଉକ୍ତ ଶମ୍ଭୁ ବିଶି ସହ କେଉଁଆଡ଼େ ଫେରାର ହୋଇଯାଇଛି । ଏ ନେଇ ଥାନା ରେ ଏକ ଏତଲା ଦାୟର କରାଯାଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।