-+91-9937148622 |
prerana_bgr@rediffmail.com |
Thursday 13th August 2026 |
R.N.I. Regd No. ODIODI/2010/46693
Breaking News
13-Aug-2026
ବଲାଙ୍ଗୀର(ପ୍ରେରଣା ଖବର): ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ,ନିଷ୍ଠା ଓ ସମାଜସେବା ମୂଳକ କାର୍ଯ୍ୟ ପାଇଁ ବଲାଙ୍ଗିର ର ଗର୍ବ ତଥା ଗୌରବ ରାଜ୍ୟ ସାମ୍ବାଦିକ ସଂଘ (ଏସ୍ୟୁଜେ)ର ଜିଲ୍ଲା ଶାଖା ସଭାପତି ଶରତ ମହାକୁରଙ୍କୁ ଭୁବନେଶ୍ୱରଠାରେ ‘ସମୟ ଲାଇଭ୍’ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।
ଶ୍ରୀ ମହାକୁର ଜଣେ ମିଷ୍ଟଭାଷୀ,ପରୋପକାରୀ,ସୁଗୁଣସମ୍ପନ୍ନ ଓ ମାନବିକତାସମ୍ପନ୍ନ ସାମ୍ବାଦିକ ଭାବେ ବେଶ୍ ପରିଚିତ।ସାମ୍ବାଦିକ ସମାଜର ସମସ୍ୟା ଓ ସୁଖଦୁଃଖରେ ସେ ସର୍ବଦା ଠିଆ ହୋଇ ଆସିଛନ୍ତି।କେବଳ ବଲାଙ୍ଗିର ଜିଲ୍ଲାର ସାମ୍ବାଦିକ ନୁହେଁ,ରାଜ୍ୟର ଅନ୍ୟ ଜିଲ୍ଲାର ସାମ୍ବାଦିକମାନେ ମଧ୍ୟ ଯେକୌଣସି ସମସ୍ୟାରେ ପଡ଼ିଲେ ନିଜସ୍ୱ ଉଦ୍ୟମରେ ଯଥାସାଧ୍ୟ ସହଯୋଗର ହାତ ବଢ଼ାଇ ଆସିଛନ୍ତି।
ସାମ୍ବାଦିକଙ୍କ ଅଧିକାର,ସମ୍ମାନ ଓ ସ୍ୱାର୍ଥର ସୁରକ୍ଷା ସହିତ ସମାଜ ପ୍ରତି ନିଜର ଦାୟିତ୍ୱବୋଧକୁ ମଧ୍ୟ ସେ ଗୁରୁତ୍ୱ ଦେଇଆସୁଛନ୍ତି। ତାଙ୍କର ସରଳ ବ୍ୟବହାର,ସହଯୋଗୀ ମନୋଭାବ ଓ ମାନବିକ ଚିନ୍ତାଧାରା ତାଙ୍କୁ ସହକର୍ମୀ ମାନଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି।
ଭୁବନେଶ୍ୱରରେ ଆୟୋଜିତ ସମ୍ମାନ ସମାରୋହରେ ‘ସମୟ ଲାଇଭ୍’ ପକ୍ଷରୁ ଶ୍ରୀ ମହାକୁର ଙ୍କୁ ସମ୍ବର୍ଦ୍ଧିତ କରାଯିବା ପରେ ବଲାଙ୍ଗିର ଜିଲ୍ଲା ଏସ୍ୟୁଜେ ଶାଖାର ସଦସ୍ୟମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ଏହି ସମ୍ମାନ ତାଙ୍କର ନିଷ୍ଠାପର ସାମ୍ବାଦିକତା ଓ ସମାଜ ପ୍ରତି ତାଙ୍କର ଅବଦାନର ଏକ ସ୍ୱୀକୃତି ବୋଲି ମତପ୍ରକାଶ କରି ବଲାଙ୍ଗିର ଏସ୍ୟୁଜେ ଜିଲ୍ଲା ଶାଖା ପକ୍ଷରୁ ଶରତ ମହାକୁରଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଯାଇଛି।