-+91-9937148622 |
prerana_bgr@rediffmail.com |
Wednesday 12th August 2026 |
R.N.I. Regd No. ODIODI/2010/46693
Breaking News
12-Aug-2026
(ହିମାଂଶୁ ପୁଟେଲ )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ପଞ୍ଚାୟତ ଅଧିନସ୍ଥ ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠ ହାଇସ୍କୁଲ ଠାରେ ଆଜି ଜଟେସିଂହା ନିକଟସ୍ଥ କୁଡ଼ାପଡ଼ା ବିଦ୍ୟାଳୟରେ ନବ ନିଯୁକ୍ତି ପାଇଥିବା ଶିକ୍ଷକ ତଥା ବିଦ୍ୟାଳୟର ପୂର୍ବତନ ଛାତ୍ର ଆର୍ତ୍ତତ୍ରାଣ ଖୁର୍ଡିଆଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ପ୍ରଧାନଶିକ୍ଷକ ବ୍ରଜମୋହନ ବାରିକଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହେଇଥିବା ବେଳେ ସମସ୍ତ ଶିକ୍ଷକ ଯଥା ପ୍ରମୋଦ ପାତ୍ର,ସୁରେନ୍ଦ୍ର ପ୍ରଧାନ,ମୀନକେତନ ରଣା,ଜୀବର୍ଦ୍ଧନ ରଣା,ସତ୍ୟବ୍ରତ ରାଜହଂସ,ଜଗଦୀଶ ପଧାନ, ଗୌରୀଶଙ୍କର ପୂଝାରୀ ପ୍ରଭୃତି ଉପସ୍ଥିତ ରହି ବିଦ୍ୟାଳୟର ବର୍ତ୍ତମାନ ଛାତ୍ର,ଛାତ୍ରୀଙ୍କୁ ତୁମ ସଫଳତା ପ୍ରେରଣା ଯୋଗାଇବ ବୋଲି ମତବ୍ୟକ୍ତ କରିଥିଲେ।ସମ୍ବର୍ଦ୍ଧିତ ଶିକ୍ଷକ ସଫଳତାର ସବୁ ଶ୍ରେୟ ଶିକ୍ଷକଙ୍କର ବୋଲି ଅଭିହିତ କରିବା ସହ ଆଗାମୀ ଦିନରେ ଆମ ବିଦ୍ୟାଳୟରୁ ଆଇ.ଏ.ଏସ,ଆଇ.ପି.ଏସ ସ୍ତରରେ ସଫଳତା ଅର୍ଜନ କରିବେ ବୋଲି ଦୃଢ଼ ମତପୋଷଣ କରିଥିଲେ।କାର୍ଯ୍ୟକ୍ରମ ଶେଷରେ ଗଣିତ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଚିତ୍ତରଂଜନ ପଧାନ,ସରୋଜ ଭୁକ୍ତା ଓ ସିଦ୍ଧେଶ୍ୱର ମେଣ୍ଡିଲି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।